ବଲାଙ୍ଗୀର: ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାଏକ ଭିଜିଲାନ୍ସ ହାତରେ ଧରା ପଡିବା ପରେ ତାଙ୍କ ବିରୋଧରେ ଜାରି ରହିଛି ଭିଜିଲାନ୍ସର ଆକ୍ସନ । ଆଜି ବିନୋଦ କାର୍ଯ୍ୟ କରୁଥିବା ଥାନା ଓ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି । ଯେଉଁଥିରେ ତାଙ୍କ ବାସଭବନରୁ ଭିଜିଲାନ୍ସ 3 ଲକ୍ଷ ନଗଦ ଟଙ୍କା ଜବତ କରିଛି ।
ଗତକାଲି ରାତିରେ ବଲାଙ୍ଗୀର ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ଭିଜିଲାନ୍ସ ଧରିଥିଲା । ବରଗଡ ଟୋଲଗେଟ ନିକଟରେ ଭିଜିଲାନ୍ସ ଟିମ ବିନୋଦଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ କରିଥିଲା । ତାଙ୍କ କାରରୁ ଭିଜିଲାନ୍ସ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରିଥିଲା । ତେବେ ଆଜି(ବୁଧବାର) ବଙ୍ଗୋମୁଣ୍ଡା ଥାନାରେ ଭିଜିଲାନ୍ସ ପୁଣି ରେଡ କରିଛି । ଏହାସହ ତାଙ୍କ ସରକାରୀ ବାସଭବନ ଓ ଥାନାରେ ରେଡ ଜାରି ରଖିଛି । ସେହିପରି ତାଙ୍କ ବଙ୍ଗୋମୁଣ୍ଡା ବାସଭବନରୁ 3 ଲକ୍ଷ 80 ହଜାର 920 ଟଙ୍କା ଜବତ କରିଛି ।
ଏହି ଚଢାଉରେ ବଲାଙ୍ଗୀର ସୋନପୁର ସମ୍ବଲପୁର ଓ କଳାହାଣ୍ଡି ଭିଜିଲାନ୍ସ ଟିମ ସାମିଲ ହୋଇଥିଲେ ।
ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ