ETV Bharat / state

ଧାନର ସର୍ବନିମ୍ନ ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି, କେନ୍ଦ୍ର ଉପରେ ବର୍ଷିଲେ ନରସିଂହ

ନିକଟରେ ସରକାର ଧାନର ସର୍ବ ନିମ୍ନ ମୂଲ୍ୟ ରେ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଉଭୟ ବିଜେପି ଓ ବିଜେଡ଼ି ଉପରେ ବର୍ଷିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 12, 2022, 10:15 AM IST

ଧାନର ସର୍ବନିମ୍ନ ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧିକୁ ନେଇ କଂଗ୍ରେସ ବିଧାୟକଙ୍କ ଗର୍ଜନ

ବଲାଙ୍ଗୀର: ନିକଟରେ ସରକାର ଧାନର ସର୍ବ ନିମ୍ନ ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ତେବେ ଏହାକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଉଭୟ ବିଜେପି ଓ ବିଜେଡ଼ି ଉପରେ ବର୍ଷିଛନ୍ତି । ଏମାନେ ଚାଷୀ ବିରୋଧୀ ବୋଲି କହିଛନ୍ତି । ଓଡ଼ିଶାରେ ଧାନର ସର୍ବନିମ୍ନ ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ପୂର୍ବରୁ ବିଜେଡି ନିଜର ହତାଶା ଜାହିର କରି ସାରିଛି ।

ସେପଟେ କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର ଏହାକୁ ନେଇ ଉଭୟ ବିଜେଡି ଓ ବିଜେପିକୁ ଘେରିଛନ୍ତି । ତେବେ ବିଜେପି ସରକାରଙ୍କ ନିଜ ବିଭାଗ ନୀତି ଆୟୋଗ ଓଡ଼ିଶାରେ ଚାଷୀ ମାନଙ୍କର ବାର୍ଷିକ ଆୟ ପାଞ୍ଚ ହଜାର ୧୧୨ ଟଙ୍କା ବୋଲି କହିଛନ୍ତି । ତେବେ ମାସକୁ ଚାଷୀର ଆୟ ପାଞ୍ଚ ଶହ ଟଙ୍କାରୁ ମଧ୍ୟ କମ ଅଟେ ।

ସେହିପରି ଚାଷ କରିବା ପାଇଁ ଚାଷୀ ଅଧିକ ଖର୍ଚ୍ଚାନ୍ତ ହୋଇଆସୁଥିବା ବେଳେ ସରକାର ମାତ୍ର ୧୦୦ ଟଙ୍କା ଏମଏସପିରେ ବୃଦ୍ଧି କରିବା ପରିହାସ ବୋଲି କହିଛନ୍ତି । ସେହିପରି ଏମଏସପିକୁ ନେଇ ସର୍ବଦଳୀୟ ବୈଠକ ଡାକିବା ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ନିଷ୍ପତ୍ତି କେବଳ ନିଷ୍ପତ୍ତିରେ ରହିଥିବା ବେଳେ ବିଜେଡି ସରକାର ଓ ବିଜେପି ସରକାର ଉଭୟ ମିଶି ଚାଷୀଙ୍କୁ ଶୋଷଣ କରୁଛନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.