ETV Bharat / state

୨୨ ଜଣ ଅନ୍ତଃରାଜ୍ୟ ଡକାୟତ ଗିରଫ, ଲକ୍ଷାଧିକ ସାମଗ୍ରୀ ଜବତ - ଅନ୍ତଃରାଜ୍ୟ ଡକାୟତକୁ ଗିରଫ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ପୋଲିସ ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ 22ଟି ଚୋରି ହୋଇଥିବା ଚାରି ଚକିଆ ଗାଡି ଉଦ୍ଧାର କରିଛି । ଏହା ସହ ଚୋରି ହୋଇଥିବା 15 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗାଡି ସ୍ପେୟାର ପାର୍ଟ ପୋଲିସ ଜବତ କରିଛି । ଅଧିକ ପଢନ୍ତୁ

୨୨ ଜଣ ଅନ୍ତଃରାଜ୍ୟ ଡକାୟତକୁ ଗିରଫ କଲା ବଲାଙ୍ଗୀର ପୋଲିସ, ଜବତ ହେଲା ଲକ୍ଷାଧିକ ସାମଗ୍ରୀ

author img

By

Published : Mar 23, 2022, 1:43 PM IST

ବଲାଙ୍ଗୀର: ବଲାଙ୍ଗୀର ପୋଲିସକୁ ଏକ ବଡ ସଫଳତା ମିଳିଛି । ଯେଉଁଥିରେ ବଲାଙ୍ଗୀର ପୋଲିସର ଏକ ସ୍ୱତନ୍ତ୍ର ଟିମ 17 ଜଣ ଆନ୍ତଃ ରାଜ୍ୟ ଡକାୟତକୁ ଧରିବାରେ ସଫଳ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ 22ଟି ଚୋରି ହୋଇଥିବା ଚାରି ଚକିଆ ଗାଡି ଉଦ୍ଧାର ହୋଇଛି। ଏହା ସହ ଚୋରି ହୋଇଥିବା 15 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗାଡି ସ୍ପେୟାର ପାର୍ଟ ପୋଲିସ ଜବତ କରିଛି । ତେବେ ବଲାଙ୍ଗୀର ଜିଲ୍ଲାରେ ଚାରି ଚକିଆ ଗାଡି ଲୁଟ ଓ ଚୋରି ହେଉଥିବାର ଅନେକ ଅଭିଯୋଗ ଆସିଥିଲା । ଯାହାକୁ ଭିତ୍ତି କରି ବଲାଙ୍ଗୀର ପୋଲିସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ।

୨୨ ଜଣ ଅନ୍ତଃରାଜ୍ୟ ଡକାୟତକୁ ଗିରଫ କଲା ବଲାଙ୍ଗୀର ପୋଲିସ, ଜବତ ହେଲା ଲକ୍ଷାଧିକ ସାମଗ୍ରୀ

ସୂଚନାନୁସାରେ ବଲାଙ୍ଗୀର ସଦର ଏସ.ଡି.ପି ଓ ତୁଫାନ ବାଗଙ୍କ ନେତୃତ୍ୱରେ ଏହିଟିମ ଦୀର୍ଘ ଏକ ବର୍ଷ ହେବ ତଦନ୍ତ ଜାରି ରଖିଥିଲା । ଏଥିରେ ସିସି ଟିଭି ଫୁଟେଜ, ସାଇଣ୍ଟିଫିକ ତଥ୍ୟ ଇତ୍ୟାଦିକୁ ଆଧାର କରି ତଦନ୍ତ ଆଗକୁ ବଢାଇଥିଲା । ତେବେ ଏହାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବଲାଙ୍ଗୀରର ଜଣେ ଚାରି ଚକିଆ ଗାଡି ଲୋନ କମ୍ପାନୀର ଏଜେଣ୍ଟ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହା ଉପରେ ଅଧିକ ତଦନ୍ତ କରି ପୋଲିସ ଏହି ସଫଳତା ପାଇବା ସହ ଏଥିରେ ମୋଟ 12 ଜଣଙ୍କୁ ଗିରଫ କରିଛି ।

ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରେ କିଛି ଅଭିଯୁକ୍ତ ମଧ୍ୟ ଅଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟରେ ବଲାଙ୍ଗୀର କୂଳଥି ପାଳି ଗ୍ରାମର ଅନ୍ତର୍ଯ୍ୟାମୀ ଦଳେଇ,ସତ୍ୟ ନାରାୟଣ ଦଳେଇ, ସୁମନ୍ତ ପ୍ରଧାନ,ଭଟଲି ଛକ ବରଗଡ ଜିଲ୍ଲାର ସାହିଦ ହୁସେନ, କେସିଙ୍ଗା କଳାହାଣ୍ଡିର ମଳୟ ମହାନନ୍ଦ, ସିଦ୍ଧାନ୍ତ କୁମାର ସାହୁ, ରାୟଗଡା ଜିଲ୍ଲା ଗୁଣପୁରର ଦିଲିଓ ସେନାପତି, ବଲାଙ୍ଗୀର ଜିଲ୍ଲା ଦେଓଗାଁ ର ପଞ୍ଚାନନ୍ଦ ଖମାରୀ, ସୁରେନ୍ଦ୍ର ଖବଣ୍ଡଗିରି, ବଲାଙ୍ଗୀର ଲୋଇସିହାର ରାଧା ମାଧବ ବଣିଆ, ସେହିପରି ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲ୍ଲାର ନାରାୟଣ ରାଓ ଓ ଏ ଚିନା ରାଓକୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ପୋଲିସ 14ଟି ପିକଅପ ବୋଲେରୋ ଭେନ,7 ଟି ବୋଲେରୋ ଗାଡି,ଗୋଟିଏ ଅଲ୍ଟୋ କାର ଓ ଗୋଟିଏ ଟାଟା ମେକ୍ସିମା ଗାଡି ଜବତ ହୋଇଛି ।

ସେହିପରି ଚୋରି ହୋଇଥିବା ଏହି ସବୁ ଗାଡିର ମୂଲ୍ୟ ଦୁଇ କୋଟି ହେବ ବୋଲି ପୋଲସ କହିଛି । ସମାନ ଭାବରେ ଏମାନଙ୍କ ଠାରୁ ପୋଲିସ 15 ଲକ୍ଷ ଟଙ୍କାର ଚୋରି ଗାଡି ସ୍ପେୟାର ପାର୍ଟ ମଧ୍ୟ ଜବତ କରିଛି । ତେବେ ଏହି ଡକାୟତମାନେ ଓଡିଶାର ବିଭିନ୍ନ ଜିଲ୍ଲାରେ ମୋଟ 52ଟି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଏହି ସବୁ ମାମଲାର ତଦନ୍ତ ଜାରି ରହିଥିବା ବେଳେ ଆହୁରି 10 ଟି ଗାଡି ଓ ପାଞ୍ଚରୁ ଅଧିକ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତନାଘନା ତଦନ୍ତ ଜାରି ରଖିଥିବାର କହିଛି। ସେହିପରି ଆଜି ପୋଲିସ ଉଦ୍ଧାର ହୋଇଥିବା ସମସ୍ତ ଗାଡିକୁ ତାଙ୍କ ମାଲିକମାନଙ୍କୁ ହସ୍ତାନ୍ତର କରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.