ETV Bharat / state

ଭୁବନେଶ୍ୱର NCB ଟିମର ଚଢ଼ାଉ: 3 କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ - balangir 3 quintal Cannabis Seized

ବଲାଙ୍ଗୀର ସହର ଦେଇ ବାହାର ଜିଲ୍ଲାକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ଭୁବନେଶ୍ୱର ଏନସିବି ଟିମର ଚଢ଼ାଉ । 3 କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ସହ ଦୁଇ ଗିରଫ । ଅଧିକ ପଢନ୍ତୁ...

ଭୁବନେଶ୍ୱର ଏନସିବି ଟିମର ଚଢ଼ାଉ: 3 କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

author img

By

Published : Aug 7, 2021, 10:18 PM IST

ବଲାଙ୍ଗୀର: ବଲାଙ୍ଗୀର ସହର ମଧ୍ୟରେ ଧରା ପଡିଲା ଗଞ୍ଜେଇ ଚୋରା ଚାଲାଣ। ବଲାଙ୍ଗୀର ସହରର ଗାନ୍ଧୀନଗର ପଡ଼ାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଟ୍ରକ୍କୁ ଜବତ୍ କରିଛି ଭୁବନେଶ୍ୱର ଏନସିବି । ଗାଡିରୁ ୩ କ୍ଵିଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ ସହ ଗାଡ଼ି ଡ୍ରାଇଭର ଓ ଖଲାସୀକୁ ବଲାଙ୍ଗୀରରେ ଅଟକ ରଖାଯାଇଛି । ଅଟକ ଅଭିଯୁକ୍ତମାନେ ହେଲେ ବିହାର ଭାଗଲପୁରର ୟୋନତ ହରିଜନ ଓ ବିହାର ପୁର୍ଣ୍ଣିଆର ରାମ ସୁନ୍ଦର ଦାସ ।

ଭୁବନେଶ୍ୱର ଏନସିବି ଟିମର ଚଢ଼ାଉ: 3 କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଜୟପୁର କୋରାପୁଟରୁ ଗଞ୍ଜେଇ ଗାଡ଼ିର ମଝିରେ ଲୁଚାଇ ଝାଡ଼ଖଣ୍ଡକୁ ନେଉଥିଲେ । ହେଲେ କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ବର ଏନସିବି ଟିମର ୧୦ ଜଣ ବଲାଙ୍ଗୀର ଆସି ଗାନ୍ଧୀନଗର ପଡ଼ାରେ ଛକି ରହିଥିଲେ । ତେବେ ଗାଡ଼ି ସହରକୁ ପ୍ରବେଶ କରିବା ପରେ ଗାନ୍ଧୀନଗର ପଡ଼ାରେ ଗାଡ଼ିକୁ ଅଟକାଇବା ସହ ୩ କ୍ଵିଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ କରିଥିଲେ। ଏହାପରେ ଗାଡ଼ିକୁ ଟାଉନ ଥାନାକୁ ଆଣି ରଖାଯାଉଥିବାବେଳେ ୨ ଜଣକୁ ପୋଲିସ ଆଉଟ୍ ପୋଷ୍ଟରେ ଅଟକ ରଖାଯାଇଛି। ତେବେ ଏହି ଗଞ୍ଜେଇ ଚାଲାଣରେ ଆଉ କାହାର ସଂପୃକ୍ତି ରହିଛି ତାହା ଉପରେ ଅଧିକ ତଦନ୍ତ ଚାଲିଥିବା ଏନସିବି ଟିମ ପକ୍ଷରୁ କୁହାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.