ETV Bharat / state

2 ବାଇକ ମୁହାଁମୁହିଁ ଧକ୍କା, 2 ମୃତ - balangir kapani village accident news

ବଲାଙ୍ଗୀରର କଣ୍ଟାବାଞ୍ଜି ବେଲପଡ଼ା ରାସ୍ତା କପାନି ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ବାଇକକୁ ଧକ୍କା ଦେଲା ବାଇକ
ବାଇକକୁ ଧକ୍କା ଦେଲା ବାଇକ
author img

By

Published : Nov 9, 2020, 9:02 PM IST

ବଲାଙ୍ଗୀର: ବାଇକକୁ ଧକ୍କା ଦେଲା ବାଇକ । ଏହି ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ 2 ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀରର କଣ୍ଟାବାଞ୍ଜି ବେଲପଡ଼ା ରାସ୍ତା କପାନି ଗ୍ରାମ ନିକଟରେ ।

ବାଇକକୁ ଧକ୍କା ଦେଲା ବାଇକ

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ବେଲପଡ଼ାରୁ ବାଇକ୍ ଯୋଗେ ପାଟଣା ଗଡ ଆସୁଥିବା ଦୁଇ ଜଣଙ୍କୁ ସାମ୍ନା ପଟୁ ଆସୁଥିବା ଆଉ ଏକ ବାଇକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଟଣାଗଡ ଡାକ୍ତରଖାନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି ।

ଜଣେ ମୃତକ ବେଲାପଡ଼ାର କାଳିଆ ମେହେର ହୋଇଥିବାବେଳେ ଆଉ ଜଣଙ୍କର ଏଯାଏଁ ପରିଚୟ ମିଳି ପାରିନାହିଁ । ସେହିପରି ଏହି ଘଟଣାରେ ଦୁଇ ଜଣ ଆହତଙ୍କୁ ପ୍ରଥମେ ପାଟଣାଗଡ ଓ ପରେ ବଲାଙ୍ଗୀର ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ବେଲପଡ଼ା ପୋଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.