ETV Bharat / state

ସାଂସଦଙ୍କ କାର୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ନିରଞ୍ଜନ ବିଶିଙ୍କ ଗିରଫ ଦାବି କଲା ବିଜେପି

author img

By

Published : May 26, 2023, 9:13 AM IST

ସାଂସଦଙ୍କ କାର୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା । ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରି ସାଂସଦ ନିରଞ୍ଜନ ବିଶିଙ୍କୁ ଗିରଫ କରାଯାଉ ଦାବି କଲା ବିଜେପି । ଅଧିକ ପଢନ୍ତୁ

ସାଂସଦ ନିରଞ୍ଜନ ବିଶିଙ୍କ ଗିରଫ ଦାବି
ସାଂସଦ ନିରଞ୍ଜନ ବିଶିଙ୍କ ଗିରଫ ଦାବି
ସାଂସଦ ନିରଞ୍ଜନ ବିଶିଙ୍କ ଗିରଫ ଦାବି

ବଲାଙ୍ଗୀର: ବିଜେଡି ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟଣା । ସାଂସଦ ନିରଞ୍ଜନ ବିଶିଙ୍କ ଗିରଫଦାରୀ ଦାବି କଲା ବିଜେପି । ଦୁର୍ଘଟଣା ସମୟରେ ସାଂସଦ ଗାଡିରେ ନଥିଲେ ବୋଲି କହୁଥିବା ବେଳେ ବିଜେପି ଏହାକୁ ଖଣ୍ଡନ କରିଛି । ସାଂସଦ ନିରଞ୍ଜନ ବିଶି ଗାଡି ଭିତରେ ଥିଲେ । ଦୁର୍ଘଟଣା ପରେ ଯୁବକଙ୍କୁ ହସ୍ପିଟାଲ ନେବା ବଦଳରେ ଲୁଚି ପଳାଇ ଯାଇଥିଲେ । ସେ ଯଦି ଗାଡିରେ ନଥିଲେ ତେବେ ତାଙ୍କର ପିଏସଓ ସେଠାରେ କ'ଣ କରୁଥିଲେ ବୋଲି ବିଜେପି ପ୍ରଶ୍ନ କରିଛି । ତେଣୁ ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରି ସାଂସଦଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି ବିଜେପି ।

ବଲାଙ୍ଗୀର ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି କଣ୍ଟାବାଞ୍ଜି ଠାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏହା ଏକ ହୃଦୟ ବିଦାରକ ଘଟଣା । ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ୩୦ ବର୍ଷୀୟ ଆଦିବାସୀ ଯୁବକଙ୍କ ମୃତ୍ୟୁ ହେବା ଦୁଃଖଦାୟକ । ଦୁର୍ଘଟଣା ସମୟରେ ସାଂସଦ ନିରଞ୍ଜନ ବିଶି ଗାଡ଼ି ଭିତରେ ଥିଲେ । ସେ ପାଖ ଗାଁକୁ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେବାକୁ ଯାଉଥିଲେ । ତାଙ୍କ କାର୍ ସ୍କୁଟି ଚାଳକଙ୍କୁ ଧକ୍କା ଦେବା ପରେ ସେଠାରୁ ସେ ଲୁଚି ଆଉ ଜଣଙ୍କ ଘରକୁ ପଳାଇଥିଲେ । ୧୦ ମିନିଟ ମଧ୍ୟରେ ତାଙ୍କ ଗାଡ଼ି ଥାନାରେ ପହଞ୍ଚି ଥିଲା । ସାଂସଦ ଅତି ସମ୍ବେଦନହୀନ ବ୍ୟବହାର କରିଛନ୍ତି । ଦୁର୍ଘଟଣାରେ ଆହତ ଯୁବକଙ୍କୁ ମେଡିକାଲ ନେବା ପରିବର୍ତ୍ତେ ସେଠାରୁ ଲୁଚି ପଳାଇବା ଅତି ଅମାନବୀୟ କାର୍ଯ୍ୟ । ଏହା ସମସ୍ତଙ୍କୁ ଦୁଃଖ ଦେଇଛି । ସାଂସଦଙ୍କ ଏହି ସମ୍ବେଦନହୀନ ବ୍ୟବହାର ପାଇଁ ତାଙ୍କ ବିରୋଧରେ ହିଟ ଏଣ୍ଡ ରନ ମାମଲା ରୁଜୁ କରାଯାଇ ଗିରଫ କରାଯାଉ ବୋଲି ବିଜେପି ନେତା ଦାବି କରିଛନ୍ତି ।

ନିରଞ୍ଜନ ବିଶି ଗାଡିରେ ନଥିବା କହୁଥିବାବେଳେ ଏହାକୁ ବିଜେପି ଖଣ୍ଡନ କରିଛି । ଯଦି ସେ ଗାଡ଼ିରେ ନଥିଲେ ତେବେ ତାଙ୍କ ପିଏସଓ ସେଠାରେ କ'ଣ କରୁଥିଲେ ? ସେ ସଇଁତଳାରେ ଦଳଗତ କାମରେ ଥିବାବେଳେ ତାଙ୍କ ଗାଡ଼ି ଓ ପିଏସଓ ଏଠି କାହିଁକି ଥିଲା ? ମୃତ ବ୍ୟକ୍ତିଙ୍କୁ ନିଜର ସମ୍ପର୍କୀୟ ବୋଲି କହୁଥିବା ସାଂସଦ କେମିତି ଏଭଳି ଅମାନବୀୟ କାମ କଲେ ଏବଂ ପରେ ମିଛ କହିଲେ ବୋଲି ବିଜେପି ପ୍ରଶ୍ନ କରିଛି । ସମସ୍ତଙ୍କୁ ଭୂଆଁ ବୁଲାଇବା ପାଇଁ ନିରଞ୍ଜନ ବିଶି ଯୋଜନା କରିଛନ୍ତି ଓ ପ୍ରଶାସନ ତାଙ୍କୁ ସହଯୋଗ କରିଥିବାର ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଅଭିଯୋଗ କରିଛନ୍ତି ।

ସାଂସଦ ପୂର୍ବରୁ ଅନ୍ୟ ଆଦିବାସୀଙ୍କ ମୃତ୍ୟୁରେ ଆନ୍ଦୋଳନ କରି ୨୦ ଲକ୍ଷ ଟଙ୍କା ଦାବି କରୁଥିଲେ । ତେବେ ତାଙ୍କ ଗାଡ଼ି ଧକ୍କାରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ପରେ ସେ କାହିଁକି ଚୁପ୍ ବସିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ପୋଲିସ ପ୍ରଶାସନ ଏହି ଦୁର୍ଘଟଣାର ନିରପେକ୍ଷ ତଦନ୍ତ କରି ହିଟ ଏଣ୍ଡ୍ ରନ ମାମଲାରେ ନିରଞ୍ଜନ ବିଶିଙ୍କୁ ଗିରଫ କରୁ । ନହେଲେ ଆଗାମୀ ଦିନରେ ବିଜେପି ରାଜାରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ପ୍ରକାଶଥାଉ କି, ଗତ ୨୪ ତାରିଖରେ ପାଟଣାଗଡ଼ ତମିଆ ଛକରେ ଏହି ଦୁର୍ଘଟଣା ଘଟିଥିଲା । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ କାର ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ପାଟଣାଗଡ଼ ଇନ୍ଦପୁର ଗ୍ରାମର ଟଙ୍କଧର ବିଶ୍ବାଳ । ଏହି ଦୁର୍ଘଟଣା ପରେ ସାଂସଦ ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହ ନିଜେ ଗାଡ଼ିରେ ନଥିଲେ ଏବଂ ତାଙ୍କ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିଲା ବୋଲି କହିଥିଲେ । ବର୍ତ୍ତମାନ ବିଜେପିର ଅଭିଯୋଗ ଆସିବା ପରେ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.