ETV Bharat / state

ଜୁନିଅର ସାଲୁଜା ଗିରଫ ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ ଘଟଣାରେ ସାମ୍ବାଦିକ ସମ୍ମିଳନୀରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଅଧିକ ପଢନ୍ତୁ

bjd press meet on saluja son arrest
ଜୁନିଅର ସାଲୁଜା ଗିରଫ ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
author img

By

Published : Feb 3, 2023, 8:55 AM IST

ଜୁନିଅର ସାଲୁଜା ଗିରଫ ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର: ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗୁଣ୍ଡାଗର୍ଦ୍ଦି ଭଳି ସଙ୍ଗୀନ ଦଫାରେ ଗିରଫ ପରେ ତେଜିଲା ରାଜନୀତି । ଗୁଣ୍ଡା ଗର୍ଦ୍ଦି କରୁଥିବା ବିଧାୟକଙ୍କ ପରିବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଗତକାଲି (ଗୁରୁବାର) ଏକ ସିନେମା ହଲରେ ଗଣ୍ଡଗୋଳ ଅଭିଯୋଗରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ ଘଟଣାରେ ବର୍ଷିଛି ବିଜେଡି । ଘଟଣାକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା ବିଜେଡି ।

ଜିଲ୍ଲା ବିଜେଡି ଦଳ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ତାଙ୍କ ପୁଅ ତାଙ୍କ ଭାଇ ତଥା ପରିବାରର ସମସ୍ତେ ଏହିଭଳି ଏଠି ଗୁଣ୍ଡାଗର୍ଦ୍ଦି କରି ଲୋକଙ୍କୁ ହଇରାଣ କରୁଥିବାର କହିଥିଲେ ଜିଲ୍ଲା ବିଜେଡି ସଦସ୍ୟ । ଲୋକଙ୍କଠୁ ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ, ଜମି ବାଲି ଖଣି ସବୁଠି ଏମାନେ ମାଫିଆ ଗିରି କରିଥିବାର ଅଭିଯୋଗ କରିଥିଲେ । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ତାଙ୍କ ପରିବାର ଏହି ଦବଙ୍ଗ ଗିରି ଓ ଅତ୍ୟାଚାର ଉପରେ ପ୍ରଶାସନ ପଦକ୍ଷେପ ନେଉ ବୋଲି ଦାବି କରିଛି ଜିଲ୍ଲା ବିଜେଡି ।

ଏହା ବି ପଢନ୍ତୁ...ସିନେମା ହଲ୍‌ରେ ଗଣ୍ଡଗୋଳ, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ବିଜେଡି ଦଳର ରାଜ୍ୟ ସମ୍ପାଦକ ଉଦ୍ଧବ ବେହେରା ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ଗୁଣ୍ଡାଗର୍ଦ୍ଦିକୁ ନିନ୍ଦା କରିଛନ୍ତି । ସେହିପରି କେବଳ ତାଙ୍କ ପୁଅ ନୁହେଁ ନିଜେ ବିଧାୟକ ତାଙ୍କ ଭାଇ ତଥା ଏନଏସି ଅଧ୍ୟକ୍ଷ ଓ ତାଙ୍କ ପୁତୁରା ମଧ୍ୟ ସମାନ ଭାବରେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି । ଲୋକଙ୍କ ଉପରେ ଅତ୍ୟାଚାର କରନ୍ତି । ପ୍ରଶାସନ ଏମାନଙ୍କ ଉପରେ କଡାକାର୍ଯ୍ୟାନୁଷ୍ଠାନ ନେଉ ବୋଲି କହିଛନ୍ତି ରାଜ୍ୟ ସମ୍ପାଦକ ଉଦ୍ଧବ ବେହେରା । କଣ୍ଟାବାଞ୍ଜି ସରଳ ଲୋକଙ୍କ ଅଞ୍ଚଳ ହୋଇଥିବା ବେଳେ ଲୋକେ ବ୍ୟବସାୟ କରି ଶାନ୍ତିରେ ରହିବାକୁ ଚାହାନ୍ତି ହେଲେ ବିଧାୟକଙ୍କ ପରିବାର ସବୁବେଳେ ଲୋକଙ୍କୁ ହଇରାଣ କରୁଛନ୍ତି । ଏଠି ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ପଦକ୍ଷେପ ନିଅନ୍ତୁ ବୋଲି ରାଜ୍ୟ ସମ୍ପାଦକ କହିଛନ୍ତି ।

ସମାନ ଭାବରେ ବିଜେଡି ଜିଲ୍ଲା ଉପସଭାପତି ଉମାକାନ୍ତ ସାହୁ ମଧ୍ୟ ବିଧାୟକଙ୍କ ଉପରେ ବର୍ଷିଛନ୍ତି । ସେ ଭୋଟ ନେବା ବେଳେ ଲୋକଙ୍କୁ ହାତ ଯୋଡି ମୁଣ୍ଡିଆ ମାରନ୍ତି ହେଲେ ଭୋଟ ସାରିଗଲେ ଲୋକଙ୍କ ଉପରେ ଅତ୍ୟାଚାର କରନ୍ତି । କଣ୍ଟାବାଞ୍ଜି ଶାନ୍ତି ପ୍ରିୟ ଥିବା ବେଳେ ବିଧାୟକଙ୍କ ଏହି ଗୁଣ୍ଡା ଗର୍ଦ୍ଦି ଓ ଲୋକଙ୍କୁ ହଇରାଣ କରୁଥିବା ଏହି ପରିବାର ଉପରେ ପ୍ରଶାସନ ପଦକ୍ଷେପ ନେଉ ବୋଲି କହିଛନ୍ତି ଜିଲ୍ଲା ଉପସଭାପତି । ସମାନ ଭାବରେ ବିଧାୟକଙ୍କ ଏହି କାର୍ଯ୍ୟକଳାପ ପାଇଁ ଲୋକ ନିଶ୍ଚିତ ଭାବରେ ଆଗକୁ ଜବାବ ଦେବେ ବୋଲି କହିଛନ୍ତି ।

ପ୍ରକାଶ ଥାଉ କି, ଗତକାଲି ଏକ ସିନେମା ହଲରେ ଦାଦାବଟି ଆଦାୟ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ ହୋଇଛନ୍ତି । ତାଙ୍କ ଜାମିନ ନାମଞ୍ଜୁର ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.