ETV Bharat / state

Karnataka Result: ରାହୁଲ ଓ ପ୍ରିୟଙ୍କାଙ୍କୁ ଶ୍ରେୟ ଦେଲେ ନରସିଂହ, ରାଜ୍ୟ କଂଗ୍ରେସକୁ ମାରିଲେ ତେରଛା ବାଣ

author img

By

Published : May 13, 2023, 4:56 PM IST

କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହି ସଫଳତାର ଶ୍ରେୟ ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଇଛନ୍ତି । ତେବେ ସେଠାରେ ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ମଧ୍ୟରେ ମନମାଳିନ୍ୟ ଥିଲେ ମଧ୍ୟ ସେମାନେ ଏକାଠି ଲଢ଼ିବାରୁ ଜିତିଲେ ବୋଲି କହି ରାଜ୍ୟ କଂଗ୍ରେସ ନେତାଙ୍କୁ ତେରଛା ବାଣ ମାରିଛନ୍ତି ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

କର୍ଣ୍ଣାଟକ ବିଜୟର ଶ୍ରେୟ ରାହୁଲ ଓ ପ୍ରିୟଙ୍କାଙ୍କୁ ଦେଲେ ନରସିଂହ

ବଲାଙ୍ଗୀର: କର୍ଣ୍ଣାଟକରେ ବଡ଼ ବିଜୟ ଦ୍ବାରରେ କଂଗ୍ରେସ । ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସୁଥିବା ବେଳେ ଏଥିରେ କଂଗ୍ରେସ ପୂର୍ଣ୍ଣ ବହୁମତରେ ସରକାର ଗଠନ କରୁଥିବା ସ୍ପଷ୍ଟ ହୋଇଛି । ଯଦିଓ ଝାରସୁଗୁଡ଼ା ଉପନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଛି, କିନ୍ତୁ କର୍ଣ୍ଣାଟକ ବିଜୟକୁ ନେଇ ଉତ୍ସବ ମନାଇଛନ୍ତି ଓଡ଼ିଶା କଂଗ୍ରେସ ନେତା । ସେପଟେ କର୍ଣ୍ଣାଟକ ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଏହି ସଫଳତାର ଶ୍ରେୟ ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଇଛନ୍ତି ।

କର୍ଣ୍ଣାଟକ ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ପଦଯାତ୍ରା ଓ ପ୍ରିୟଙ୍କା ଗାନ୍ଧୀଙ୍କ ଇଫେକ୍ଟ କଂଗ୍ରେସକୁ ସେଠାରେ ସଫଳତା ଦେଇଥିବା ସେ କହିଛନ୍ତି । ସେ କହିଛନ୍ତି, "କର୍ଣ୍ଣାଟକ ବିଧାନ ସଭା ନିର୍ବାଚନ ଗଣତି ଜାରି ରହିଛି । ସେପଟେ ଟ୍ରେଣ୍ଡ କଂଗ୍ରେସ ସପକ୍ଷରେ ଥିବା ବେଳେ କଂଗ୍ରେସ ଦଳ ୧୩୦ରୁ ଅଧିକ ଆସନରେ ଆଗୁଆ ରହିଛି । ଯାହା ସ୍ପଷ୍ଟ କରୁଛି କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢ଼ିବ । ବିଜେପିକୁ ଅଧା ଆସନରେ ବିଜୟ ମିଳିବ ନାହିଁ, ଏକଥା ମଧ୍ୟ ସ୍ପଷ୍ଟ ହୋଇଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ଖୁବ ପ୍ରଭାବ ପକାଇଥିବା ବେଳେ ଲୋକଙ୍କୁ ଯୋଡିବାରେ ସେ ସଫଳ ହୋଇଛନ୍ତି । ସେହିପରି ପ୍ରିୟଙ୍କା ଗାନ୍ଧୀଙ୍କ ଲୋକପ୍ରିୟତା ଓ ତାଙ୍କ ଭାଷଣ ମଧ୍ୟ ଏହି ସଫଳତା ପାଇଁ ମୁଖ୍ୟ କାରଣ ।" ଏହାଛଡା ଏଠିକାର ଅନେକ ବିଜେପି ନେତା ଦୁର୍ନୀତିରେ ଜଡିତ ଥିବାରୁ ଲୋକେ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, "ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଏଠାରେ କଂଗ୍ରେସ ସରକାର ଗଢ଼ିବ ଏବଂ ବିଜେପି ସଫା ହୋଇଯିବ । ଏଠିକାର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ୪୦ ପ୍ରତିଶତ ସରକାର ଦୁର୍ନୀତିରେ ଜଡ଼ିତ ରହି ନିନ୍ଦିତ ହୋଇଥିଲେ । ଏଥିପାଇଁ ଲୋକେ ଏହି ସରକାର ବିପକ୍ଷରେ ଯାଇଛନ୍ତି । ସେହିପରି କର୍ଣ୍ଣାଟକରେ ମଧ୍ୟ କଂଗ୍ରେସ ମଧ୍ୟରେ ମନମାଳିନ୍ୟ ଥିଲା । ଏହାସତ୍ତ୍ବେ ସମସ୍ତେ ଏକାଠି ହୋଇ ନିର୍ବାଚନ ଲଢ଼ିଥିଲେ । ଫଳ ସ୍ବରୂପ କଂଗ୍ରେସ ଏଠାରେ ସଫଳ ହୋଇଛି ।" ତେବେ ମନମାଳିନ୍ୟ ଥାଇ ଏକାଠି ଲଢ଼ିଲେ ସଫଳତା ମିଳେ, ଏକଥା ଅନ୍ୟ ରାଜ୍ୟରେ କଂଗ୍ରେସକୁ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ ବୋଲି ନରସିଂହ କହିଛନ୍ତି । ରାଜ୍ୟ କଂଗ୍ରେସରେ ଏବେ ଦଳୀୟ କନ୍ଦଳ ଲାଗି ରହିଥିବା ବେଳେ ଝାରସୁଗୁଡ଼ାରେ ଦଳ ଅମାନତ ହରାଇଛି । ଏଭଳି ସମୟରେ ନରସିଂହଙ୍କ ଏଭଳି ମନ୍ତବ୍ୟ ଓଡ଼ିଶା କଂଗ୍ରେସର ନେତାଙ୍କୁ ଇଙ୍ଗିତ କରୁଛି ବୋଲି ଚର୍ଚ୍ଚା ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.