ବଲାଙ୍ଗୀର: ଜିଲ୍ଲାରେ କଫ ସିରପ ନିଶା କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ବଲାଙ୍ଗୀର ଜିଲ୍ଲାର ବେଲପଡା ଓ ତରା ଗ୍ରାମରେ ଅବକାରୀ ବିଭାଗ ଚଢାଉ କରିଛି । ଏଥିରେ 2 ହଜାରରୁ ଅଧିକ କଫ ସିରଫ ଜବତ ହେବା ସହ 2 ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ବଲାଙ୍ଗୀର ଜିଲ୍ଲାର ଯୁବପୀଢ଼ୀ ଏହି ନିଶାର ବଶବର୍ତ୍ତୀ ହୋଇଛନ୍ତି । ନିକଟରେ ପୋଲିସର ଘନଘନ ଚଢ଼ାଉ ପରେ ଏଥିରେ କିଛିଟା ରୋକ ଲାଗିଛି । ତେବେ ଦୀର୍ଘଦିନ ପରେ ଏବେ ଅବକାରୀ ବିଭାଗର ନିଦ ଭାଙ୍ଗିଛି । ଜିଲ୍ଲା ବାହାରୁ ଓ ରାଜ୍ୟ ବାହାରୁ ଆସୁଥିବା ଏହି ନିଶାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସବୁ ବିଭାଗର ସମନ୍ଵୟ ଆବଶ୍ୟକ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ