ETV Bharat / state

ଭୀମ ଭୋଇ ମେଡିକାଲ୍ କଲେଜ ଛାତ୍ର ମୃତ୍ୟୁ ଘଟଣା, ନ୍ୟାୟ ଦାବି କଲା ଓକିଲ ସଂଘ

author img

By

Published : Apr 27, 2022, 10:32 PM IST

ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଛାତ୍ର ମୃତ୍ୟୁ ଘଟଣାରେ ଆଜି(ବୁଧବାର) ଜିଲ୍ଲା ଓକିଲ ସଂଘ ଆଗକୁ ଆସିଛି । ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଅଧିକ ପଢନ୍ତୁ

ଭୀମ ଭୋଇ ମେଡିକାଲ୍ କଲେଜ ଛାତ୍ର ମୃତ୍ୟୁ ଘଟଣା, ନ୍ୟାୟ ଦାବି କଲା ଓକିଲ ସଂଘ
ଭୀମ ଭୋଇ ମେଡିକାଲ୍ କଲେଜ ଛାତ୍ର ମୃତ୍ୟୁ ଘଟଣା, ନ୍ୟାୟ ଦାବି କଲା ଓକିଲ ସଂଘ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣାରେ ଆଜି(ବୁଧବାର) ଜିଲ୍ଲା ଓକିଲ ସଂଘ ଆଗକୁ ଆସିଛି । ଓକିଲ ସଂଘ ଏଥିରେ ଆଜି ବଲାଙ୍ଗୀର ଏସପିଙ୍କୁ ସାକ୍ଷାତ କରି କଡା ପଦକ୍ଷେପ ନେବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ତେବେ ହରିଆଣାର ଛାତ୍ର ନିଶାନ୍ତ କୁମାର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ପ୍ରଥମ ବର୍ଷର ଛାତ୍ର ଥିବାବେଳେ ଚାରି ଦିନ ତଳେ ତାଙ୍କର ମୃତଦେହ ହଷ୍ଟେଲ ପାଖରୁ ଉଦ୍ଧାର ହୋଇଥିଲା ।

ମୃତ ଛାତ୍ରର ପରିବାର ଲୋକେ ଅହେତୁକ ରାଗିଙ୍ଗ୍ ସହ ତାକୁ ହତ୍ୟା କରାଯାଇଥିବାର ଲିଖିତ ଅଭିଯୋଗ କରିଥିଲେ । ସେପଟେ ପୋଲିସ୍ ଏହି ମାମଲାକୁ ଗୁରୁତର ସହ ନେଇ ଦଫା 306 ଓ 34 ଆଇପିସିରେ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ସେପଟେ ପୋଲିସ୍ ଏହି ମାମଲାରେ ପଦକ୍ଷେପ ନେବାକୁ ବାଧ୍ୟ ବୋଲି କହିଛନ୍ତି ଓକିଲ ସଂଘ ।

ତେବେ ଏହାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ବଲାଙ୍ଗୀରର ମେରୁଦଣ୍ଡ ମେଡିକାଲ୍ କଲେଜର ପ୍ରତିଷ୍ଠାରେ ଦାଗ ଲାଗିବ ଓ ବାହାର ଛାତ୍ରଛାତ୍ରୀ ଏଠି ପଢିବାକୁ ଆସିବେ ନାହିଁ ବୋଲି ଓକିଲ ସଂଘ କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.