ETV Bharat / state

ପାଉଣା ନ ମିଳିବାରୁ ଠିକାଦାରଙ୍କ ଧାରଣା - ବଲାଙ୍ଗୀରରେ ଠିକାଦାରଙ୍କ ଧାରଣା

ପାଉଣା ନ ମିଳିବାରୁ ଠିକାଦାରଙ୍କ ଏନଏସସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ । ଅଧିକ ପଢନ୍ତି....

Contractor strike in balangir
ପାଉଣା ନ ମିଳିବାରୁ ଠିକାଦାରଙ୍କ ଧାରଣା
author img

By

Published : Oct 7, 2020, 8:24 AM IST

ବଲାଙ୍ଗୀର: କାମ କରି ମଧ୍ୟ ମିଳୁନାହିଁ ପାଉଣା । ବିଭିନ୍ନ ଉନ୍ନୟନ ମୂଳକ କାମ କରି ମଧ୍ୟ ଠିକାଦାରଙ୍କୁ ପାଉଣା ମିଳୁ ନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ । ଏନଏସସିରେ ବିଭିନ୍ନ ଉନ୍ନୟନ ମୂଳକ କାମ କିଛି ଠିକାଦାର ନିଜ ହାତରୁ ଖର୍ଚ୍ଚ କରି କାମ କରିଥିଲେ । ତେବେ ବର୍ଷେ ହେବ ଏମାନେ ତାଙ୍କ ପାଉଣା ପାଇ ନାହାଁନ୍ତି । ଯାହାକୁ ନେଇ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ପାଉଣା ନ ମିଳିବାରୁ ଠିକାଦାରଙ୍କ ଧାରଣା

ଏନେଇ ଏମାନେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ କୈଣସି ସୁଫଳ ନ ମିଳିବାରୁ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏନଏସସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ତାଙ୍କ ଦାବି ପୂରଣ ନ ହେବା ଯାଏଁ ଏମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମଦମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.