ETV Bharat / state

OBC Politics: ଗର୍ଜୁଛନ୍ତି ବିରୋଧୀ, ପଛୁଆ ବର୍ଗଙ୍କ ପାଇଁ ଲଢେଇ କରିବ କହୁଛି ବିଜେଡି

author img

By

Published : Dec 29, 2021, 8:23 AM IST

ପଛୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ହଟିବା ପରେ ଜୋର୍ ଧରିଛି ରାଜନୀତି । ରାଜ୍ୟ ସରକାର ଓବିସିଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ କଲା ବିରୋଧୀ । ଅଧିକ ପଢନ୍ତୁ

OBC Politics: ଗର୍ଜୁଛନ୍ତି ବିରୋଧି, ପଛୁଆ ବର୍ଗଙ୍କ ପାଇଁ ଲଢେଇ କରିବ କହୁଛି ବିଜେଡି

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନରେ ପଞ୍ଚୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ହଟିବା ପରେ ବିରୋଧୀଙ୍କ ବୟାନ ବାଜିରେ ଉଠୁଛି ପଡୁଛି ରାଜ୍ୟ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାବେଳେ ଏବେ ସଂରକ୍ଷଣକୁ ନେଇ ଜୋର୍ ଧରିଛି ରାଜନୀତି । କଂଗ୍ରେସ ସରକାରଙ୍କ ପାରିବା ପଣିଆର କଥା କହୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଓବିସି ବିରୋଧୀ କହୁଛି ବିଜେପି । ପ୍ରତ୍ୟେକ ଦଳ ପଛୁଆ ବର୍ଗଙ୍କ ସଂରକ୍ଷଣ ଦାବିରେ ସରକାରଙ୍କ ଉପରେ ଗର୍ଜୁଛନ୍ତି ।

ଶାସକ ଦଳ ଓବିସି ବର୍ଗଙ୍କ ସହ ପ୍ରତାରଣା କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା ଯେ ତିନୋଟି ପ୍ରକ୍ରିୟାରେ ଓବିସିମାନଙ୍କ ସଂରକ୍ଷଣ ବ୍ୟବସ୍ଥା କରିବା । ଏଥିପାଇଁ ରାଜ୍ୟ ସରକାର ଏକ ଓବିସି କମିଶନ ମଧ୍ୟ ଗଠନ କଲେ ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦେଲେ । ହେଲେ ଅପରପକ୍ଷେ କମିଶନକୁ ଉଚିତ୍ କ୍ଷମତା ନ ଦେଇ ତାକୁ ଅକାମୀ କରିଦେଲେ । ଯାହାଫଳରେ କମିଶନ ନିଜର ସଠିକ୍ ଦାୟିତ୍ବ ନିର୍ବାହ କରିପାରିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଓଡିଶାରେ ଜନସଂଖ୍ୟାର ୩୯ ପ୍ରତିଶତ ଆଦିବାସୀ । ଅଳ୍ପସଂଖ୍ୟକ ସାଧାରଣ ବର୍ଗ ଥିବାବେଳେ ବାକି ସବୁ ପଛୁଆ ବର୍ଗ ରହିଛନ୍ତି । ଜନସଂଖ୍ୟା ଦୃଷ୍ଟିରୁ ସରକାର ସେମାନଙ୍କୁ ୪୦ ପ୍ରତିଶତ ସଂରକ୍ଷଣ ଦେବାକୁ ବାଧ୍ୟ । ସେହିପରି ରାଜ୍ୟ ସରକାର ବିଧାନସଭାରେ ବିନା ଆଲୋଚନାରେ ଓବିସିଙ୍କୁ ୨୭ ପ୍ରତିଶତରୁ ଅଧିକ ସଂରକ୍ଷଣ ଦେଇ ହେବନାହିଁ କହି ବିଲ୍ ପାସ୍ କରିଛନ୍ତି । ଯାହା ନିୟମ ବିରୋଧୀ । ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବାରେ ସରକାର ଟାଳଟୂଳ ନୀତି ଆପଣାଉଛନ୍ତି ବୋଲି ବିଧାୟକ ଦଳ ନେତା କହିଛନ୍ତି ।

ଅନ୍ୟପଟେ ଶାସକ ଦଳ ମନ୍ତ୍ରୀ କହିଛନ୍ତି ଯେ, ସେମାନେ ପ୍ରଥମ କରି ଓବିସିଙ୍କୁ 40 ପ୍ରତିଶତ ସଂରକ୍ଷଣର କଥା କହିଥିଲେ । ଆଗକୁ ମଧ୍ୟ ତାଙ୍କୁ ହକ୍ ଦାବିରେ ଲଢେଇ କରିବେ ବୋଲି ପ୍ରକାଶ କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.