ETV Bharat / state

କଙ୍କାଳର ସ୍କେଚ୍‌ ଜାରି, ସୂଚନା ଦେଲେ 10 ହଜାର ପୁରସ୍କାର ଦେବ ବଲାଙ୍ଗୀର ପୋଲିସ

author img

By

Published : Jun 18, 2022, 10:00 AM IST

ବଲାଙ୍ଗୀରରେ ମହିଳାଙ୍କ ପ୍ରତି ବଢ଼ୁଛି ହିଂସା । ୨୦୨୧ରେ ସଇଁତଳା ଅଞ୍ଚଳରୁ ଉଦ୍ଧାର ହୋଇଥିବା ମହିଳାଙ୍କ ସମ୍ଭାବ୍ୟ ସ୍କେଚ୍‌(Sketch) ଜାରି କରିବା ସହ ସୂଚନା ପାଇଁ ଦଶ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି । ତେବେ ପୋଲିସର ଏଭଳି ଅପାରଗତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Balangir police prepares sketch announced cash prize to identify unknown woman skeleton
୨୦୨୧ରେ ଉଦ୍ଧାର ହୋଇଥିବା କଙ୍କାଳର ସ୍କେଚ ଜାରି, ସମ୍ପର୍କରେ ସୂଚନା ପାଇଁ ଦଶ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କଲା ପୋଲିସ

ବଲାଙ୍ଗୀର: ଜିଲ୍ଲାରେ ମହିଳାଙ୍କ ପ୍ରତି ବଢ଼ୁଛି ହିଂସା । ଅନେକ ମାମଲାରେ ଏଯାଏଁ ପୋଲିସ ହାତ ଖାଲି ଥିବାବେଳେ କିଛି ମାମଲାରେ ମୃତ ମହିଳାଙ୍କ ପରିଚୟ ମଧ୍ୟ ଜାଣି ପାରୁନାହିଁ ପୋଲିସ । ସଇଁତଳା ଅଞ୍ଚଳରୁ ଉଦ୍ଧାର ହୋଇଥିବା ମହିଳାଙ୍କ କଙ୍କାଳ ସମ୍ପର୍କରେ ସୂଚନା ପାଇଁ ଦଶ ହଜାର ଟଙ୍କା ପୁରସ୍କାର ରାଶି(Cash Prize) ଘୋଷଣା କରାଯାଇଛି । ତେବେ ପୋଲିସର ଏଭଳି ଅପାରଗତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ବିଗତ କିଛି ବର୍ଷ ମଧ୍ୟରେ ସଇଁତଳା ଅଞ୍ଚଳରୁ ଅନେକ ମହିଳାଙ୍କ ମୃତଦେହ ମିଳିଛି । ଜୁଲାଇ ୨୦୧୫ରେ ବରଗାଁ ଛକରୁ ଜଣେ ଯୁବତୀଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାକୁ ୭ ବର୍ଷ ବିତି ଥିବା ବେଳେ ପୋଲିସ ଏଯାଏଁ ମୃତ ଯୁବତୀଙ୍କର ପରିଚୟ ମଧ୍ୟ ଜାଣି ପାରି ନାହିଁ । ସେହିଭଳି ୨୦୨୧ରେ ବିବିନା ଛକରୁ ଜଣେ ମହିଳାଙ୍କ କଙ୍କାଳ(Woman Skeleton) ଉଦ୍ଧାର ହୋଇଥିଲା ।

ଏଥିରେ ମଧ୍ୟ ପୋଲିସ କୌଣସି ସୁରାକ ପାଇ ନଥିବାବେଳେ ଏବେ ମହିଳାଙ୍କ ପରିଚୟ ଜାଣିବା ପାଇଁ ସମ୍ଭାବ୍ୟ ସ୍କେଚ୍‌ ଜାରି କରିବା ସହ ସୂଚନା ପାଇଁ 10 ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି । BJP ଯୁବନେତା ହିତେଶ ସାହୁ ଏହାକୁ ନେଇ ପୋଲିସ ଉପରେ ଦୋଷାରୋପ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.