ETV Bharat / state

ହୋଟେଲରେ ସରପଞ୍ଚ ଓ ମହିଳା ସରପଞ୍ଚଙ୍କ ସ୍ବାମୀ ହାତାହାତି, ଭିଡିଓ ଭାଇରାଲ

author img

By

Published : Jul 15, 2023, 2:04 PM IST

ହୋଟେଲରେ ସରପଞ୍ଚ ଓ ମହିଳା ସରପଞ୍ଚଙ୍କ ସ୍ବାମୀଙ୍କ ମଧ୍ୟରେ ମାରପିଟ୍ । ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ହୋଟେଲରେ ସରପଞ୍ଚ ଓ ମହିଳା ସରପଞ୍ଚଙ୍କ ସ୍ବାମୀ ହାତାହତି

ବଲାଙ୍ଗୀର: ରଣକ୍ଷେତ୍ର ପାଲଟିଲା ହୋଟେଲ । ଜଣେ ସରପଞ୍ଚଙ୍କୁ ମାଡ ମାରିଲେ ଆଉ ଜଣେ ସରପଞ୍ଚଙ୍କ ସ୍ବାମୀ । ତାଙ୍କର ସରପଞ୍ଚ ପତ୍ନୀଙ୍କୁ ଦୁର୍ବ୍ୟବହାର କରିବା ନେଇ ବ୍ୟକ୍ତି ଜଣକ ଅନ୍ୟ ସରପଞ୍ଚଙ୍କୁ ପିଟିଲେ । ବାଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ସରପଞ୍ଚଙ୍କ ସ୍ବାମୀ ଓ ଅନ୍ୟ ସରପଞ୍ଚ ମଧ୍ୟରେ ମାରପିଟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଥାନାରେ ମଧ୍ୟ ପହଞ୍ଚିଛି ।

ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର କୁତୁର୍ଲା ସରପଞ୍ଚ ତେଜ ହରପାଳ ଓ ତାଙ୍କ ସ୍ବାମୀ ବ୍ୟାଙ୍କ କାମରେ ଦେଓଗାଁ ଆସିଥିଲେ । ଡେରି ହେବାରୁ ଉଭୟ ବହଲି ଛକରେ ଥିବା ହୋଟେଲକୁ ଖାଇବାକୁ ଯାଇଥିଲେ । ସେଠି ପୂର୍ବରୁ ପଞ୍ଚାୟତର ପିଇଓ ଗୋପାଳ ଷଡଙ୍ଗୀ ଓ ହାତୀସରା ସରପଞ୍ଚ କେଲୋ ଡାଙ୍ଗ ଉପସ୍ଥିତ ଥିଲେ । ସମସ୍ତେ ଚିହ୍ନା ପରିଚୟ ହେବା ପରେ ଏକାସାଙ୍ଗରେ ଗୋଟିଏ ଟେବୁଲରେ ଖାଇବାକୁ ବସିଥିଲେ । ଏହି ସମୟରେ ସ୍ବାମୀ ଖାଇବା ଅର୍ଡ଼ର ଦେବାକୁ ଯାଇଥିବା ବେଳେ କେଲୋ ଡାଙ୍ଗ ପିଇଓଙ୍କ ଉପସ୍ଥିତରେ ମହିଳା ସରପଞ୍ଚ ତେଜଙ୍କୁ ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଆକାଶ ଛୁଆଁ ପରିବା ଦାମ, ପ୍ରତିବାଦ କଲା ସିପିଆଇଏମ ଓ ମହିଳା ସମିତି

ସ୍ବାମୀ ଆସିବା ପରେ ସେ ସବୁ କଥା ଜଣାଇଥିଲେ । ଏହାକୁ ନେଇ ମହିଳା ସରପଞ୍ଚଙ୍କ ସ୍ବାମୀ ଓ ହାତୀସରା ସରପଞ୍ଚ ଡାଙ୍ଗଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏମିତିକି କଥା ହାତାହାତି ଯାଏଁ ଯାଇଥିଲା । ପୁରା ଘଟଣା ହୋଟେଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଏହି ମାରପିଟର ଭିଡିଓ ଭାଇରାଲ ପରେ ଦୁଇ ସରପଞ୍ଚଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ମହିଳା ସରପଞ୍ଚ କହିଛନ୍ତି ଯେ, ହାତୀସରା ସରପଞ୍ଚ ନିଶାସକ୍ତ ଥିଲେ । ନିଶାସକ୍ତ ଅବସ୍ଥାରେ ତାଙ୍କୁ ଜାତିଆଣ ଆକ୍ଷେପ ସହ ଦୁର୍ବ୍ୟବହାର କରିଥିଲେ । ଏ ସମ୍ପର୍କରେ ସ୍ବାମୀଙ୍କୁ କହିବା ପରେ ସେ କାହିଁକି ଏଭଳି କଥା କହୁଛ ବୋଲି କେଲୋ ଡାଙ୍ଗଙ୍କୁ ପଚାରିଥିଲେ । ହେଲେ ହାତୀସରା ସରପଞ୍ଚ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ ।

ଏନେଇ ମହିଳା ସରପଞ୍ଚ ଦେଓଗାଁ ଥାନାରେ ସରପଞ୍ଚ କେଲୋ ଡାଙ୍ଗଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ l ତେବେ ଅଭିଯୁକ୍ତ ସରପଞ୍ଚ ଶାସକ ଦଳର ହୋଇଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ବସିଛି ଏବଂ ଓଲଟା ତାଙ୍କ ସ୍ବାମୀଙ୍କୁ ପୋଲିସ ନାଲି ଆଖି ଦେଖାଉଥିବା ସରପଞ୍ଚ ତେଜ ହରପାଳ ଅଭିଯୋଗ କରିଛନ୍ତି । ଏହି ଖବର ପ୍ରଘଟ ପରେ ହାତୀସରା ସରପଞ୍ଚଙ୍କୁ ଗିରଫ ପାଇଁ ୨୪ ଘଣ୍ଟାର ମହଲତ ଦେଇଛି କଂଗ୍ରେସ ଏସି ସେଲ୍ । ଏନେଇ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ମଧ୍ୟ ଦିଆଯାଇଛି । ପୋଲିସ ସମ୍ପୃକ୍ତ ସରପଞ୍ଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି । ସେପଟେ ଏହି ଘଟଣା ନେଇ ପୋଲିସ କିମ୍ବା ହାତୀସରା ସରପଞ୍ଚଙ୍କ ପ୍ରତିକ୍ରିୟା ଏଯାଏଁ ମିଳିପାରି ନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.