ETV Bharat / state

ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଛାତ୍ର କଂଗ୍ରେସର ଆନ୍ଦୋଳନ

author img

By

Published : Feb 14, 2023, 10:04 PM IST

ବଲାଙ୍ଗୀରରେ ବଢୁଛି ଅପରାଧିକ ମାମଲା । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଛାତ୍ର କଂଗ୍ରେସର ଆନ୍ଦୋଳନ । ଅଧିକ ପଢନ୍ତୁ

chatra congress protest
chatra congress protest
chatra congress protest

ବଲାଙ୍ଗୀର: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଅପରାଧିକ ଘଟଣା । ଫଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ରାସ୍ତାକୁ ଓହ୍ଳାଇଲା ଛାତ୍ର କଂଗ୍ରେସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିପିଙ୍କ କୁଶ ପୁତ୍ତଳିକା ଦାହ କଲେ ବିକ୍ଷୋଭକାରୀ ।

ତେବେ ବିଗତ କିଛି ମାସରେ ବଲାଙ୍ଗୀରର ଜିଲ୍ଲାରେ ହତ୍ୟା, ଲୁଟ ଡକାୟତି, ମରଣାନ୍ତକ ଆକ୍ରମଣ, ବେଆଇନ ନିଶା କାରବାର ପରି ଅପରାଧିକ ଘଟଣା ବୃଦ୍ଧି ହେଉଥିବା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଅଭିଯୋଗ କରିଛନ୍ତି। ସମାନ ଭାବରେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ମାଫିଆ ତଥା ନିଶାସକ୍ତ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟି ଥିବାର ସେ ଅଭିଯୋଗ କରିଛନ୍ତି। ପୂର୍ବରୁ କଲେଜ ହଷ୍ଟେଲ ମଧ୍ୟରେ ଜଣକୁ ହତ୍ୟା ହୋଇଥିବା ବେଳେ ଏବେ ହଷ୍ଟେଲର ଦୁଇ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିଲା । ପୋଲସର ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା କହିଛି ଛାତ୍ର କଂଗ୍ରେସ । ତେବେ ରାଜେନ୍ଦ୍ର ୟୁନିଭରସିଟିର ଚାରି ପାଖରେ ପାଚେରୀ ଓ ଏକ ପୋଲସ ଫାଣ୍ଡି କରିବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି। ଯଦି ଏହା ନହୁଏ ତେବେ ଆଗାମୀ ଦିନରେ କଂଗ୍ରେସ ତୀବ୍ର ଆନ୍ଦୋଳନ କରିବ ବୋଲି ଛାତ୍ର କଂଗ୍ରେସ ଅଙ୍କିତ ସାହୁ କହିଛନ୍ତି।

ଏନେଇ ବଲାଙ୍ଗୀର ଏସଡ଼ିପିଓ କହିଛନ୍ତି ଯେ, ''ପୋଲିସ ନିୟମିତ ଅପରାଧ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇ ଆସିଛି। ସହର ତଥା ଜିଲ୍ଲାର ଅନେଲ ଅପରାଧୀଙ୍କୁ ଜେଲ ହାଜତକୁ ପଠାଇଛି। କିଛି ପଳାତକ ଅପରାଧୀଙ୍କ ସମ୍ପତ୍ତି ବ୍ୟାଜାପ୍ତ ପାଇଁ ମଧ୍ୟ ପୋଲିସ ପଦକ୍ଷେପ ନେଇ ବିଗତ କିଛି ମାସ ହେବ ଅପରାଧୀଙ୍କ ଘରେ ନୋଟିସ ମାରିବା ସହ ଡେଙ୍ଗୁରା ପିଟିଥିଲା ।''

''ଏଥିସହ ପେଶାଗତ ଅପରାଧୀଙ୍କ ବିରୋଧରେ 110 ସିଆର ପିସି ଓ ଜାତୀୟ ସୁରକ୍ଷା ଆଇନ ମଧ୍ୟ ଲଗାଇ ଗିରଫ କରିଛି। ସେହିପରି ପୋଲିସ ପକ୍ଷରୁ ଜିରୋ ଅପରାଧ ନୀତି ଅବଲମ୍ବନ କରାଯାଇ ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୋଲିସ। ଯେଉଁଥିରେ କିଛି ପେଶାଦାର ଅପରାଧୀଙ୍କ ଅଡ୍ଡା ସ୍ଥଳୀକୁ ଡୋଜର ଲଗାଇ ଧ୍ୱସ୍ତ କରିଛି ପୋଲିସ। ଗତ ରାତିରେ ପୋଲିସ ଅପରାଧୀ ଶ୍ରୀପତି ସିଂ, ବାବ୍ଲୁ ମହନନ୍ଦ ଓ ପ୍ରଶାନ୍ତ ମଟାରୀର ବିଭିନ୍ନ ଅଡ୍ଡା ସ୍ଥଳି ଓ ସରକାରୀ ସ୍ଥାନରେ ଥିବା ବ୍ୟବସାୟକୁ ମାଟିରେ ମିଶାଇ ଦେଇଛି। ଆଗକୁ ଅପରାଧୀଙ୍କ ସରକାରୀ ସ୍ଥାନରେ ଥିବା ଘରକୁ ମଧ୍ୟ ଉଚ୍ଛେଦ କରାଯିବ ବୋଲି ବଲାଙ୍ଗୀର ଏସଡ଼ିପିଓ କହିଛନ୍ତି। ''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.