ETV Bharat / state

ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ - balangir news

ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଘେରାଉ ବେଳେ ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ । ଅଧିକ ପଢନ୍ତୁ...

bjp strike in block at balangir
ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ
author img

By

Published : Jul 11, 2021, 9:43 AM IST

ବଲାଙ୍ଗୀର: ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ । ବଲାଙ୍ଗୀର ଜିଲ୍ଲାରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ କରି ଜିଲ୍ଲା ତମାମ ବିଜେପି ଆନ୍ଦୋଳନ କରୁଛି। ଏନେଇ ଶନିବାର ଗୁଡଭେଲା ବ୍ଲକକୁ ମଧ୍ୟ ଘେରିଥିଲା ଦଳ । ହେଲେ ଏହି ବ୍ଲକର ଅଧ୍ୟକ ଜଣେ ବିଜେପି ନେତା ହୋଇଥିବା ବେଳେ ତାଙ୍କୁ ତାଙ୍କର ହିଁ ଦଳ ଲୋକେ ଦୁର୍ନୀତି ଅଭିଯୋଗରେ ଘେରାଉ କରିଥିଲେ । ଏବଂ ଏଥିରେ ବିଜେପିର ଦୁଇ ଗୋଷ୍ଠୀ ମୁହାମୁହିଁ ହେବା ସହ ବିଚ ରାସ୍ତାରେ ଝଗଡ଼ା କରିଥିଲେ ।

ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ

ଯାହାର ଭିଡିଓ ଏବେ ଭାଇରାଲ ହୋଇଥିବା ବେଳେ ବିଜେପି ଦଳର ଗୋଷ୍ଠୀ କନ୍ଦଳ ମଧ୍ୟ ସାମନାକୁ ଆସିଛି । ତେବେ ଗୁଡଭେଲା ବ୍ଲକ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ଜିଲ୍ଲା ବିଜେପି ସମ୍ପଦ ମୁକେଶ ଜୈନ୍ ଓ ଟିଟିଲାଗଡ ବିଜେପି ପାର୍ଥି ମହେନ୍ଦ୍ର ସିଂ ଠାକୁରଙ୍କ ନେତୃତ୍ବରେ ଏହି ଘେରାଉ କାର୍ଯ୍ୟକ୍ରମ ଚାଲିଥିଲା । ତେବେ ଏହି ବ୍ଲକର ଅଧ୍ୟକ୍ଷ ତଥା ବିଜେପିର ନେତା ଅଶୋକ ଦୋରା ଏହାକୁ ପ୍ରତିବାଦ କରିଥିଲେ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.