ETV Bharat / state

ରାସ୍ତାରେ ଗର୍ଜିଲେ ଶିକ୍ଷକ, ଆଗକୁ ଜୋରଦାର ଆନ୍ଦୋଳନ ଚେତାବନୀ

author img

By

Published : Oct 30, 2022, 12:01 PM IST

ରାସ୍ତାରେ ଗର୍ଜିଲେ ଜିଲ୍ଲା ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକ । ଚାରି ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକ । ଅଧିକ ପଢ଼ନ୍ତୁ

ବର୍ଦ୍ଧିତ ବେତନ ଦାବିରେ ଗର୍ଜିଲେ ଜିଲ୍ଲା ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକ ଚାରି ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭରେ ଜିଲ୍ଲାର ଶତାଧିକ ପ୍ରାଥମିକ ଶିକ୍ଷକ ସାମିଲ ହୋଇଛନ୍ତି । ଗତ 15 ଅକ୍ଟୋବରରେ ରାଜ୍ୟ ସରକାର ଚୁକ୍ତି ଭିତ୍ତିକ ପଦବୀ ଉଚ୍ଛେଦ କରିଥିଲେ । ହେଲେ ଏଥିରେ କେବଳ 2013ରୁ ଚାକିରୀ କରୁଥିବା ପ୍ରତ୍ୟାଷି ପାଇଁ ଏହା ଲାଗୁ ହୋଇଛି । କିନ୍ତୁ 2013 ପୂର୍ବରୁ ଚୁକ୍ତି ଭିତ୍ତିକ ଭାବରେ ଚାକିରୀ କରୁଥିବା ପ୍ରାଥମିକ ଶିକ୍ଷକ ଏଥିରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏମାନଙ୍କୁ ଏନପିଏସ ମାନ୍ୟତା ଦେଇ ସରକାର ନୂତନ ପେନସନ ଯୋଜନା ଏମାନଙ୍କ ପାଇଁ ଲାଗୁ କରିଛନ୍ତି ।

ଯାହାକୁ ଏମାନେ ଅଗ୍ରାହ୍ୟ କରିବା ସହ ପୁରୁଣା ପେନସନ ଲାଗୁ କରିବାକୁ ଦାବି କରିଛନ୍ତି । ସେହିପରି ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଚାକିରୀ ସୁବିଧା ଦେବାକୁ ଏମାନେ ଦାବି କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ 6ହଜାରରୁ ଊର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଅଛନ୍ତି । ସମସ୍ତେ ଚୁକ୍ତି ଭିତ୍ତିକ ଚାକିରୀ କରୁଛନ୍ତି । ତେଣୁ ଏମାନେ ଏହି ସବୁ ଚାରି ଗୋଟି ଦାବି ପୂରଣ ପାଇଁ ଆଗରୁ ବ୍ଲକସ୍ତରରେ ଆନ୍ଦୋଳନ କରିଛନ୍ତି । ଏହାସହ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ତେଣୁ ଆଗାମୀ ଦିନରେ ତାଙ୍କର ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ସୂଚନାନୁସାରେ ପ୍ରାଥମିକ ବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଠିକା ଶିକ୍ଷକମାନଙ୍କୁ ଅନ୍ୟ ଠିକା କର୍ମଚାରୀଙ୍କ ଭଳି ନିୟମିତ କରାଯାଇ ନାହିଁ । ଏହି ଶିକ୍ଷକ ଶିକ୍ଷୟତ୍ରୀମାନେ ବର୍ଷ ବର୍ଷ ଧରି ସ୍ୱଳ୍ପ ପାରିଶ୍ରମିକରେ କାମ କରୁଛନ୍ତି । ତେଣୁ ଅନ୍ୟ ଠିକା କର୍ମଚାରୀଙ୍କ ଭଳି ସେମାନଙ୍କୁ ମଧ୍ୟ ଚାକିରି ଆରମ୍ଭରୁ ନିୟମିତ କରିବା ସହ ଇନକ୍ରିମେଣ୍ଟ ଆଦି ଦେବାପାଇଁ ଦାବି କରିଛନ୍ତି ଚୁକ୍ତିଭିତ୍ତିକ ଠିକା ଶିକ୍ଷକ ।

ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଉଥିବା ଏହି ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅନୁସାରେ ସେମାନେ ନିୟମିତ ଶିକ୍ଷକମାନଙ୍କ ଠାରୁ ଢେର ଅଧିକ ପରିଶ୍ରମ କରୁଛନ୍ତି । କିନ୍ତୁ ସେମାନଙ୍କୁ ସମାନ କାମ ପାଇଁ ସମାନ ବେତନ ଓ ସମାନ ସରକାରୀ ସୁବିଧା ମିଳୁନାହିଁ । ଏହାଫଳରେ ସେମାନେ ଗଭୀର ମାନସିକଚାପ ମଧ୍ୟରେ ଗତି କରୁଛନ୍ତି ।

ଏ ସମ୍ପର୍କରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସିତୋଷ ପାଣିଗ୍ରାହୀ କହିଛନ୍ତି, ''ଆଜି ଯେଉଁ ଦାବି କରିଛୁ ସେଥି ମଧ୍ୟରୁ ପ୍ରଥମ ଦାବି ହେଲା ଚଳିତ ମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କଲେ ଚୁକ୍ତି ଭିତ୍ତିକ ପଦବୀ ଉଚ୍ଛେଦ କରାଗଲା ସେଥିରୁ ବାଦ ପଡ଼ିଛନ୍ତି 2013 ପୂର୍ବରୁ ଚୁକ୍ତି ଭିତ୍ତିକ ଭାବରେ ଚାକିରୀ କରୁଥିବା ପ୍ରାଥମିକ ଶିକ୍ଷକ । ତେଣୁ ସେମାନଙ୍କୁ ପ୍ରଥମେ ସମସ୍ତ ସୁବିଧା ଦିଆଯାଉ । ଏହାସହ ଏନପିଏସ ମାନ୍ୟତା ଦେଇ ସରକାର ନୂତନ ପେନସନ ଯୋଜନା ଲାଗୁ କରନ୍ତୁ । ନଚେତ ଆଗାମୀ ଦିନରେ ଜୋରଦାର୍‌ ଆନ୍ଦୋଳନ କରାଯିବ ।''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.