ETV Bharat / state

ନରସିଂହଙ୍କ ସ୍ପଷ୍ଟୀକରଣ, ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବନି କଂଗ୍ରେସ

author img

By

Published : Jun 23, 2022, 3:12 PM IST

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବେନି ପ୍ରଦେଶ କଂଗ୍ରେସ କର୍ମୀ । ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରଦେଶ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

ନରସିଂହଙ୍କ ସ୍ପଷ୍ଟୀକରଣ, ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବନି କଂଗ୍ରେସ
ନରସିଂହଙ୍କ ସ୍ପଷ୍ଟୀକରଣ, ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବନି କଂଗ୍ରେସ

ବଲାଙ୍ଗୀର: NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବନି କଂଗ୍ରେସ । ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରଦେଶ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ ଜଣେ ଭଲ ବ୍ୟକ୍ତିତ୍ବ, କିନ୍ତୁ ସେ ବିଜେପି ଚିନ୍ତାଧାରାରେ ଅନୁପ୍ରାଣିତ ଥିବାରୁ ତାଙ୍କୁ କଂଗ୍ରେସ ଭୋଟ ଦେବନାହିଁ ବୋଲି କହିଛନ୍ତି ନରସିଂହ ।

ନରସିଂହ ମିଶ୍ର କହିଛନ୍ତି ଯେ, "ଦ୍ରୌପଦୀ ମୁର୍ମୁ ଜଣେ ଭଲ ବ୍ୟକ୍ତିତ୍ବ । ତାଙ୍କ ସହ ମୁଁ ୫ ବର୍ଷ ଧରି ବିଧାନସଭାରେ କାର୍ଯ୍ୟ କରିଛି । ସେ ଜଣେ ଭଲ ବକ୍ତା । କିନ୍ତୁ ସେ ଯେତେ ଭଲ ଲୋକ ହେଲେ ମଧ୍ୟ ବିଜେପି ଓ RSS ଚିନ୍ତାରେ ରାଜନୀତି କରୁଛନ୍ତି । ଏହାଛଡ଼ା କଂଗ୍ରେସ ଅନ୍ୟ ବିରୋଧୀ ସହ ମିଶି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ସାରିଛି । କଂଗ୍ରେସ ନେତାଏ ବିଜେପି ଓ RSS ଚିନ୍ତାଧାରାରେ ଅନୁପ୍ରାଣିତ ବ୍ୟକ୍ତିଙ୍କୁ ଭୋଟ ଦେବେ ନାହିଁ ।"

ମିଳିତ ବିରୋଧୀ ଦଳ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଛି । ଏଥିରେ କଂଗ୍ରେସ ମଧ୍ୟ ସାମିଲ ରହିଛି । ରାଜନୀତିରେ ଜଣଙ୍କୁ ଛିଡ଼ା କରାଇ ଆଉ ଜଣଙ୍କୁ ଭୋଟ ଦେବେ ଯଥାର୍ଥତା ନୁହେଁ ବୋଲି କହିଛନ୍ତି ନରସିଂହ । ସେପଟେ କ୍ଷମତାସୀନ NDA ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଘୋଷଣା କରିଛନ୍ତି । ସେ ନିର୍ବାଚିତ ହେଲେ ପ୍ରଥମ ଓଡ଼ିଆ ତଥା ଆଦିବାସୀ ରାଷ୍ଟ୍ରପତି ହେବେ । ତେବେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ପ୍ରାର୍ଥିନୀ ହୋଇଥିଲେ ସୁଦ୍ଧା ଦ୍ରୌପଦୀଙ୍କୁ କଂଗ୍ରେସ ଭୋଟ ଦେବ ନାହିଁ ବୋଲି କହିଛନ୍ତି ନରସିଂହ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.