ETV Bharat / state

ବଲାଙ୍ଗୀରରେ ବନ୍ୟା ସ୍ଥିତି ପରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ବଲାଙ୍ଗୀରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆକାଶମାର୍ଗରୁ କଲେ ବନ୍ୟାଞ୍ଚଳ ପରିଦର୍ଶନ । ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର @dpradhanbjp
author img

By

Published : Aug 17, 2019, 12:23 PM IST

Updated : Aug 17, 2019, 5:42 PM IST

ବଲାଙ୍ଗୀର: ବଲାଙ୍ଗୀରରେ ବନ୍ୟା ବିଭୀଷିକା ପରେ ଗାଁଠୁ ସହର ସବୁଠି ଦୁର୍ଦ୍ଦଶାରେ ଲୋକେ । କେଉଁଠି ଭଙ୍ଗା ଘରେ ତ କେଉଁଠି ଖୋଲା ଆକାଶ ତଳେ ଦିନ କାଟୁଛନ୍ତି ଲୋକେ । ତେବେ ଶନିବାର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏହା ପରେ ବନ୍ୟା ସମ୍ପର୍କିତ ଏକ ସମୀକ୍ଷା ବୈଠକ ବସିଥିଲା । ଏଥରେ କେନ୍ଦ୍ରମନ୍ତ୍ରୀଙ୍କ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓଙ୍କ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ଥିଲେ । ବନ୍ୟାଞ୍ଚଳ ପରିଦର୍ଶନ ଓ କ୍ଷୟକ୍ଷତିର ସମୀକ୍ଷା କରିବା ପରେ କେନ୍ଦ୍ର ସରକାର ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଧର୍ମେନ୍ଦ୍ର ।

ଗତ 12 ଓ 13 ତାରିଖରେ ବନ୍ୟା ଜିଲ୍ଲାବାସୀଙ୍କ ସବୁକିଛି ଛାରଖାର କରିଦେଇଛି । ତେବେ ପ୍ରଶାସନ ସବୁକିଛି ସଜାଡ଼ିବାରେ ଲାଗି ପଡିଥିବ ବେଳେ ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ ହେଉଛି । ସେପଟେ ସରକାରୀ ସାହାଯ୍ୟ ବିଳମ୍ବ ନେଇ ଲୋକଙ୍କ ଆନ୍ଦୋଳନ ମଧ୍ୟ ଜାରି ରହିଛି । ଏଥିରେ ବିଭିନ୍ନ ପଡାର ଲୋକେ ରିଲିଫ ପାଇଁ ରାସ୍ତା ରୋକ କରୁଛନ୍ତି ।

ଜିଲ୍ଲାରେ 50 ବର୍ଷ ମଧ୍ୟରେ ଏପରି ବର୍ଷ ହୋଇନଥିଲା ଓ ପାଗ ପରିବର୍ତ୍ତନ ଯୋଗୁଁ ଏଭଳି ବିପଦ ଆସିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ବଲାଙ୍ଗୀର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଏକ ଆକାଂକ୍ଷା ଜିଲ୍ଲା ଭାବରେ ଘୋଷଣା କରିଥିବା ବେଳେ ଏହାକୁ ବିଶେଷ କୋଟା ଦିଆଯିବା କଥା ସେ କହିଛନ୍ତି । ସମାନ ଭାବରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ମୁଦ୍ରା ଯୋଜନାକୁ ଏଠି ଅଧିକରୁ ଅଧିକ ଲାଗୁ କରାଯିବ ବୋଲି ସେ କହିଛନ୍ତି । ସେପଟେ ରାଜ୍ୟ ସରକାର କ୍ଷୟକ୍ଷତିର ସମୀକ୍ଷା ରିପୋର୍ଟ ଦେଲେ କେନ୍ଦ୍ର ସରକାର ତା ଉପରେ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Aug 17, 2019, 5:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.