ETV Bharat / state

ଟାଟା ପାୱାରର ମନମାନି: ବର୍ଷାରେ ଭିଜି ଭିଜି ପ୍ରତିବାଦ କଲେ କେଭି ସିଂହଦେଓ ଓ ସମର୍ଥକ

author img

By

Published : Jul 18, 2023, 7:58 AM IST

ବର୍ଷାରେ ଭିଜି ଭିଜି ଟାଟା ପାୱାରର ମନମାନି ବିରୋଧରେ ପ୍ରତିବାଦ କଲେ ବିଜେପି ନେତା କେଭି ସିଂହଦେଓ ଓ ତାଙ୍କ ସମର୍ଥକ । ଅଧିକ ପଢନ୍ତୁ

ଟାଟା ପାୱାର ବିରୋଧରେ କେଭି ସିଂହଦେଓଙ୍କ ପ୍ରତିବାଦ

ବଲାଙ୍ଗୀର: ଅଘୋଷିତ ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଲୋ' ଭୋଲଟେଜ ସମସ୍ୟା ସହ ପ୍ରତିମାସରେ ଉପଭୋକ୍ତାଙ୍କୁ ଅଧିକ ବିଲ୍ ଆସୁଥିବା ଅଭିଯୋଗ ହେଉଛି । ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟା ପାୱାରର ଏଭଳି ମନମାନୀ ବିରୋଧରେ ପ୍ରତିବାଦ କରିଛନ୍ତି ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସୋମବାର କେଭି ସିଂହଦେଓ ଓ ତାଙ୍କର ସମର୍ଥକମାନେ ବର୍ଷାରେ ଭିଜି ଭିଜି ବଲାଙ୍ଗୀର ପାଟଣାଗଡ ସ୍ଥିତ ଟାଟା ପାୱାର ଅଫିସ ଘେରାଉ କରିଛନ୍ତି । ଅତ୍ୟଧିକ ବିଲ୍ ଓ ପାୱାର କଟ ବିରୋଧରେ ପାଟଣାଗଡ଼ ବିଜେପି ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି ।

ପାଟଣାଗଡ଼ ଅଞ୍ଚଳରେ ନିୟମିତ ଅଘୋଷିତ ପାୱାର କାଟ ହେଉଛି । ଏହି କାରଣରୁ ବୈଦ୍ୟୁତିକ ଉପକରଣ ପୋଡ଼ି ଯାଉଛି । ଲୋ' ଭୋଲଟେଜ ସମସ୍ୟା ମଧ୍ୟ ଲାଗି ରହୁଛି । ସେହିପରି ପ୍ରତିମାସରେ ଉପଭୋକ୍ତାଙ୍କୁ ଅତ୍ୟଧିକ ବିଦ୍ୟୁତ ବିଲ୍ ଆସୁଛି । ଏ ସମ୍ପର୍କରେ ଉପଭୋକ୍ତା ବିଲ୍ ସଂଗ୍ରହକାରୀଙ୍କୁ ଜଣାଇଲେ ସେମାନେ ସମସ୍ୟା ବୁଝିବା ପରିବର୍ତ୍ତେ ଓଲଟା ଲାଇନ କାଟି ଦେବାକୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ ସ୍ୱରୂପ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଦଳର ଏକାଧିକ କର୍ମୀ ବର୍ଷାରେ ଭିଜି ଭିଜି ଟାଟା ପାୱାର ଅଫିସ ଘେରାଉ କରି ଆନ୍ଦୋଳନ କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ କମ୍ପାନୀ ବିରୋଧରେ ଏତାଲା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ଦାବି, ବ୍ରହ୍ମପୁରରେ ୮ ଜିଲ୍ଲାର କର୍ମଚାରୀଙ୍କ ପ୍ରତିବାଦ

ଏନେଇ କେଭି ସିଂହଦେଓ କହିଛନ୍ତି, ''ପାଟଣାଗଡ଼ରେ ଟାଟା ପାୱାର ତାର ମାନମାନି ଚଳାଇଛି । ସହରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ' ଭୋଲଟେଜ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ବିନା ମିଟର ରିଡିଂରେ ଅତ୍ୟଧିକ ବିଲ୍ ଦିଆଯାଉଛି । ଏବେ ପୋଲିସ ଫୋର୍ସ ନେଇ ଲୋକଙ୍କଠାରୁ ଜୋର ଜବରଦସ୍ତ ବିଲ ଟଙ୍କା ଆଦାୟ କରାଯାଉଛି । ନଚେତ ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବାର ଧମକ ଦିଆଯାଉଛି । ଏମିତିକି ବିଦ୍ୟୁତ ସଂଯୋଗ ହୋଇନଥିବା ଲୋକଙ୍କୁ ୪୨ ହଜାର ଟଙ୍କା ବିଲ୍ ଦିଆଯାଇଛି । ଟାଟା ପାୱାରର ଏଭଳି ମନମାନୀକୁ ବରଦାସ୍ତ କରାଯିବ ନାହିଁ ।'' ତେବେ ସ୍ଥାନୀୟ ଟାଟା ପାୱାର ଅଧିକାରୀମାନେ ଏହିସବୁ ସମସ୍ୟା ଠିକ୍ କରାଯିବାର ପ୍ରତିଶ୍ରୁତି ଦେଇଥିବା ବିଜେପି ନେତା ଜଣାଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.