ETV Bharat / state

କେନ୍ଦ୍ର ସରକାରଙ୍କ ଛତ୍ରଛାୟାରେ ଆଦାନୀ ଗ୍ରୁପ: କଂଗ୍ରେସ

author img

By

Published : Feb 6, 2023, 7:28 PM IST

ଶିଳ୍ପପତି ଗୌତମ ଆଦାନୀଙ୍କ ଷ୍ଟକ ବଜାର ମୂଲ୍ୟରେ ଜାଲିଆତି କରିବା ନେଇ ହିଣ୍ଡନବର୍ଗ ରିପୋର୍ଟରେ । ଲୋକେ ଝାଳବୁହା ଧନ ଲଗାଇଥିବା ବୁଡିବାକୁ ବସିଛି ଅଭିଯୋଗ କରି ସରକାର ଉପରେ ବର୍ଷିଲା ବଲାଙ୍ଗୀର କଂଗ୍ରେସ । ଅଧିକ ପଢନ୍ତୁ

କେନ୍ଦ୍ର ସରକାର ଉପରେ ବର୍ଷିଲା ବଲାଙ୍ଗୀର କଂଗ୍ରେସ

ବଲାଙ୍ଗୀର: କେନ୍ଦ୍ର ସରକାର ଉପରେ ବର୍ଷିଲା ବଲାଙ୍ଗୀର କଂଗ୍ରେସ। ଆଦାନୀ ଦେଶର ଟଙ୍କା ଠକେଇ କରିଥିବା ଅଭିଯୋଗ ଆଣି ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ବିକ୍ଷୋଭ । ଯେଉଁଥିରେ ବଲାଙ୍ଗୀର ନଗର କଂଗ୍ରେସ, ଛାତ୍ର କଂଗ୍ରେସ ମହିଳା କଂଗ୍ରେସର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ହିଣ୍ଡନବର୍ଗ ରିପୋର୍ଟରେ ସଂସ୍ଥା ଦ୍ବାରା ଆଦାନୀ ଗ୍ରୁପ ସମ୍ପର୍କରେ ସେୟାର ମୂଲ୍ୟ ହେରଫେର କରାଯାଇଥିବା ଅଭିଯୋଗ ହୋଇଛି । ଲଗାତାର ଭାବରେ ଆଦାନୀ ଗ୍ରୁପ କମ୍ପାନୀଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇବା ସହ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପ୍ରଭାବିତ ହୋଇଛି । ତେବେ ଲୋକେ ନିଜର ଝାଳବୁହା ଧନକୁ ସେୟାର ବଜାରରେ ଆଦାନୀ ଗ୍ରୁପରେ ଲଗାଇଥିଲେ । ଯେଉଁଥିରେ ସେୟାର ଦର ଏତେ ମାତ୍ରାରେ ହ୍ରାସ ପାଇଥିବା ଯୋଗୁଁ ବର୍ତ୍ତମାନ ଲୋକଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି । ସେମାନଙ୍କ ଅର୍ଥ ବୁଡିଯିବାର ମଧ୍ୟ ଆଶଙ୍କା ରହିଛି ।

ଏହି ବିକ୍ଷୋଭରେ ଆଦାନୀ କମ୍ପାନୀ କରିଥିବା ଅର୍ଥନୈତିକ ଘୋଟଲାର ପ୍ରସଙ୍ଗ ପାର୍ଲିଆମେଣ୍ଟରେ ଆଲୋଚନା, ଆଦାନୀ ଗ୍ରୁପରେ ଘୋଟାଲାକୁ ନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ କିମ୍ବା ଏକ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଅନୁସନ୍ଧାନ ପାଇଁ କଂଗ୍ରେସ ଦାବି କରିଛି । ଏହାସହ କଂଗ୍ରେସ କହିଛି ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ଦେଶକୁ ଦୁଇ ବ୍ୟବସାୟୀ ଆଦାନୀ ଓ ଅମ୍ବାନୀ ଲୁଟି ଆସୁଛନ୍ତି । ମୋଦି ସରକାରଙ୍କ ଛତ୍ରଛାୟା ତଳେ ସେମାନେ ସମଗ୍ର ଦେଶକୁ ଲୁଟୁଛନ୍ତି । ସେହିପରି ଆଦାନୀ ସେୟାର ମାର୍କେଟରେ ମିଛ କମ୍ପାନୀ ନାଁରେ ନିବେଶକମାନଙ୍କୁ ଲୁଟିଛି । ସରକାରଙ୍କ ଦ୍ବାରା ପରିଚାଳିତ SBI ଓ LICର ହଜାର ହଜାର ଟଙ୍କା ବୁଡ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଦେଶର ସାଧାରଣ ଜନତା ଓ ନିବେଶକ ଅହେତୁକ କ୍ଷତି ସହିଛନ୍ତି । ତେବେ ଏମାନଙ୍କ ଉପରେ କେନ୍ଦ୍ର ସରକାର କଠୋର ପଦକ୍ଷେପ ନେବାକୁ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଦାବି କରିଛନ୍ତି।

ନଗର କଂଗ୍ରେସ ସଭାପତି ବୁଲୁ ଦାନୀ କହିଛନ୍ତି, "କେନ୍ଦ୍ର ସରକାର ଆଦାନୀକୁ ସୁରକ୍ଷା ଦେଉଛନ୍ତି । ଫଳରେ ଆଜି ଦେଶର ଅଧିକାଂଶ ବ୍ୟାଙ୍କରୁ ଋଣ ଦେଇଛନ୍ତି । କିନ୍ତୁ ଆଜି ହଜାର ହଜାର କୋଟି ଟଙ୍କା ବୁଡିବାକୁ ବସିଲାଣି । ଯାହାକି ସାଧାରଣ ଲୋକଙ୍କ ଟଙ୍କା । କେନ୍ଦ୍ର ସରକାର ଏହି ବୋଝ ଭବିଷ୍ୟତରେ ସାଧାରଣ ଜନତାଙ୍କ ଉପରେ ଲାଦିବାକୁ ଯାଉଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାର ଆଦାନୀ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତ ନକଲେ କଂଗ୍ରେସ ବିରାଟ ଆନ୍ଦୋଳନ କରିବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.