ETV Bharat / state

ବେଲପଡା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ସମ୍ପତ୍ତି ପାଇଁ ଭାଇ ହେଲା ଭଗାରୀ

ସମ୍ପତ୍ତି ପାଇଁ ଭାଇ ହେଲା ଭଗାରୀ। ବେଲପଡା ସୁରେନ୍ଦ୍ର ହତ୍ୟା କାଣ୍ଡ ପଛରେ ଏହାଥିଲା ଉଦ୍ଦେଶ୍ୟ ଯାହାର ପର୍ଦ୍ଦାଫାସ କରିଛି ପୋଲିସ୍ । ଏହି ଘଟଣାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ବେଲପଡା ହତ୍ୟାକାଣ୍ଡର ପର୍ଦ୍ଧାଫାଶ, ସମ୍ପତ୍ତି ପାଇଁ ଭାଇ ହେଲା ଭଗାରୀ

author img

By

Published : Aug 15, 2020, 9:48 AM IST

ବଲାଙ୍ଗୀର: ସମ୍ପତ୍ତି ପାଇଁ ଭାଇ ହେଲା ଭଗାରୀ। ନିଜର ସମ୍ପର୍କକୁ ଭୁଲି ଯାଇ ଭାଇକୁ ମାରିବାକୁ ବି ପଛାଇଲାନି। ତେବେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ବେଲପଡା ସୁରେନ୍ଦ୍ର ହତ୍ୟା କାଣ୍ଡ ପଛରେ ଜମି ବିବାଦ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ପୋଲିସ୍ କହିଛି ।

ବଲାଙ୍ଗୀର ବେଲପଡା ଥାନା ଅନ୍ତର୍ଗତ ଫଲସା ପଡା ଗ୍ରାମର ଯୁବକ ସୁରେନ୍ଦ୍ର ବନଛୋରଙ୍କ ମୃତଦେହ ଗତ ଅଗଷ୍ଟ 6 ତାରିଖରେ ଗାଁ ମୁଣ୍ଡରୁ ଉଦ୍ଧାର ହୋଇଥିଲା। ଏବଂ ପୋଲିସ ଏହାର ତଦନ୍ତ କରି ହତ୍ୟାକାଣ୍ଡ ବୋଲି ଜାଣି ପାରିବା ପରେ ଏଥିରେ ଆଗକୁ ତଦନ୍ତ କରି ଶୁକ୍ରବାର ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମୃତ ସୁରେନ୍ଦ୍ର ବାଞ୍ଛୋରର ସମ୍ପର୍କୀୟ ଭାଇ ରାଜକୁମାର ବନଛୋର ସମ୍ପତ୍ତି ଏକା ପାଇବା ପାଇଁ ନିଜ ଦୁଇ ସହଯୋଗୀ ଉଦ୍ଧବ ଛତ୍ରିୟା ଓ ନରସିଂହ ଛତ୍ରିଆ ସହ ମିଶି ତାର ହତ୍ୟା କରିଥିଲା। ତେବେ ପୋଲିସ ଏହି ତିନି ଜଣଙ୍କୁ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ପଲିଥିନ୍ ବେଗ, ଦୁଇଟି ମୋଟରସାଇକେଲ ଜବତ କରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.