ETV Bharat / state

ବିଜେଡି ଓ କଂଗ୍ରେସ ମୁହାଁମୁହିଁ ଘଟଣା, କଂଗ୍ରେସର ଭୁଲ ଥିଲେ ଦୁଃଖିତ କହିଲେ ନରସିଂହ

author img

By

Published : Feb 19, 2023, 6:10 PM IST

ବଲାଙ୍ଗୀର ବିକାଶ ପ୍ରସଙ୍ଗ ନେଇ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ଘଟଣା । ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

ବିଜେଡି ଓ କଂଗ୍ରେସ ମୁହାଁମୁହିଁ ଘଟଣା
bjd and congress conflict in balangir
ବିଜେଡି ଓ କଂଗ୍ରେସ ମୁହାଁମୁହିଁ ଘଟଣା

ବଲାଙ୍ଗୀର: ଥମୁନି କାଦୁଆ ଫିଙ୍ଗା ରାଜନୀତି । ବଲାଙ୍ଗୀର ଜିଲ୍ଲାରେ ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ କନ୍ଦଳ ଜାରି ରହିଛି । ବଲାଙ୍ଗୀର କଲମଣ୍ଡ ପଡ଼ିଆରେ ନବ ନିର୍ମିତ ସଂସ୍କୃତି ଭବନର ଉଦଘାଟନ ବେଳେ ଜିଲ୍ଲା ବିକାଶ ପ୍ରସଙ୍ଗ ନେଇ ଦୁଇ ଦଳ ମୁହାଁମୁହିିଁ ହୋଇଥିଲେ । ଏହି ସମୟରେ କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେଡି ମହିଳା କାଉନସିଲର ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ନେଇ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।

ଏହି ଘଟଣାକୁ ଆଲୋଚ୍ୟ ବିଷୟ ନୁହେଁ ଓ ସେ ତାକୁ ଅଣଦେଖା କରିଛନ୍ତି ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । "ବିଜେଡି ପକ୍ଷରୁ ଥାନାରେ ଦିଆଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ବିଜେଡିର ଏହି ଅଭ୍ୟାସ ସର୍ବଦା ରହିଆସିଛି । ଜିଲ୍ଲା ପ୍ରଶାସନର ନିମନ୍ତ୍ରଣ କ୍ରମେ କୋଶଳ କଳାମଣ୍ଡଳ ସଂସ୍କୃତି ଭବନ ଯାଇଥିଲି । ସେଠି ଥିବା ପର୍ଯ୍ୟନ୍ତ ମୋ ସହିତ କର୍ମୀମାନେ ଥିଲେ ଏବଂ ମୋ ସହିତ ସେମାନେ ଫେରି ଆସିଥିଲେ । ସେଠାରେ କୌଣସି ଗଣ୍ଡଗୋଳ ହୋଇନାହିଁ । "ଓଲଟା ବିଜେଡି କର୍ମୀମାନେ ବିଶୃଙ୍ଖଳା କରି କଂଗ୍ରେସ ଉପରେ ମିଛ ଆରୋପ ଲଗାଇଥିବାର ସେ କହିଛନ୍ତି । ଏହି ବିଷୟରେ ସେ କିମ୍ବା ତାଙ୍କ କର୍ମୀ ଦ୍ଵାରା କୌଣସି ଆକ୍ଷେପ ହୋଇଥିଲେ ଅଥବା କାହାରିକୁ ଦୁଃଖ ଦେଇଥିଲେ ସେ ସେଥିରେ ଦୁଃଖିତ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ସାଂସ୍କୃତିକ ଭବନ ଉଦଘାଟନ ସମୟରେ ବିକାଶ ପ୍ରସଙ୍ଗରେ ବିଧାୟକ ଓ ବଲାଙ୍ଗୀର ପୌର ପରିଷଦ ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ କଂଗ୍ରେସ କର୍ମୀ ଓ ବିଜେଡି କାଉନସିଲରମାନଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ଧସ୍ତାଧସ୍ତି ହୋଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ବଲାଙ୍ଗୀର ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ବୁଝାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହାପରେ ମହିଳା କାଉନସିଲରଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ବିଜେଡି କାଉନସିଲରମାନେ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଥିଲେ । ବିଧାୟକ ଏବଂ ତାଙ୍କ କର୍ମୀମାନେ କାଉନସିଲରଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲା ଅଭିଯୋଗ ହୋଇଥିଲା । ସେହିପରି ପରବର୍ତ୍ତୀ ସମୟରେ କଂଗ୍ରେସ ପକ୍ଷରୁ ମଧ୍ୟ ଟାଉନ ଥାନାରେ ପାଲଟା ଅଭିଯୋଗ କରା ଯାଇଥିଲା । ତେବେ ଏହି ଘଟଣାକୁ ନେଇ ବଲାଙ୍ଗୀରରେ ରାଜନୈତିକ ମାହୋଲ ସରଗରମ ରହିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.