ETV Bharat / state

ମମିତା ମିସିଂ ମିଷ୍ଟ୍ରି: ଗୋବିନ୍ଦ ସାହୁଙ୍କୁ ଧରାଇଦେଲେ ମିଳିବ 1 ଲକ୍ଷ - mamita missing case

କଳାହାଣ୍ଡି ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲା । ଫେରାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୁଣ୍ଡରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ବଲାଙ୍ଗୀର ପୋଲିସ । ଅଧିକ ପଢନ୍ତୁ...

ମାଟିତଳୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ପରେ ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ

author img

By

Published : Oct 19, 2021, 4:11 PM IST

Updated : Oct 19, 2021, 4:43 PM IST

ବଲାଙ୍ଗୀର: ମୋଷ୍ଟ ୱାଣ୍ଟେଡ ଘୋଷିତ ହେଲା ଫେରାର ଗୋବିନ୍ଦ ସାହୁ । ଗୋବିନ୍ଦଙ୍କୁ ଧରାଇଲେ ମିଳିବ ୧ ଲକ୍ଷ ଟଙ୍କା । ଅଭିଯୁକ୍ତକୁ ଧରିବାକୁ ଏହି ପୁରସ୍କାର ରାଶି ଘୋଷଣା କରିଛି ବଲାଙ୍ଗୀର ପୋଲିସ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କ ପୋଷ୍ଟର ଲଗାଯାଇଛି ।

ବଲାଙ୍ଗୀର ପୋଲିସ ବାରାକରୁ ଚମ୍ପଟ୍‌ ମାରିଥିଲା ଗୋବିନ୍ଦ ସାହୁ । ତେଣୁ ଯିଏ ଏହି ଅଭିଯୁକ୍ତକୁ ଧରାଇବେ ତାଙ୍କୁ ୧ ଲକ୍ଷ ଟଙ୍କା ରାଶି ପୁରସ୍କାର ଦିଆଯିବ ବୋଲି ବଲାଙ୍ଗୀର ପୋଲିସ ଘୋଷଣା କରିଛି । ଏଥିପାଇଁ ବଲାଙ୍ଗୀର ଏସପି ଦୁଇଟି ଫୋନ୍‌ ନମ୍ୱର୍ ଜାରି କରିଛନ୍ତି । ଗୋବିନ୍ଦ ବିଷୟରେ ସୂଚନା ଦେବାକୁ ଚାହୁଁଥିବା ବ୍ୟକ୍ତି ମୋବାଇଲ ନମ୍ବର ୮୨୮୦୦୭୨୫୮୬ କିମ୍ବା ଲ୍ୟାଣ୍ଡ ଫୋନ ନମ୍ବର ୦୬୬୫୨ ୨୩୪୦୨୧ରେ ଯୋଗାଯୋଗ କରି ପାରିବେ ।

ମମିତା ମିସିଂ ମିଷ୍ଟ୍ରି: ଗୋବିନ୍ଦ ସାହୁଙ୍କୁ ଧରାଇଦେଲେ ମିଳିବ 1 ଲକ୍ଷ

ସେପଟେ ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି । ଶିକ୍ଷୟିତ୍ରୀ ନିଖୋଜ ଘଟଣାର ତଦନ୍ତ ବେଳେ ସନ୍‌ସାଇନ୍ ପବ୍ଲିକ ସ୍କୁଲ ନିର୍ମାଣଧୀନ ମିନି ଷ୍ଟାଡିୟମ ମାଟି ତଳୁ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ଏହି ମୃତଦେହ କାହାର ତାହାକୁ କୌଣସି ସ୍ପଷ୍ଟୀକରଣ ମିଳି ପାରିନାହିଁ । ମମିତା ମେହେର ପିନ୍ଧିଥିବା ସୁନା ଚେନ, ବ୍ରେସ୍‌ଲେଟ ଗଳିତ ମୃତଦେହରୁ ଜବତ କରିଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ଏହି ମୃତଦେହର ବିଷୟରେ କିଛି ସୂଚନା ମିଳିପାରିବ ବୋଲି କହିଛି ପୋଲିସ ।

ଗୋବିନ୍ଦ ମୋଷ୍ଟ ୱାଣ୍ଟେଡ ଭାବରେ ଘୋଷଣା କରାଯାଇଥିବା ନେଇ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି । ଏହାସହ ତା ମୁଣ୍ଡରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ରଖାଯାଇଛି । କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ବିରୋଧୀଙ୍କ ହୋହାଲ୍ଲାରେ ଉଠୁଛିପଡ଼ୁଛି ରାଜ୍ୟ । ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ପରେ ବିରୋଧୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 19, 2021, 4:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.