ETV Bharat / state

Panchayat Polls: ମୈଦାନରେ ନରସିଂହ ମିଶ୍ରଙ୍କ ପରିବାରର ଲଢେଇ

ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ପରିବାର ସଦସ୍ୟ ଏବେ ପରସ୍ପର ମଧ୍ୟରେ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଗୋଟିଏ ପ୍ରଭାବଶାଳୀ ପରିବାର ଚାରିଜଣ ସଦସ୍ୟ ପରସ୍ପର ବିରୋଧରେ ପ୍ରତିଦ୍ବନ୍ଦିତା କରିବା ବିଷୟକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଅଧିକ ପଢନ୍ତୁ

author img

By

Published : Jan 29, 2022, 10:46 PM IST

Congress leader Narasingha mishra
ପଞ୍ଚାୟତ ନିର୍ବାଚନ ମୁକାବିଲାରେ ନରସିଂହ ମିଶ୍ରଙ୍କ ପରିବାରର ଲଢେଇ

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଠୁଁ ସହର ସବୁଠି ରାଜନୈତିକ ଉଷ୍ମତା ମଧ୍ୟରେ ଓଡ଼ିଶାର ବିଶିଷ୍ଟ ଓ ପ୍ରଭାବ ଶାଳୀ ରାଜନେତା ନରସିଂହ ମିଶ୍ରଙ୍କ ପରିବାର ସଦସ୍ୟଙ୍କ ପରସ୍ପର ବିରୋଧରେ ପ୍ରତିଦ୍ବନ୍ଦିତା କରିବା ଏବେ ଚର୍ଚ୍ଚାରେ। ତାଙ୍କ ପରିବାରର ଦୁଇ ଭାଇ ଓ ଦୁଇ ବୋହୂ ଏଥର ନିର୍ବାଚନରେ ହେଉଛନ୍ତି ଅମନାସମନା ।

ବଲାଙ୍ଗୀର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଠୁଁ ସହର ସବୁଠି ରାଜନୈତିକ ଉଷ୍ମତା । ବିଭିନ୍ନ ପଦ ପଦବୀ ପାଇଁ ଅନେକ ପ୍ରାର୍ଥି ମଇଦାନକୁ ଓହ୍ଲାଇଛନ୍ତି। ହେଲେ ଗୋଟିଏ ପ୍ରଭାବଶାଳୀ ପରିବାର ଚାରିଜଣ ସଦସ୍ୟ ପରସ୍ପର ବିରୋଧରେ ପ୍ରତିଦ୍ବନ୍ଦିତା କରିବା ବିଷୟକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାର ପ୍ରଭାବଶାଳୀ ରାଜନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ପରିବାର ସଦସ୍ୟ ଏବେ ପରସ୍ପର ମଧ୍ୟରେ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଯେଉଁଥିରେ ନରସିଂହ ମିଶ୍ରଙ୍କ ଜଣେ ପୁତୁରା ସିଦ୍ଧାର୍ଥ ମିଶ୍ର ବଲାଙ୍ଗୀର ପୁଇନ୍ତଲା ବ୍ଲକ ଅନ୍ତର୍ଗତ ପିପିର୍ଡା ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ପ୍ରତିଦ୍ବନ୍ଦିତା କରିଛନ୍ତି। ସେହିପରି ତାଙ୍କ ବିପକ୍ଷରେ ତାଙ୍କର ଭାଇ ତଥା ନରସିଂହ ମିଶ୍ରଙ୍କ ଆଉ ଜଣେ ପୁତୁରା ସ୍ମାରକ ମିଶ୍ର ମଧ୍ୟ ଏହି ପଞ୍ଚାୟତରୁ ସେହି ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ନରସିଂହ ମିଶ୍ରଙ୍କ ଦୁଇ ପୁତୁରା ସମ୍ପର୍କରେ ଦୁଇ ଭାଇ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଏବଂ ଜଣେ ଲୋକଙ୍କ ସେବା ପାଇଁ ଏହା ପ୍ରଥମ ସୋପାନ ବୋଲି କହି ପ୍ରତିଦ୍ବନ୍ଦିତା କରୁଥିବାର କହିଛନ୍ତି। ସେହିପରି ଅନ୍ୟ ଭାଇ ମଧ୍ୟ ଲୋକଙ୍କ ସେବା ପାଇଁ ଆଗକୁ ଆସିଥିବା ବେଳେ ଗଣତନ୍ତ୍ରରେ କେହି ବି ପ୍ରାର୍ଥୀ ହୋଇ ପାରିବେ ବୋଲି କହିଛନ୍ତି ।

ତେବେ କେବଳ ନରସିଂହ ମିଶ୍ରଙ୍କ ଦୁଇ ପୁତୁରା ନୁହେଁ ତାଙ୍କ ସାଙ୍ଗକୁ ତାଙ୍କ ପରିବାରର ଦୁଇ ବୋହୂ ମଧ୍ୟ ପରସ୍ପର ବିରୋଧରେ ଏଥର ପ୍ରତିଦ୍ବନ୍ଦିତା କରିଛନ୍ତି। ନରସିଂହ ମିଶ୍ରଙ୍କ ଜଣେ ଭାଇଙ୍କ ସ୍ତ୍ରୀ ଜ୍ୟୋସ୍ନା ମିଶ୍ର ବଲାଙ୍ଗୀର ଛତା ମଖନା ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଏବଂ ତାଙ୍କ ବିପକ୍ଷରେ ତାଙ୍କ ଯାଆ ତଥା ନରସିଂହ ମିଶ୍ରଙ୍କ ଆଉ ଜଣେ ଭାଇ ବୋହୂ ଗୀତାଞ୍ଜଳି ମିଶ୍ର ସମାନ ସ୍ଥାନରୁ ସମାନ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିଛନ୍ତି। ତେବେ ସେ ମଧ୍ୟ ପରିବାର ବିରୋଧରେ ଏହା ଲଢେ଼ଇ ନୁହେଁ ବରଂ ଲୋକଙ୍କ ସେବା ଲୋକଙ୍କ ମୌଳିକ ଅଧିକାର ପାଇଁ ସେ ଲଢ଼ୁଥିବା କହିଛନ୍ତି।

ତେବେ ଓଡ଼ିଶାର ପ୍ରଭାବଶାଳୀ ରାଜନେତା ନରସିଂହ ମିଶ୍ରଙ୍କ ପରିବାର ଚାରି ଜଣ ସଦସ୍ୟ ପରସ୍ପର ବିରୋଧରେ ଏହି ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଯାହାକୁ ନେଇ ଏଠି ଚର୍ଚା ଜୋର୍ ଧରି ଥିବା ବେଳେ ପରିବାର ମଧ୍ୟରେ ଏହି ଲଢେ଼ଇ ଆଗକୁ କଣ ରୂପ ନେବ ତା ଉପରେ ସମସ୍ତଙ୍କ ନଜର ରହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.