ETV Bharat / state

ଦିଅର ହାରିଲେ, ଭାଉଜ ଜିତିଲେ - ବଲାଙ୍ଗୀର

ରାଜ୍ୟର ଚର୍ଚ୍ଚିତ ଲୋକସଭା ଆସନ ପାଇଁ ଗୋଟିଏ ପରିବାରର ଦୁଇ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ଥିଲା । ତେବେ ରାଜପରିବାରର ଦିଅର-ଭାଉଜ ମଧ୍ୟରେ ଲୋକସଭା ଆସନ ପାଇଁ ଲଢେଇରେ ଭାଉଜ ଜିତାପଟ ମାରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର
author img

By

Published : May 24, 2019, 9:30 PM IST

Updated : May 27, 2019, 1:33 PM IST

ବଲାଙ୍ଗୀର: ରାଜ୍ୟର ଚର୍ଚ୍ଚିତ ଲୋକସଭା ଆସନ ପାଇଁ ଗୋଟିଏ ପରିବାରର ଦୁଇ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ଥିଲା । ତେବେ ରାଜ ପରିବାରର ଦିଅର ଭାଉଜ ମଧ୍ୟରେ ଲୋକସଭା ଆସନ ପାଇଁ ଲଢେଇରେ ଭାଉଜ ବାଜି ଜିତିଛନ୍ତି । ସେପଟେ ଏଥିପାଇଁ ବଲାଙ୍ଗୀର ଓ ସୋନପୁରବାସୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପଟେ ହାରିଥିବା ତାଙ୍କ ନିଜ ଦିଅର ଏହି ବିଜୟ ପାଇଁ ଭାଉଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ରାଜ ପରିବାରରେ ହେଲା ହାଇଭୋଲଟେଜ ଲଢେଇ । ବଲାଙ୍ଗୀରର ଚର୍ଚ୍ଚିତ ଲୋକସଭା ଆସନ ପାଇଁ ପାଟଣା ରାଜ ପରିବାରର ମହାରାଣୀ ସଙ୍ଗୀତା କୁମାରୀ ସିଂହ ଦେଓ ଓ ତାଙ୍କ ନିଜ ଦିଅର କଳିକେଶ ନାରାୟଣ ସିଂହ ଦେଓ ଗୋଟିଏ ଆସନ ପାଇଁ ପ୍ରତିଦ୍ୱନ୍ଦ୍ବିତା କରୁଥିଲେ । ତେବେ ସଙ୍ଗୀତା ସିଂହ ଦେଓ ବିଜେପି ପ୍ରାର୍ଥିନୀ ହୋଇଥିବା ବେଳେ କଳିକେଶ ନାରାୟଣ ସିଂହ ଦେଓ ବିଜେଡି ଟିକେଟରୁ ପ୍ରତିଦ୍ୱନ୍ଦ୍ବିତା କରୁଥିଲେ । ଯେଉଁଥିରେ ସଙ୍ଗୀତା କୁମାରୀ ସିଂହ ଦେଓ ୪ଲକ୍ଷ ୯୧ହଜାରରୁ ଅଧିକ ଭୋଟ ପାଇ ନିଜ ଦିଅରକୁ ହରାଇଛନ୍ତି ।

କଳିକେଶ ନାରାୟଣ ସିଂହ ଦେଓ ବିଗତ ତିନି ଥର ଜିଲ୍ଲାର ସାଂସଦ ଭାବରେ ଜିତି ଆସୁଥିବା ବେଳେ ନିଜ ଭାଉଜ ହିଁ ଏଥିରେ ବ୍ରେକ ଲଗାଇଛନ୍ତି । ତେବେ ନିର୍ବାଚନରେ ହାରିବା ପରେ କଳିକେଶ ନାରାୟଣ ସିଂହ ଦେଓ ନିଜ ଭାଉଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲାଙ୍ଗୀର ତଥା ସୋନପୁରର ବିକାଶ ପାଇଁ ଆଗକୁ ଆସିବାକୁ କହିବା ସହ ଉନ୍ନତିମୂଳକ କାମରେ ସେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏଥର ଭୋଟର ବଦଳାଉଛନ୍ତି ନିଜ ମତ । ପୂର୍ବରୁ କଲିକେଶ ନିଜ ଭାଉଜଙ୍କୁ ତିନି ତିନି ଥର ଏହି ଆସନରେ ହରାଇ ଆସୁଥିଲେ । ତେବେ ଦେଖିବାକୁ ବାକି ରହିଲା ଏହି ଅଞ୍ଚଳରେ କିଭଳି ବିକାଶର ଗାଡ଼ି କେତେ ଆଗଉଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : May 27, 2019, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.