ବଲାଙ୍ଗୀର : ସହର ମଧ୍ୟରେ କିଛି ଦିନର ନୀରବତା ପରେ ପ୍ରଶାସନ ପୁଣି ଜବର ଦଖଲ ଉଛେଦ ଆରମ୍ଭ କରିଛି। ଏଥିରେ ଦୀର୍ଘ ବର୍ଷରୁ ଗଢି ଉଠିଥିବା ବସ୍ତି ସବୁ ମାଟିରେ ମିଶିଛି। ତେବେ ଏଥିରେ ଗରିବ ଖଟିଖିଆ ଲୋକଙ୍କୁ ଥଇଥାନ ନକରି ଉଚ୍ଛେଦ ଚାଲିଥିବାବେଳେ ସେମାନେ ଏବେ ବାସହରା ହୋଇ ପଡିଛନ୍ତି ।
ଏମାନଙ୍କ ସପକ୍ଷରେ ଆଜି ବଲାଙ୍ଗୀର ନଗର କଂଗ୍ରେସ ରାଜା ରାସ୍ତାକୁ ଓଲ୍ହାଇଛି । ଯେଉଁ ଥିରେ ନଗର କଂଗ୍ରେସ କମିଟିର ଶତାଧିକ ସଦସ୍ୟ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଗରିବ ଭୂମିହୀନଙ୍କୁ ପ୍ରଥମେ ତାଙ୍କୁ ଜମି ଓ ବାସ ଗୃହ ଦେଇ ଥଇଥାନ କରିବାପରେ ଉଛେଦ କରାଯାଉ ବୋଲି ଏମାନେ ଦାବି କରିଛନ୍ତି ।
ସେହିପରି ଏହି କ୍ରମାଗତ ଉଛେଦ ପ୍ରକ୍ରିୟାରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଚୁପ ଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଏଥିପାଇଁ ଦାୟୀ କରିଆସୁଛନ୍ତି। ଯାହାକୁ ନଗର କଂଗ୍ରେସ ପ୍ରତ୍ୟାଖାନ କରିବା ସହ ବିଧାୟକ ସବୁବେଳେ ଗରିବ ଲୋକଙ୍କୁ ସାଥିରେ ରହିଛନ୍ତି ବୋଲି କହିଛି ।
ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ