ETV Bharat / state

କଲେଜ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭିଡ଼ିଓ ଭାଇରଲ, ଅଭିଯୁକ୍ତ ଫେରାର

ବଲାଙ୍ଗୀରରେ ପୁଣି ଜଣେ କଲେଜ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଯାହା ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ଏବେ ମାମଲା ଥାନାରେ ପହଞ୍ଚିଛି।

author img

By

Published : Mar 1, 2019, 12:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ବଲାଙ୍ଗୀର

ବଲାଙ୍ଗୀର: ଦିନକୁ ଦିନ ବଢିବାରେ ଲାଗିଛି କଲେଜ ଛାତ୍ରୀଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ ଘଟଣା। ବଲାଙ୍ଗୀରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ପୁଣି ଜଣେ କଲେଜ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରଲ ହୋଇଥିବାର ଖବର ମିଳିଛି। ଯାହା ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ଏ ମାମଲା ଏବେ ଥାନାରେ ପହଞ୍ଚିଛି। ଏନେଇ ପୀଡ଼ିତାଲିଖିତ ଅଭିଯୋଗ କରିବା ପରେ ପୋଲିସ ଏ ଘଟଣାରେ ତନାଘନା ଆରମ୍ଭ କରିଛି।

ପୀଡିତା ଛାତ୍ରୀ ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଥିବା ଏକ କଲେଜର ଯୁକ୍ତ ତିନିରେ ପାଠପଢନ୍ତି। ତାଙ୍କର ପୁରୁଷ ବନ୍ଧୁ ତାଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଭାଇରାଲ କରିଥିବା ସେ ଅଭିଯୋଗ ଆଣିଛନ୍ତି। ପୁରୁଷ ବନ୍ଧୁ ଜଣକ ବେଲପଡା ବ୍ଲକ ଘାର୍ଘୁଲି ଗାଁ ଛିତକେଲ୍ ଜୋର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗଣେଶ ସେଲମା ବୋଲି ଜଣାପଡ଼ିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବିବାହର ପ୍ରତିଶ୍ରୁତି ଦେଇ ସେ କଲେଜ ଛାତ୍ରୀଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ। କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ସେ ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଦେଇଥିଲେ। ଏନେଇ ପୀଡ଼ିତ ଜିଲ୍ଲାର ମୁରିବହାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯାହା ପରେ ପୋଲିସ ତନାଘନା ଆରମ୍ଭ କରିଥିବା ବେଳେ ଫେରାର ଥିବା ଅଭିଯୁକ୍ତର ଖାନତଲାସୀ ଜାରି ରଖିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ନବରଙ୍ଗପୁର ଜିଲ୍ଲା କୋସାଗୁମୁଡା ଠାରେ କେସିସି ବ୍ୟଙ୍କ ଉଦଘାଟନ ହୋଇଯାଇଛି।ଏଥିରେ ମୂଖ୍ୟ ଅତିଥି ଭାବରେ କୋରାପୁଟ କେସିସି ବ୍ୟଙ୍କ ସଭାପତି ଇନ୍ଦରା ନନ୍ଦ ଯୋଗ ଦେଇଥିଲେ।ଦିର୍ଘ ଦିନ ଧରି ବ୍ୟଙ୍କ ପ୍ରତିଷ୍ଟା ଦାବି ଯୋର ଧରି ଥିବା ବେଳେ ଚଳିତ ବର୍ଷ ବ୍ୟାଙ୍କ ଖୋଲି ଥିବାରୁ କୋସାଗୁମୁଡା ବ୍ଲକ ବାସିନ୍ଦା ଖୂସି ଅଛନ୍ତି ।ବ୍ୟଙ୍କ ହେବା ଫଳରେ ବିଶେଷ କରି ଚାଷୀ ମାନେ ଉପକୃତ ହେବେ ବୋଲି କହିଛନ୍ତି।ଆଜିର ଉଦଘାଟନ ଉସ୍ବବ ରେ ଲ୍ୟାମ୍ପ ନିର୍ଦ୍ଦେଶକ ଯୋଗେନ୍ଦ୍ର ସ୍ବାଇ ଙ୍କ ସମେତ ବହୁ ଚାଷୀ ସମାବେଶ ହୋଇ ଥିଲେ।

Body:ଆଜି ଠାରୁ ବ୍ୟଙ୍କ କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ଅବସରରେ ସମସ୍ତ କେସିସି ବ୍ୟଙ୍କ କର୍ମଚାରୀ ଯୋଗ ଦେଇଥିଲେ।ତେବେ ବ୍ୟଙ୍କ ହେବ।ପରେ କଣ ରହିଛି ପ୍ରତିକ୍ରିୟା ଆସନ୍ତୁ ଜାଣିବା
ବାଇଟ-ଇନ୍ଦିରା ନନ୍ଦ-ସଭାପତି-କେସିସି ବ୍ୟଙ୍କ
ବାଇଟ-ଯୋଗେନ୍ଦ୍ର ସ୍ବାଇ
ବାଇଟ-ଚାଷୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.