ETV Bharat / state

ଜଙ୍ଗଲ ଜମି ଅଧିକାର ଦାବି ନେଇ ରାଜରାସ୍ତାରେ ଆଦିବାସୀ

ବଲାଙ୍ଗୀର ଜଙ୍ଗଲ ଜମି ଅଧିକାର ଦାବି ନେଇ ରାଜାରାସ୍ତାକୁ ଓହ୍ଲାଇଲେ ଆଦିବାସୀ ଓ ବନବାସୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାସ୍ତା ଅବରୋଧ । ଦାବି ପୂରଣ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନ । ଅଧିକ ପଢ଼ନ୍ତୁ

author img

By

Published : Jan 18, 2023, 1:27 PM IST

Balangir villagers demands
ରାଜରାସ୍ତାରେ ଆଦିବାସୀ
ରାଜରାସ୍ତାରେ ଆଦିବାସୀ

ବଲାଙ୍ଗୀର: ବଲାଙ୍ଗୀର ଜଙ୍ଗଲ ଜମି ଅଧିକାର ଦାବି ନେଇ ରାଜାରାସ୍ତାକୁ ଓହ୍ଲାଇଲେ ଆଦିବାସୀ ଓ ବନବାସୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାସହ ରାସ୍ତା ଅବରୋଧ । ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ । ଜିଲ୍ଲାରେ ଜଙ୍ଗଲ ଜମି ଅଧିକାର ଦାବି କରି ଗତକାଲି ଆଦିବାସୀ ଓ ବନବାସୀ ରାଜା ରାଜରାସ୍ତାକୁ ଓହ୍ଲାଇଛନ୍ତି । ଯେଉଁଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ହଜାର ହଜାର ଆଦିବାସୀ ଓ ବନବାସୀ ତାଙ୍କ ପାଇଁ ଏକାଠି ହୋଇଥିଲେ ।

ସହର ମଧ୍ୟରେ ଏକ ବିରାଟ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରିଥିଲେ । ମୁଖ୍ୟ ରାସ୍ତାକୁ ମଧ୍ୟ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିଲେ । ସୂଚନାନୁସାରେ ଜଙ୍ଗଲ ଜମି ଅଧିକାର ଆଇନ ଲାଗୁ ହେବାର ୧୨ବର୍ଷ ବିତିଥିଲେ ସୁଦ୍ଧା ଏହି ଅଧିକାରରୁ ଆଦିବାସୀ ଓ ବନବାସୀ ବଞ୍ଚିତ ଥିବାର ଅଭିଯୋଗ କରିଛନ୍ତି । ଏହି ଅଧିକାର ଆଇନ ଗତ ଓ ସାମ୍ବିଧାନିକ ହୋଇଥିବା ସତ୍ତ୍ୱେ ରାଜ୍ୟସରକାର ତତ୍ପର ନୁହଁନ୍ତି ବୋଲି ଏମାନେ କହିଛନ୍ତି ।

ଯେଉଁଥିରେ ଏହି ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ଆଦିବାସୀ ବିଭାଗ, ମଙ୍ଗଳ ବିଭାଗ, ଜଙ୍ଗଲ ବିଭାଗ, ରାଜସ୍ୱ ବିଭାଗ, ତଥା ଜିଲ୍ଲା କମିଟି ଓ ଉପଖଣ୍ଡୀୟ କମିଟିର ସ୍ଥାଣୁତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇ ପାରୁନଥିବାର ଏମାନେ ଅଭିଯୋଗ କରିଛନ୍ତି । ଏନେଇ ଆନ୍ଦୋଳନ କରିବା ସହ ଜିଲ୍ଲା ପ୍ରଶାସନ ଜରିଆରେ ୧୩ ଦଫା ଦାବିପତ୍ର ମୁଖ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

ଯେଉଁଥିରେ ଜଙ୍ଗଲ ଜମି ଅଧିକାର ଆଇନକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା, ଆଇନ ଦେଇଥିବା ଅଧିକାର ଅନୁଯାୟୀ ପାରମ୍ପାରିକ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ପ୍ରକୃତ ଦଖଲ ଜମିର ପଟ୍ଟା ପ୍ରଦାନ, ଉପଖଣ୍ଡୀୟ କମିଟି ଓ ଜିଲ୍ଲାସ୍ତରୀୟ କମିଟିକୁ କାର୍ଯ୍ୟକ୍ଷମ କରିବା, ଯୁଗ୍ମ ତଦନ୍ତ ପାଇଁ ରାଜସ୍ୱ ଓ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦିଆଯାଉ । ସେହିପରି ଜିଲ୍ଲାସ୍ତରୀୟ କମିଟି ଓ ଉପଖଣ୍ଡୀୟ କମିଟିର ନିୟମିତ ବୈଠକ, କପା ଚାଷ ଓ ଯାଇକା ଯୋଜନାରେ କୁତ୍ରିମ ଜଙ୍ଗଲ ତିଆରିକୁ ବନ୍ଦ କରିବା ଭଳି ମୁଖ୍ୟ ଦାବି ଏମାନେ ଉପସ୍ଥାପିତ କରିଥିଲେ ।

ସେହିପରି ଏମାନଙ୍କ ନେତା ବାଳକୃଷ୍ଣ ଷଣ୍ଢ ଏହି ସବୁ ଦାବି ଶୀଘ୍ର ପୂରଣ କରାଯାଉ ବୋଲି କହିଛନ୍ତି । ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି । ତେବେ ଆଜିର ଏହି ଆନ୍ଦୋଳନରେ ଜିଲ୍ଲାର ସବୁ ବ୍ଲକରୁ ଆଦିବାସୀ ଓ ବନବାସୀ ବିଶେଷ କରି ପାଟଣାଗଡ ଓ ଟିଟିଲାଗଡ଼ରୁ ଏଥିରେ ସାମିଲ ହୋଇଥିଲେ ।

ସମାନ ଭାବରେ ଜିନ୍ଦାବାଦ ସଂଗଠନର ନାରୀ ନେତ୍ରୀ ସୁଶ୍ରୀ ଅନ୍ନପୂର୍ଣ୍ଣା ମହାଲିଙ୍ଗ ମଧ୍ୟ ଏହି ସବୁ ଦାବି ଦୋହରାଇଛନ୍ତି । ତେବେ ସରକାର ଆଇନ ଅନୁସାରେ ଆଦିବାସୀ ଓ ବନବାସୀଙ୍କୁ ଶୀଘ୍ର ଜଙ୍ଗଲ ଜମି ଅଧିକାର ପ୍ରଦାନ କରନ୍ତୁ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବେ । ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.