ETV Bharat / state

ବଲାଙ୍ଗୀରବାସୀଙ୍କ ଦୁଃଖ ପାଲଟିଛି ଲକ୍ଷ୍ମୀ ଜୋର

ବଲାଙ୍ଗୀର ସହର ମଧ୍ୟ ଦେଇ ଯାଇଥିବା ଲକ୍ଷ୍ମୀ ଜୋରରେ ଫଲ୍ଟି କନଷ୍ଟ୍ରକ୍ସନ ପରେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଉଚ୍ଛେଦ ପକ୍ରିୟା ଆରମ୍ଭ କରିଥିବାବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

author img

By

Published : Nov 4, 2022, 12:29 PM IST

ବଲାଙ୍ଗୀରବାସୀଙ୍କ ଦୁଃଖ ପାଲଟିଛି ଲକ୍ଷ୍ମୀ ଜୋର
ବଲାଙ୍ଗୀରବାସୀଙ୍କ ଦୁଃଖ ପାଲଟିଛି ଲକ୍ଷ୍ମୀ ଜୋର

ବଲାଙ୍ଗୀର: ଲୋକଙ୍କ ପାଇଁ ଦୁଃଖର କାରଣ ପାଲଟିଛି ଲକ୍ଷ୍ମୀ ଜୋର । ବଲାଙ୍ଗୀର ସହର ମଧ୍ୟ ଦେଇ ଯାଇଥିବା ଲକ୍ଷ୍ମୀ ଜୋରରେ ଫଲ୍ଟି କନଷ୍ଟ୍ରକ୍ସନ ପରେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ନିଜ ଦୋଷ ଘୋଡାଇବାକୁ ସୌନ୍ଦର୍ଯ୍ୟକରଣ ନାଁରେ ଟେମପଡାରୁ ସତ୍ୟନାରାୟଣ ପଡା ପର୍ଯ୍ୟନ୍ତ ବସବାସ କରୁଥିବା ଲୋକଙ୍କୁ ଉଚ୍ଛେଦ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ବିଜେଡି ନେତା ତଥା ଓଡିଶା ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂ ଦେଓ ଓ ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ସହର ମଧ୍ୟ ଦେଇ ଯାଇଥିବା ଲକ୍ଷ୍ମୀ ଜୋରରେ ଗତ ୨୦୧୯ରେ ଫଲ୍ଟି କନଷ୍ଟ୍ରକ୍ସନ ହୋଇଥିଲା । ଫଳରେ ପ୍ରାକୃତିକ ଜଳ ପ୍ରବାହକୁ ଭୁଲ ବୈଷୟିକ ଜ୍ଞାନରେ ରୋକିବା ଯୋଗୁଁ ଏହା ପରଠାରୁ ଏଠାରେ ବନ୍ୟା ପରିସ୍ଥିତି ଉପୁଯିବାରେ ଲାଗିଛି । ପୂର୍ବରୁ କେବେବ ବନ୍ୟା ପରିସ୍ଥିତି ଉପୁଜୁନଥିବା ବେଳେ ୨୦୧୯ ପରଠାରୁ ବନ୍ୟା ସ୍ଥିତି ଉପୁଜୁଛି ଲକ୍ଷ୍ମୀ ଜୋରରେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ 60 ବର୍ଷ ଧରି ରହିଆସୁଥିବା ଲୋକଙ୍କୁ ନାଳର ସୌନ୍ଦଯ୍ୟ କରଣ ନାଁରେ ଜିଲ୍ଲା ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ।

ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତି କରି ବଲାଙ୍ଗୀର ପ୍ୟାଲେସ ଠାରେ ଆଜି ହଜାର ହଜାର ସ୍ଥାନୀୟ ଲୋକ, ଓଡିଶା ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂ ଦେଓ ଓ ପୌରପରିଷଦ ଅଧ୍ୟକ୍ଷା ଏକାଠି ହୋଇ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ତୀବ୍ର ନିନ୍ଦା କରିଥିଲେ । ପ୍ରଶାସନ ଓ ସ୍ଥାନୀୟ କଂଗ୍ରେସ ବିଧାୟକଙ୍କ ଯୋଗୁଁ ଏପରି ପରିସ୍ଥିତି ଉପୁଜିଥିବା ବିଜେଡି ନେତା ଓ ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଏଠାରେ ବସ୍ତି ବାସିନ୍ଦା ବହୁ ବର୍ଷ ହେବ ରହି ଆସୁଥିବା ବେଳେ ଯେତେ ବଡ ବର୍ଷା ହେଲେ ମଧ୍ୟ ଏହିଜୋରରେ କେବେ ବନ୍ୟା ଆସି ନ ଥିଲା । ହେଲେ ଏଠିକାର କଂଗ୍ରେସ ବିଧାୟକ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏହାର ସୌନ୍ଦର୍ଯ୍ୟ କରଣ ନାଁରେ ବ୍ୟାପକ ଦୁର୍ନୀତି କରି ସମ୍ପୂର୍ଣ୍ଣ ଭୁଲ ଜ୍ଞାନ କୌଶଳରେ ଏଠି ବିଭିନ୍ନ ପ୍ରକଳ୍ପ ତିଆରି କରିଥିଲେ ।

ଯାହା ପରବର୍ତ୍ତୀ ସମୟରେ ଜୋରରେ କୁତ୍ରିମ ବନ୍ୟା ଆସିଥିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟର ଭୁଲ ଯୋଗୁଁ ଲୋକଙ୍କୁ ଉଚ୍ଛେଦ କରାଗଲେ ପରିଣାମ ଭୟାବହ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେବେ ବସ୍ତି ଉଚ୍ଛେଦ ଓ ଲକ୍ଷ୍ମୀ ଜୋରକୁ ନେଇ ଏବେ ଏଠି ରାଜନୀତି ଜୋର ଧରିଥିବାବେଳେ ଏଥିପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.