ବଲାଙ୍ଗୀର: ବିଜେଡି ଦଳ ପକ୍ଷରୁ ଚାଲିଥିବା ମହାମାରୀ କୋରୋନାକୁ ନେଇ ସଚେତନ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ବଲାଙ୍ଗୀର ବିଜେଡି ଦଳ ପକ୍ଷରୁ ଚାଲିଥିବା କୋରୋନାକୁ ନେଇ ସଚେତନ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଛି ।
ଗତ ଅକ୍ଟୋବର 2 ତାରିଖରୁ ଏକ ମାସ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ବିଜେଡି ପକ୍ଷରୁ କରାଯାଇ ଥିବାବେଳେ ସମାନ ଭାବରେ ବଲାଙ୍ଗୀରରେ ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଥିରେ ପଞ୍ଚାୟତ ସ୍ତରରୁ ଏହି ଦଳର କର୍ମୀ ଘରଘର ବୁଲି ଲୋକଙ୍କୁ ସଚେତନ କରିବା ସହ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ ।
ତେବେ ସୋମବାର ଏହାର ଉଦଯାପନୀରେ ଏମାନେ ସହର ମଧ୍ୟରେ ଏକ ସଚେତନ ଶୋଭାଯାତ୍ରା କରିବା ସହ ଲୋକଙ୍କୁ ସଚେତନ କରିଥିଲେ । ସଚେତନ ଓ ସତର୍କ ରହିଲେ ହିଁ କୋରୋନାକୁ ହରାଇ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ