ETV Bharat / state

ସାମାନ୍ୟ ଲାଇଟ ଲିଭାକୁ ନେଇ ତାତିଲେ BJD ନେତା ! ଯୁବକଙ୍କୁ ନିସ୍ତୁକ ମାଡର ଭିଡିଓ ଭାଇରାଲ

author img

By

Published : May 6, 2022, 5:06 PM IST

ବଲାଙ୍ଗୀରର ଜଣେ ବିଜେଡି ନେତା ତଥା ବ୍ଲକ ଉପାଧ୍ୟକ୍ଷଙ୍କ ଦବଙ୍ଗଗିରି । ସାମାନ୍ୟ ଲାଇଟ ଲିଭାକୁ ନେଇ ଯୁବକଙ୍କୁ ଗୋଡାଇ ଗୋଡାଇ ବାଡେଇଲେ । ଭାଇରାଲ ହେଉଛି ନେତାଙ୍କ ଭିଡିଓ । ଅଧିକ ପଢନ୍ତୁ

ସାମାନ୍ୟ ଲାଇଟ ଲିଭାକୁ ନେଇ ତାତିଲେ BJD କର୍ମୀ, ଯୁବକଙ୍କୁ ନିସ୍ତୁକ ମାଡର ଭିଡିଓ ଭାଇରାଲ

ବଲାଙ୍ଗୀର: ବିଜେଡି ନେତା ତଥା ବ୍ଲକ ଭାଇସ ଚେୟାରମ୍ୟାନ (ଉପାଧ୍ୟକ୍ଷ)ଙ୍କ ଦବଙ୍ଗଗିରି ! ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ଆକ୍ରମଣ ଅଭିଯୋଗ । ଉପାଧ୍ୟକ୍ଷଙ୍କ ଦବଙ୍ଗଗିରି ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ବଲାଙ୍ଗୀର ବେଲାପଡ଼ା ବ୍ଲକ୍ ଉପାଧ୍ୟକ୍ଷ ତଥା ବିଜେଡି ନେତା ଦୁର୍ଯ୍ୟୋଧନ କୁମ୍ଭାରଙ୍କ ନାମରେ ଆସିଛି ଏହି ଅଭିଯୋଗ ।

ଭାଇରାଲ ଭିଡିଓରେ ବିଜେଡି ନେତା ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ଲାତ, ଗୋଇଠା ଏବଂ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିବା ଦେଖିବାକୁ ମିଳିଛି । ସାମାନ୍ୟ ଲାଇଟ୍ ଲିଭାକୁ କେନ୍ଦ୍ର କରି ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ ଉତ୍ତେଜିତ ହୋଇ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରୁଥିବା ଜଣାପଡିଛି, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସାମାନ୍ୟ ଲାଇଟ ଲିଭାକୁ ନେଇ ତାତିଲେ BJD ନେତା !

ଭାଇରାଲ୍ ଭିଡିଓରେ ନୀଳ ରଙ୍ଗର ସାର୍ଟ ପିନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼ ମାରୁଥିବା ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ୍ ଉପାଧ୍ୟକ୍ଷ ତଥା ବିଜେଡି ନେତା ଦୁର୍ଯ୍ୟୋଧନ କୁମ୍ଭାର । ରାତ୍ରୀ ସମୟରେ ପଡ଼ାର ଲାଇଟ୍ ଲିଭି ଯାଇଥିଲା । ଏତିକି ବେଳେ ଦୁର୍ଯ୍ୟୋଧନ କୁମ୍ଭାର ସେଠାରେ ପହଞ୍ଚି ଲାଇଟ୍ କିଏ ଲିଭାଇଲା ବୋଲି ଉତ୍ତେଜିତ ପଚାରିବା ସହ ଜଣେ ଯୁବକଙ୍କୁ ନିସ୍ତୁକ ପିଟାମରା କରିଥିଲେ । ଏତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା । ଯୁବକଙ୍କୁ ଟାଣି ବିଧା, ଗୋଇଠା ମାରିବା ସହ ଗାଳି ଗୁଲିଜ କରିଥିଲେ ।

ସେପଟେ ନେତା ଓ କର୍ମୀଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀ ଆଦେଶ ଦେଉ ଥିବାବେଳେ ବାସ୍ତବରେ ତା'ର ଓଲଟା ଘଟୁଛି, ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଳପଡାରେ । ଗତ ପଞ୍ଚାୟତ ନିର୍ବାଚନରେ ଦୁର୍ଯ୍ୟୋଧନଙ୍କ ପରିବାରର ଅଧିକ ସଦସ୍ୟ ସମିତି ସଭ୍ୟ ପଦରେ ଜିତିଥିଲେ, ଯାହା ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବର୍ତ୍ତମାନ ଦୁର୍ଯ୍ୟୋଧନଙ୍କ ଏଭଳି ଦବଙ୍ଗଗିରିକୁ ନାପସନ୍ଦ କରିଛନ୍ତି ଲୋକେ ।

ବ୍ଲକର ବିକାଶ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜନପ୍ରତିନିଧିଙ୍କୁ ବାଛିଛନ୍ତି ସାଧାରଣ ଜନତା । ହେଲେ ସେହି ଜନ ପ୍ରତିନିଧି ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ମାଡ଼ ମାରିବା କେତେ ଠିକ୍ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ । ସେହିପରି ଭିଡିଓକୁ ନେଇ ମଧ୍ୟ ସମ୍ପୃକ୍ତ ନେତା କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.