ETV Bharat / state

ଲକଡାଉନ ପ୍ରଭାବ: 50 ଦିନରୁ ଜାମସେଦପୁରରେ ଫସିଛନ୍ତି ଓଡିଆ ବରଯାତ୍ରୀ

ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ଫସିଯାଇଛନ୍ତି ବଲାଙ୍ଗୀରର ବରଯାତ୍ରୀ । ଏହି 50ରୁ ଉର୍ଦ୍ଧ୍ବ ଲୋକଙ୍କ ମଧ୍ୟରେ ପୁରୁଷ, ମହିଳାଙ୍କ ସମେତ ଛୋଟ ପିଲା ମଧ୍ୟ ଅଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 23, 2020, 11:34 PM IST

Updated : Apr 24, 2020, 4:07 PM IST

ଲକଡାଉନ ପ୍ରଭାବ: ଜାମସେଦପୁରରେ ଫସିଛନ୍ତି ଓଡିଆ ବରଯାତ୍ରୀ

ଜାମସେଦପୁର: କୋରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଘୋଷିତ ହୋଇଛି ଲକଡାଉନ । ପ୍ରଥମ ପର୍ଯ୍ୟାୟ ସରିବା ପରେ ଦ୍ବିତୀୟ ପର୍ଯ୍ୟାୟରେ ଏହାର ଅବଧି ବୃଦ୍ଧି କରାଯାଇଛି । ତେବେ ଏହି ତାଲାବନ୍ଦ ଯୋଗୁଁ ବିଭିନ୍ନ ଜାଗାରେ ଫସିଛନ୍ତି ଅନେକ ଲୋକ । ନିଜ ଘରକୁ ଫେରିନପାରି ବାହାର ରାଜ୍ୟରେ ଅଟକି ରହିଛନ୍ତି ।

ସେହିପରି ଏକ ଓଡିଆ ବରଯାତ୍ରୀ ଦଳ ଜାମସେଦପୁରରେ 30ରୁ ଅଧିକ ଦିନ ଧରି ଫସି ରହିଛନ୍ତି । ମାର୍ଚ୍ଚ 16ରେ ଏକ ବାହାଘର ଉତ୍ସବରେ ଯୋଗ ଦେବାକୁ ବଲାଙ୍ଗୀରରୁ 50ରୁ ଅଧିକ ଲୋକ ଜାମସେଦପୁର ଯାତ୍ରା କରିଥିଲେ । ତେବେ ସେଠାରେ ବିବାହ ଉତ୍ସବରେ ଥିବାବେଳେ ହିଁ ଘୋଷିତ ହୋଇଥିଲା ଲକଡାଉନ । ମାର୍ଚ୍ଚ 24ରୁ 21 ଦିନିଆ ତାଲାବନ୍ଦ ପରେ ପୁଣି ଏବେ ଏପ୍ରିଲ 15ରୁ ଆଉଥରେ ଅବଧି ବଢାଯାଇଛି । ଫଳରେ ଘରକୁ ଫେରିନପାରି ସେମାନେ ସେଠାରେ ଅଟକି ରହିଛନ୍ତି । ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ଫସିଯାଇଛନ୍ତି ବଲାଙ୍ଗୀରର ବରଯାତ୍ରୀ । ଏହି 50ରୁ ଉର୍ଦ୍ଧ୍ବ ଲୋକଙ୍କ ମଧ୍ୟରେ ପୁରୁଷ, ମହିଳାଙ୍କ ସମେତ ଛୋଟ ପିଲା ମଧ୍ୟ ଅଛନ୍ତି ।

ବିବାହ ଉତ୍ସବ ସରିଯାଇଥିଲେ ମଧ୍ୟ ଏମାନେ ଫେରିବାର କୌଣସି ଯୋଗାଡ କରିପାରିନାହାନ୍ତି । ସୋନାରୀ ସ୍ଥିତ ଏକ ଘରର ଛାତ ଉପରେ ତମ୍ବୁ ଟାଣି ଏମାନେ ରହୁଛନ୍ତି । ରାତି ସମୟ ଯେମିତି ସେମିତି କଟିଯାଉଛି । ହେଲେ ଦିନ ହେଲେ ପେଟ ପାଟଣା କଥା ଚିନ୍ତା କରୁଛନ୍ତି । ବାହାର ରାଜ୍ୟରେ କିପରି ଚଳିବେ ସେ ଚିନ୍ତା ସେମାନଙ୍କୁ ଘାରିଛି । ଛୋଟ ଛୋଟ ପିଲାଙ୍କ ଖାଇବା ବ୍ୟବସ୍ଥା କରିବା କଷ୍ଟକର ହୋଇପଡିଛି । ମାସେ ହେଲା ତମ୍ବୁରେ ରହି ବାହାରକୁ ଯିବା ସମ୍ଭବ ହେଉନାହିଁ । 50ରୁ ଅଧିକ ଲୋକ ଗୋଟିଏ ଛାତରେ ବଡ କଷ୍ଟରେ ରହୁଛନ୍ତି । ଲକଡାଉନ କେବେ ଖୋଲିବ ତାହାକୁ ଅନାଇ ବସିଛନ୍ତି ଏହି ବରଯାତ୍ରୀ ଦଳ । ଘରକୁ ଫେରିବାକୁ ଆତୁର ହେଲେଣି ସମସ୍ତେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2020, 4:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.