ETV Bharat / state

ନୂଆଁଖାଇ ପାଳିଲେ ବଲାଙ୍ଗୀର ରାଜପରିବାର - bolangir

ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇକୁ ରାଜା ଠାରୁ ଆରମ୍ଭ କରି ପ୍ରଜା ପର୍ଯ୍ୟନ୍ତ ସମସ୍ତେ ପାଳନ କରିଛନ୍ତି । ଯେଉଁଥିରେ ଓଡିଶାର ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲାର ରାଜ ପରିବାର ସାମିଲ ହୋଇ ସମସ୍ତଙ୍କୁ ନୂଆଁଖାଇ ଜୁହାରର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 3, 2019, 3:54 PM IST

ବଲାଙ୍ଗୀର: ଆଜି ନୂଆଁଖାଇ । ଏହି ଅବସରରେ ବଲାଙ୍ଗୀରରେ ଧୂମଧାମରେ ପାଳନ ହେଉଛି ଏହି ପର୍ବ । ଯେଉଁଥିରେ ଓଡିଶାର ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲାର ରାଜ ପରିବାର ସାମିଲ ହୋଇଛନ୍ତି । ରାଜ ପରିବାରର ସମସ୍ତ ସଦସ୍ୟ ସ୍ଥାନୀୟ ଶୈଳେଶ୍ବରୀ ପ୍ୟାଲେସରେ ଏକତ୍ରିତ ହୋଇ ଏହି ନୂଆଖାଇ ପର୍ବ ପାଳନ କରିଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ବଲାଙ୍ଗୀର

ପାଟଣା ମହାରାଜ ତଥା ପୂର୍ବତନ ପାଟଣାଗଡ଼ ବିଧାୟକ କେଭି ସିଂ ଦେଓ, ତାଙ୍କ ପତ୍ନୀ ତଥା ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓ, ପରିବାରର ବୟୋଜ୍ୟେଷ୍ଠ ଏୟୁ ସିଂ ଦେଓ ପ୍ରମୁଖ ମିଳିମିଶି ରାଜ ପ୍ରାସାଦରେ ନବାନ୍ନ ଖାଇଛନ୍ତି । ତେବେ ପାଟଣା ମହାରାଜା ତଥା ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ ସହରବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ଏବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି ସେ କହିଛନ୍ତି । ସମାନ ଭାବରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓ ମଧ୍ୟ ଜନସାଧାରଣଙ୍କ ଉନ୍ନତିର କାମନା କରିଛନ୍ତି ।

ସେହିପରି କେଭି ସିଂ ଦେଓଙ୍କ ପୁତ୍ରି ନିବୃତି କୁମାରୀ ସିଂ ଦେଓ ନୂଆଁଖାଇ ପାଇଁ ସୁଦୂର ମେୱାରରୁ ଆସି ବଲାଙ୍ଗୀରରେ ପହଞ୍ଚିଛନ୍ତି । ନୂଆଖାଇ ଏଠିକାର ଏକ ଅଭିନ୍ନ ପରମ୍ପରା ଓ ପର୍ବ ବୋଲି ପ୍ରକାଶ କରିଛନ୍ତି । ଯେଉଁକାରଣରୁ ସେ ନିଜ ଦୁଇ କୁନି କୁନି ଝିଅଙ୍କ ସହ ନୂଆଖାଇ ପାଳନ କରିବାକୁ ଆସିଥିବା କହିଛନ୍ତି । ସେପଟେ ପରିବାରର ଏହି ନୂଆଁଖାଇ ପାଳନରେ ଆଜି ଦୁଇ ଯୁବ ଚେହେରା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ ଏବଂ ଅର୍କେଶ ନାରାୟଣ ସିଂ ଦେଓ ଅନୁପସ୍ଥିତ ଥିଲେ । ହେଲେ ସେମାନଙ୍କ ବାପା ଏୟୁ ସିଂ ଦେଓ ଉପସ୍ଥିତ ହୋଇ ପରିବାର ସହିତ ନବାନ୍ନ ଖାଇ ସମସ୍ତଙ୍କୁ ନୂଆଁଖାଇ ଜୁହାର କରି ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ବଲାଙ୍ଗୀରରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.