ETV Bharat / state

ଲଲିତ ଜୈନ ମୃତ୍ୟୁ ମାମଲା, ନିରପେକ୍ଷ ତଦନ୍ତ ଦାବି କଲା ବିଜେପି

author img

By

Published : Jul 26, 2023, 2:06 PM IST

କଣ୍ଟାବାଞ୍ଜି ଲଲିତ ଜୈନ ମୃତ୍ୟୁ ଘଟଣା । ବଲାଙ୍ଗୀର ଏସପିଙ୍କୁ ଭେଟି ମାମଲାର ନିରପେକ୍ଷ ତଦନ୍ତ ଦାବି କଲା ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

ଲଲିତ ଜୈନ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବି

ଲଲିତ ଜୈନ ମୃତ୍ୟୁ ମାମଲା

ବଲାଙ୍ଗୀର: କଣ୍ଟାବାଞ୍ଜି ନାବାଳକ ଲଳିତ ଜୈନ ମୃତ୍ୟୁ ଘଟଣାକୁ ନେଇ ବିବାଦ ଥମିବାର ନା ନେଉନି । ପୂର୍ବରୁ ତଦନ୍ତରେ ଅବହେଳା ଓ ମାମଲା ଚାପି ଦେବାର ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଜିଲ୍ଲା ବିଜେପି ମଧ୍ୟ ଜିଆରପିର ଭୂମିକା ଉପରେ ସନ୍ଦେହ ପ୍ରକଟ କରି ଉଚ୍ଚସ୍ତରୀୟ ଅଧିକାରୀଙ୍କ ନେତୃତ୍ବରେ ଏହି ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଦଳ ବଲାଙ୍ଗୀର ଏସପିଙ୍କ ସହିତ ସାକ୍ଷାତ କରି ନିଜର ଦାବି ଜଣାଇଛନ୍ତି । ଲଳିତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ଏହା ପଛର ରହସ୍ୟ ଉନ୍ମୋଚନ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଟିମ୍ ଦାବି କରିଛି ।

ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି କହିଛନ୍ତି, ''ଲଳିତ ଜୈନଙ୍କ ମୃତ୍ୟୁ ଏବେ ବି ରହସ୍ୟ ମଧ୍ୟରେ ରହିଛି । ତାଙ୍କୁ ହତ୍ୟା କରାଯାଇଛି କିମ୍ବା ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ତାହାର ତଦନ୍ତ ହେଉ । ଏହି ଘଟଣାରେ କେବଳ ଦୁଇ ଜଣ ନୁହଁନ୍ତି ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଥାଇପାରେ । ତେଣୁ ସେମାନଙ୍କ ତଦନ୍ତଭୁକ୍ତ କରି ଗିରଫ କରାଯାଉ । ଏହି ଘଟଣାରେ ଆବଶ୍ୟକ ଏସଓପି ପାଳନ ହୋଇନାହିଁ । କାହା ପ୍ରରୋଚନାରେ ଏହା କରାଯାଇଛି ତାହାର ମଧ୍ୟ ତଦନ୍ତ କରାଯାଉ ।'' ସେହିପରି ଯେଉଁମାନେ ତଦନ୍ତ ଦିଗହରା କରିବାର ପ୍ରୟାସ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ନେତା ଦାବି କରିଛନ୍ତି । ଦାବି ପୂରଣ ନେଇ ବଲାଙ୍ଗୀର ଏସପି ପ୍ରତିଶ୍ରୁତି ଦେଇଥିବାର ସେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଇନଷ୍ଟାଗ୍ରାମ ପାଇଁ ଜୀବନ ହାରିଥିଲେ କଣ୍ଟାବାଞ୍ଜିର ଲଳିତ, ଦୁଇ ଗିରଫ

କଣ୍ଟାବାଞ୍ଜି ପ୍ରମୋଦ ଜୈନଙ୍କ ନାବାଳକ ପୁଅ ଲଳିତ ଜୈନ ଗତ ଜୁଲାଇ ୧୩ ରେ ନିଖୋଜ ହୋଇଯାଇଥିଲେ । ୧୪ ତାରିଖରେ ବାପା କଣ୍ଟାବାଞ୍ଜି ଥାନାରେ ନିଖୋଜ ଏତଲା ଦେଇଥିଲେ । ୧୫ ତାରିଖରେ କଣ୍ଟାବାଞ୍ଜି ପୋଲିସ ମାଟି ତଳୁ ଲଳିତ ଜୈନଙ୍କ ମୃୃତଦେହ ଉଦ୍ଧାର କରିଥିଲା, ଯାହାକୁ ଜିଆରପି କଣ୍ଟାବାଞ୍ଜି ରେଳଧାରଣାରୁ ଉଦ୍ଧାର କରି ପୋତି ଦେଇଥିଲା । ତେବେ ମୃତଦେହର ଚିହ୍ନଟ ନହୋଇ ଏବଂ ବ୍ୟବଚ୍ଛେଦ ନ କରାଯାଇ ଏହାକୁ ଜିଆରପି ପୋତି ଦେଇଥିବାର ଅଭିଯୋଗ ହୋଇଥିଲା । ଏସବୁ ଭିତରେ ଜିଆରପି ରିପୋର୍ଟରେ ନାବାଳକର ବୟସ ୪୫ ବର୍ଷ ଲେଖାଯିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଥିଲା । ଏହାକୁ ନେଇ ଉଭୟ ପୋଲିସ ଓ ଜିଆରପି ହରଡ଼ଘଣାରେ ପଡ଼ିଥିଲେ । ଏମିତିକି ମୃତ୍ୟୁର ଯାଞ୍ଚ ପ୍ରକ୍ରିୟା ଠାରୁ ଚିହ୍ନଟ ଓ ପୋତିବା ପର୍ଯ୍ୟନ୍ତ କୌଣସି ଏସଓପି ପାଳନ ହୋଇନଥିବା ଅଭିଯୋଗ ଆସିଥିଲା ।

ସେପଟେ ବଲାଙ୍ଗୀର ପୋଲିସ ପୁଣିଥରେ ଏହି ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ବିଶାଳ ଅଗ୍ରୱାଲ ଓ ବିକାଶ ଅଗ୍ରୱାଲ ନାମକ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବିଶାଳଙ୍କ ଝିଅ ତାଙ୍କ ଇନଷ୍ଟାଗ୍ରାମ ଫଲୋର୍ସ ବଢାଇବା ପାଇଁ ଲଳିତଙ୍କୁ ଦେଢ ଲକ୍ଷ ଟଙ୍କା ଦେଇଥିଲେ । ଏହା ଜାଣିବା ପରେ ବିଶାଳ ଲଲିତଙ୍କୁ ମାରପିଟ୍ କରିଥିଲେ । ଲଳିତଙ୍କ ବାପା ୪୦ ହଜାର ଟଙ୍କା ଫେରସ୍ତ କରିଥିଲେ ହେଁ ପୁଣିଥରେ ବିଶାଳ ନାବାଳକଙ୍କୁ ଘରକୁ ଡାକି ମାଡ ଦେଇଥିଲେ ଏବଂ ସେହିଦିନ ଠାରୁ ସେ ନିଖୋଜ ହୋଇଯାଇଥିଲେ । ତେବେ ନାବାଳକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି ବୋଲି ପୋଲିସ କହୁଥିବା ବେଳେ ଏହି ଘଟଣାରେ ତଦନ୍ତକୁ ନେଇ ଏବେ ବି ଅନେକ ପ୍ରଶ୍ନ ଉଠୁଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.