ETV Bharat / state

ଅଜଣା ଗାଡ଼ି ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ - ବଲାଙ୍ଗୀରରେ ସଡକ ଦୁର୍ଘଟଣା

ବଲାଙ୍ଗୀର ପାଟଣାଗଡ଼ ମୁଖ୍ୟରାସ୍ତାରେ ମର୍ଣ୍ଣିଂ ୱାକ୍ ବେଳେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଅଧିକ ପଢନ୍ତୁ

ମର୍ଣ୍ଣିଂ ୱାକ୍ ବେଳେ ଅଘଟଣ
ମର୍ଣ୍ଣିଂ ୱାକ୍ ବେଳେ ଅଘଟଣ
author img

By ETV Bharat Odisha Team

Published : Oct 8, 2023, 1:05 PM IST

Updated : Oct 8, 2023, 2:29 PM IST

ମର୍ଣ୍ଣିଂୱାକ୍ ବେଳେ ଅଘଟଣ

ବଲାଙ୍ଗୀର: ମର୍ଣ୍ଣିଂୱାକ୍ ବେଳେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ । ବଲାଙ୍ଗୀର ପାଟଣାଗଡ଼ ମୁଖ୍ୟରାସ୍ତାରେ ଏକ ଅଜଣା ଗାଡି ଧକ୍କା କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ଜଣକ +୨ ପ୍ରଥମ ବର୍ଷ ଛାତ୍ର ପୁସ୍ତମ ଭୁଏ(୧୬) ବୋଲି ଜଣାପଡିଛି । ପୁସ୍ତମ ପାଟଣାଗଡ଼ ପଟୁ ଆସୁଥବା ବେଳେ ଏକ ଅଜଣା ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଏହାପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ତେବେ ଏନେଇ ଘଟଣାସ୍ଥଳରେ ଉତ୍ତେଜନ ଦେଖାଦେଇଥିବା ବେଳେ ପାଟଣାଗଡ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

ସୂଚନା ଅନୁସାରେ, ପୁସ୍ତମ ଶିଆଲବାହାଲିରେ ମାମୁଁ ଘରେ ରହି ସାହାଜବାହାଲ କଲେଜରେ ପାଠ ପଢ଼ୁଥିଲେ । ଆଜି ଭୋର୍‌ ସକାଳୁ ମର୍ଣ୍ଣିଂୱାକ୍‌ରେ ବାହାରିଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଏନେଇ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରି ଘଟଣା ସ୍ଥଳରେ ରାସ୍ତାରୋକ କରିଥିବା ବେଳେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସେପଟେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳଙ୍କ ସହ ସଦର୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ବେଳେ ଏଯାଏଁ ରାସ୍ତା ଅବରୋଧ ହଟି ନାହିଁ ।

ତେବେ ମୃତକଙ୍କ ପରିବାର ବର୍ଗକୁ ଆର୍ଥିକ କ୍ଷତି ପୂରଣ ଓ ଦୁର୍ଘଟଣା ଘଟାଇଥିବା ସଂପୃକ୍ତ ଗାଡ଼ି ଜବତ କରିବା ସହ ଗାଡ଼ି ଚାଳକକୁ ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଏହି ଆନ୍ଦୋଳନ ଯୋଗୁଁ ବଲାଙ୍ଗୀର କଣ୍ଟାବାଞ୍ଜି ପାଟଣାଗଡ଼ ରାସ୍ତାରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ବଲାଙ୍ଗୀର ପାଟଣାଗଡ଼ ରାସ୍ତାରେ ଏହି ଆନ୍ଦୋଳନ ଏବେ ବି ଜାରି ରହିଥିବା ବେଳେ ଲୋକେ ମୁଖ୍ୟ ରାସ୍ତାରେ ମୃତଦେହ ରଖି ଧାରଣା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ- ମର୍ଣ୍ଣିଂ ୱାକ୍ ହେଲା କାଳ; ଅଜଣା ଗାଡି ଧକ୍କାରେ ୨ ଯୁବକ ମୃତ

ସେହିପରି ଆଜି ଅନୁଗୋଳ ଜିଲ୍ଲା ପାଲଲହଡାରେ ମର୍ଣ୍ଣିଂ ଓ୍ବାକ କରି ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ହୋଇଛି । ପାଲଲହଡ଼ା ଦେଇ କଲିକତା ବମ୍ବେକୁ ସଂଯୋଗ କରୁଥିବା 49 ନଂ ଜାତୀୟ ରାଜପଥ ନିକଟସ୍ଥ ମୁକ୍ତପୁର ଗାଁ ପାଖରେ ଥିବା ମହେନ୍ଦ୍ରା ସୋ' ରୁମ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ମୃତ ରାଜେଶ ଓ ମାଧବ ସାଙ୍ଗ ହୋଇ ମର୍ଣ୍ଣିଂ ୱାକରେ ଯାଇଥିଲେ । ୱାକ୍ ସାରି ଘରକୁ ଫେରିବା ବାଟରେ ଗୋଟିଏ ଟ୍ରକ ଦୁହିଁଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଉଭୟ ରାସ୍ତାକଡ଼କୁ ଛିଟିକି ହୋଇ ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Oct 8, 2023, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.