ETV Bharat / state

ନିୟତିର ଖେଳ: ଭଉଣୀକୁ ବଞ୍ଚାଇ ଚାଲିଗଲା ଭାଇ

ବଲାଙ୍ଗୀରର ଗୁରୁଣ୍ଡା ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଭଉଣୀକୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ଭାଇ । ମୃତକ ହେଲେ କର୍ଣ୍ଣଦାନୀ ସରାପ ।

author img

By

Published : Sep 4, 2019, 1:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଭଉଣୀର ଜୀବନ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ଭାଇ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରୁବାହାଲ ଥାନା ଅଧିନସ୍ଥ ଗୁରୁଣ୍ଡା ଗାଁରେ । ମୃତକ ହେଲେ କର୍ଣ୍ଣଦାନୀ ସରାଫ । ବିଦ୍ୟୁତ୍‌ ଆଘାତରୁ ସାନ ଭଉଣୀକୁ ବଞ୍ଚାଇବା ବେଳେ ମୃତ୍ୟୁର ଶିକାର ହୋଇଛନ୍ତି ସେ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ପୁରା ଘଟଣା ଏମିତି, ମୃତ ରାଜେଶଙ୍କ ଭଉଣୀ ପ୍ରେମଲତା ବୁଧବାର ଘର ବାହାରେ ଝାଡୁ କରୁଥିଲେ । ଏହି ସମୟରେ ସେ ହଠାତ୍ ଗଣେଶ ପୂଜା ପାଇଁ ସଜ୍ଜିତ ହୋଇଥିବା ଲିଚୁ ବଲ୍‌ବ ସଂସ୍ପର୍ଶରେ ଆସିଯାଇଥିଲେ । ସଙ୍ଗେସଙ୍ଗେ ସାନ ଭଉଣୀକୁ ବଞ୍ଚାଇବା ପାଇଁ ଭାଇ ରାଜେଶ ଲାଗି ପଡିଥିଲେ । ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଅଚେତ୍‌ ହୋଇପଡିଥିଲେ । ତାଙ୍କୁ ସଙ୍ଗେସଙ୍ଗେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭଉଣୀ ପାଇଁ ଭାଇ ଜୀବନ ଦେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:କଟକ ଜିଲ୍ଲା ଲୁଣା ନଦୀ ତେନ୍ତଲପୁର ଗ୍ରାମ କାଳିଆ ବୁଦା ମଠ ନିକଟରୁ ଅଚିହ୍ନା ମହିଳାଙ୍କ ଗଳିତ ଶବ ଉଦ୍ଧାର l ଏକ ଜରି ଅଖା ଭିତରେ ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କରାଯାଇଛି।ସ୍ଥାନୀୟ ଲୋକ ପ୍ରଥମେ ଏହାକୁ ଦେଖି ନିଶ୍ଚିନ୍ତକୋଇଲି ଥାନାକୁ ଖବର ଦେଇଥିଲେ। ନିଶ୍ଚିତକୋଇଲି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରିଛି।ତେବେ ମହିଳା ଜଣଙ୍କ ପରିଚୟ ମିଳିପାରି ନାହିଁ ।ଅନ୍ୟପଟେ କେହି ଜଣେ ହତ୍ୟା କରି ଜରି ଅଖାରେ ବାନ୍ଧି ନଦୀରେ ପକାଇ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଘଟଣାକୁ ଅତି ଗୁରୁତ୍ୱର ସହ ନେଇ ଛାନ ଭିନ୍ ଆରମ୍ଭ କରିଛି ନିଶ୍ଚିତକୋଇଲି ଥାନା ପୋଲିସ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.