ETV Bharat / state

ଚାଉଳ ତାତି, ରାସ୍ତାକୁ ଓହ୍ଳାଇଲା ବିଜେଡି - ବଲାଙ୍ଗୀରରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ର ସରକାରଙ୍କ ପକ୍ଷରୁ କଟାଯାଇଥିବା ୫କେଜି ଚାଉଳକୁ ନେଇ ବଲାଙ୍ଗୀରରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

bjd protest in front of collector office

author img

By

Published : Feb 16, 2023, 4:38 PM IST

bjd protest in front of collector office

ବଲାଙ୍ଗୀର: କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ବଲାଙ୍ଗୀର ବିଜେଡି । କେନ୍ଦ୍ର ସରକାରଙ୍କ ପକ୍ଷରୁ କଟାଯାଇଥିବା ୫କେଜି ଚାଉଳ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲା ବିଜେଡି। ଗତକାଲି (ବୁଧବାର) ବିଜେଡି ପକ୍ଷରୁ ବ୍ଲକ ସ୍ତରରେ ଏହି ଆନ୍ଦୋଳନ କରାଯାଇଥିବା ବେଳେ ଆଜି ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ମହିଳା, ଓ ଛାତ୍ର ସଂଗଠନର କର୍ମୀଙ୍କ ସହ ବହୁ କର୍ମୀ ଧାରଣା ଦେଇଛନ୍ତି।

ତେବେ କରୋନା ମହାମାରୀ ସମୟରେ ଗରିବ ଲୋକଙ୍କ ଜୀବିକା ପାଇଁ କେନ୍ଦ୍ର ସରକାର ପାଞ୍ଚ କେଜି ମାଗଣା ଚାଉଳ ପ୍ରଦାନ କରୁଥିଲେ। ଫଳେ ଓଡ଼ିଶାରେ 3କୋଟି 25 ଲକ୍ଷ ଗରିବ ଲୋକ ଉପକୃତ ହେଉଥିଲେ । ସେହିପରି ଦୁଇ ବର୍ଷର କୋରୋନା ମାଡରେ ଘାଇଲା ହୋଇଥିବା ଗରିବ ଲୋକଙ୍କ ପାଇଁ ଏହା ବନ୍ଦ କରିବ ଠିକ ନୁହଁ ବୋଲି କହିଛନ୍ତି ବିଜେଡି ଯୁବ ସଭାପତି ରାଜେନ୍ଦ୍ର ହୋତା । ସମାନ ଭାବରେ ବଲାଙ୍ଗୀରର ବିଜେଡି ନେତ୍ରୀ ତଥା ପୌରାଧକ୍ଷ୍ୟା ମଧ୍ୟ କେନ୍ଦ୍ରରେ ସେମାନେ ଆନ୍ଦୋଳନକୁ ଓହ୍ଲାଇ ଥିବା ବେଳେ ଏକ ଦାବି ପତ୍ର ରାଷ୍ଟ୍ରପତିଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିବା କହିଛନ୍ତି ବିଜେଡି ନେତ୍ରୀ ।

କେବଳ ବଲାଙ୍ଗୀରରେ ନୁହଁ ବରଂ ରାଜଧାନୀ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ବିଜେଡି ତରଫୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କାହିଁକି ଚାଉଳ ବନ୍ଦ କରାଗଲା ବୋଲି ବିଜେଡି ଆନୋଦଳନ କରି ପ୍ରଶ୍ନ କରିଛି। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 5କେଜି ଚାଉଳ ପ୍ରଦାନ କରୁଥିଲେ। ବର୍ତ୍ତମାନ କୋଭିଡ ସ୍ଥିତିରେ ପରିବର୍ତ୍ତନ ଆସିଥିବାରୁ ସବୁ ରାଜ୍ୟରେ ଅତିରିକ୍ତ 5 କେଜି ଚାଉଳ ଯୋଗାଣ ବନ୍ଦ କରାଯାଇଛି। ଯାହାକୁ ବିରୋଧ କରିଛି ବିଜେଡି।

ଆଜି ପୁରୀରେ ବିଜେଡ଼ି ପକ୍ଷରୁ ଜିଲ୍ଲାର ସବୁ ପଞ୍ଚାୟତରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । କେନ୍ଦ୍ର ସରକାର ଲୋକଙ୍କୁ 5 କେଜି ଚାଉଳ ପ୍ରଦାନ କରନ୍ତୁ ବୋଲି ବିଜେଡ଼ି ନେତା ଏବଂ କର୍ମୀମାନେ ଦାବି କରିଛନ୍ତି । ଯଦି କେନ୍ଦ୍ର ସରକାର ଏହା ନଶୁଣନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେଡ଼ି ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିପିର କଟକ ଜିଲ୍ଲା ନିଆଳି ବ୍ଲକର ୨୩ ଟି ପଞ୍ଚାୟତ ମଧ୍ୟରୁ ପୋଖରୀ ଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ସାଗରିକା ଦାସଙ୍କ ନେତୃତ୍ୱରେ ବୁଧବାର ଏକ ଶୋଭାଯାତ୍ରା ବାହାରିଥିଲା । ପଞ୍ଚାୟତ ନିକଟରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇଥିଲେ ପୋଖରୀ ଗାଁ ପଞ୍ଚାୟତ ଜନସାଧାରଣ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.