ETV Bharat / state

ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ ଘଟଣା, ପ୍ରଶାସନିକ ସେବା ସଂଘର ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ଓ ବିଧାୟକ ମୁହାଁମୁହିଁ ହେବା ଘଟଣା । ଜିଲ୍ଲାପାଳଙ୍କ ପ୍ରତି ବିଧାୟକଙ୍କ ଆଚରଣକୁ ବିରୋଧ କରି ଜିଲ୍ଲା ପ୍ରଶାସନିକ ସେବା ସଂଘ ଆନ୍ଦୋଳନ ଚେତାବନୀ ଦେଇଛି । ଅଧିକ ପଢ଼ନ୍ତୁ

congress mla lashes out at balangir collector
ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକ ମୁହାଁମୁହିଁ
author img

By

Published : Jan 15, 2023, 11:02 AM IST

Updated : Jan 15, 2023, 11:10 AM IST

ପ୍ରଶାସନିକ ସେବା ସଂଘର ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର: ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକ ମୁହାଁମୁହିଁ ହେବା ଘଟଣାର ବିବାଦ ଆହୁରି ତେଜିବାରେ ଲାଗିଛି । ପ୍ରଶାସନିକ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ବେଳେ କଣ୍ଟାବାଞ୍ଜି ବିଧାୟକ ମଧ୍ୟ ଅନୁରୂପ ଭାବରେ ଆନ୍ଦୋଳନ ଚେତାବନୀ ମାମଲାକୁ ଆହୁରି ଗୁରୁତର କରିଛି । ଜିଲ୍ଲାପାଳଙ୍କ ପ୍ରତି ବିଧାୟକଙ୍କ ଆଚରଣ ପ୍ରଦର୍ଶନକୁ ନେଇ ନିନ୍ଦା ପ୍ରକାଶ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା 16 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ପ୍ରଶାସନିକ ସେବା ସଂଘ କଳାବ୍ୟାଚ ପିନ୍ଧି ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ।

ଗତ 13 ତାରିଖରେ ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ବିଜୁ କେବିକେ ଯୋଜନାରେ ଅନୁଦାନ ଅର୍ଥକୁ ଜିଲ୍ଲାପାଳ ମନମୁଖୀ ଭାବେ କଣ୍ଟାବାଞ୍ଜି ଅଞ୍ଚଳ ପାଇଁ କାଟି ଦେଇଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବିଧାୟକ ସନ୍ତୋଷ ସିଂ ସାଲୁଜଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରବର୍ତ୍ତୀ ସମୟରେ ସନ୍ତୋଷ ସିଂ ସାଲୁଜା ନିଜ ଚୌକି ଛାଡି ଜିଲ୍ଲାପାଳଙ୍କ ପାଖକୁ ଯାଇ ତାଙ୍କ ଉପରେ ବର୍ଷିଥିଲେ। " ତୁମେ କିଏ ? ଆପଣଙ୍କର କଣ କ୍ଷମତା ଅଛି" ଯେ ମନମୁଖୀ ଭାବେ ଟଙ୍କା କାଟିଦେବା ନେଇ ସେ ଯୁକ୍ତି କରିଥିଲେ ।

ଯାହାକୁ ନେଇ ବୈଠକରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ଟୁକୁନି ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ବୁଝାସୁଝା କରିଥିଲେ । ମାତ୍ର ସନ୍ତୋଷ ସିଂ ସାଲୁଜା ଏଥିରେ ରାଗି ଯାଇଥିଲେ । ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିବା ବେଳେ ବଲାଙ୍ଗୀର ପ୍ରଶାସନିକ ସେବା ସଂଘ ଆନ୍ଦୋଳନ ଚେତାବନୀ ଦେଇଛି । ଜିଲ୍ଲାପାଳଙ୍କୁ ଏଭଳି ଆଚରଣ ପ୍ରଦର୍ଶନ କରିବାକୁ ଏମାନେ ଦୃଢ଼ ନିନ୍ଦା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା 16 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି ଆନ୍ଦୋଳନ କରାଯିବ ବୋଲି ବଲାଙ୍ଗୀର ପ୍ରଶାସନିକ ସେବା ସଂଘ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ସୂଚନା ଦେଇଛି ।

ସମାନ ଭାବରେ ଜିଲ୍ଲା ସରକାରୀ ମୋଟର ଚାଳକ ସଂଘ ମଧ୍ୟ ଜିଲ୍ଲାପାଳଙ୍କୁ ଅପମାନ ହୋଇଥିବାର ଦର୍ଶାଇ ସେମାନେ ମଧ୍ୟ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ସେପଟେ ବଲାଙ୍ଗୀର କୋଶଳ ସମନ୍ୱୟ ସମିତି ଏହି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛି । ଯେଉଁ କାରଣରୁ ଏହି ବିବାଦ ଉପୁଜିଛି ତାର ଉଚ୍ଚସ୍ଥରୀୟ ତଦନ୍ତ ଦାବି କରିଛି । ଏନେଇ କୋଶଳ ସମନ୍ୱୟ ସମିତି ଅଧ୍ୟକ୍ଷ ପ୍ରମୋଦ ମିଶ୍ର କହିଛନ୍ତି, " ଓଡ଼ିଶାରେ ଦୀର୍ଘ ଦୁଇ ଦଶନ୍ଧି ଧରି ଅଫିସରଙ୍କ ରାଜ ଚାଲିଥିବା ବେଳେ ସେମାନେ ତାଙ୍କ ସୀମା ବାହାରକୁ ଯାଇ ସମ୍ବିଧାନ ବିରୋଧରେ କାର୍ଯ୍ୟ କରୁଛନ୍ତି ।

ଏହା କୌଣସି ବ୍ୟକ୍ତିଗତ ମାମଲା ନଥିଲା ଏବଂ ଅଞ୍ଚଳର ବିକାଶକୁ ନେଇ ବିଧାୟକ ଜଣକ ଜିଲ୍ଲାପାଳଙ୍କ ଠାରୁ ଉତ୍ତର ନ ପାଇବା ଓ ତାଙ୍କୁ ବାଧିବା ପରେ ସେ ଏହି ପଦକ୍ଷେପ ନେଇଛନ୍ତି । ଦେଶ କିମ୍ବା ରାଜ୍ୟର ସମସ୍ତ କାର୍ଯ୍ୟ ନିର୍ବାହି ଅଧିକାରୀ ନିଜ ସୀମାରେ ରହି କାମ କରିବା ଜରୁରୀ।" ସେହିପରି ଓଡିଶାରେ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ସେବକ ଭାବରେ କାମ ନ କରି ରାଜା ଭଳିଆ କାମ କରୁଛନ୍ତି ବୋଲି ସେ କହିଛନ୍ତି । ନିର୍ବାଚିତ ପ୍ରତିନିଧିଙ୍କୁ ହତାଦର କରୁଥିବାର ସେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ସେପଟେ ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ନେତା ନରସିଂହ ମିଶ୍ର ଏହି ଘଟଣାକୁ ଅତି ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି। "ବୈଠକରେ ଉପସ୍ଥିତ ଥିଲେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା । ଶାସକ ଦଳର ଲୋକେ ତାଙ୍କୁ ଜାଣି ଶୁଣି ସେଠି ଉପସ୍ଥିତ ନ ହେବା ପାଇଁ ତିନି ମହଲା ଉପରେ ବୈଠକ କରିଛନ୍ତି । ମାମଲା ସେଠି ଆଲୋଚନା ମାଧ୍ୟମରେ ସମାଧାନ ହୋଇ ପାରିଥାନ୍ତେ ହେଲେ ତାହା ହେଲା ନାହିଁ ।" ଯାହା ବଲାଙ୍ଗୀର ଜିଲ୍ଲା ପାଇଁ ଶୁଭଙ୍କର ନୁହେଁ ବୋଲି ନରସିଂହ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 15, 2023, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.