ବଲାଙ୍ଗୀର: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧା ସାଜିଛି କୋରୋନା । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଏବର୍ଷର ରଥଯାତ୍ରା ବାତିଲ କରିଛି ପ୍ରଶାସନ । ଯାହାକୁ ନେଇ ନିରାଶ ହୋଇଛନ୍ତି ବଲାଙ୍ଗୀରବାସୀ ।
ପ୍ରକାଶ ଥାଉ କି ବଲାଙ୍ଗୀରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କୋରୋନା ସଂକ୍ରମଣରେ ରେଡ୍ ଜୋନ ହୋଇଥିବାରୁ ପ୍ରଶାସନ ରଥଯାତ୍ରା ଆୟୋଜନ ନକରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଜୁନ 30 ପର୍ଯ୍ୟନ୍ତ ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।
ଏଥିଯୋଗୁଁ ଏଠାରେ ରଥଟଣା ହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ତେବେ ସାତ ଜଣଙ୍କ ଉପସ୍ଥିତିରେ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା ହେବ । କିନ୍ତୁ ରଥଟଣା ସମ୍ପୂର୍ଣ୍ଣ ବାରଣ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ