ETV Bharat / state

ଉଦ୍‌ଘାଟନର ବର୍ଷେ ପରେ କାର୍ଯ୍ୟକ୍ଷମ ହେଲା ବଲାଙ୍ଗୀର ନୂତନ ବସଷ୍ଟାଣ୍ଡ - ବଲାଙ୍ଗୀର ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ

ଉଦଘାଟନର ଦୀର୍ଘ ୧ବର୍ଷେ ପରେ କାର୍ଯ୍ୟକ୍ଷମ ହେଲା ବଲାଙ୍ଗୀରର ନୂତନ ବସଷ୍ଟାଣ୍ଡ । ୨୦୨୧ ସେପ୍ଟେମ୍ବର ୨୨ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଥିଲେ । ଅଧିକ ପଢ଼ନ୍ତୁ

ବଲାଙ୍ଗୀରର ବହୁ ପ୍ରତିକ୍ଷୀତ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ

author img

By

Published : Jun 25, 2022, 1:16 PM IST

ବଲାଙ୍ଗୀର: ବହୁ ପ୍ରତିକ୍ଷୀତ ନୂତନ ବସଷ୍ଟାଣ୍ଡ ହେଲା କାର୍ଯ୍ୟକ୍ଷମ । ବଲାଙ୍ଗୀର ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଛନ୍ତି । ୨୦୨୧ ସେପ୍ଟେମ୍ବର ୨୨ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଥିଲେ । କିନ୍ତୁ ଉଦଘାଟନକୁ ୧ ବର୍ଷ ବିତିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇ ପାରୁନଥିଲା । ସେପଟେ ଘରୋଇ ବସ ମାଲିକଙ୍କ ଦାବି ପୂରଣ ନ ହେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରର ବହୁ ପ୍ରତିକ୍ଷୀତ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ

ପୂର୍ବରୁ ବଲାଙ୍ଗୀର ସହରର ଜନଗହଳି ସ୍ଥାନରେ ଉଭୟ ଘରୋଇ ଓ ସରକାରୀ ବସଷ୍ଟାଣ୍ଡ ରହି ଆସିଥିଲା । ଫଳରେ ସହର ମଧ୍ୟରେ ସବୁବେଳେ ଟ୍ରାଫିକ ସମସ୍ୟା ସହିତ ନିତିଦିନିଆ ଦୁର୍ଘଟଣା ଘଟୁଥିଲା । ଯାହାକୁ ନେଇ ବଲାଙ୍ଗୀରବାସି ଦୀର୍ଘ ଦିନରୁ ବସଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରି ଆସୁଥିଲେ । ରାଜ୍ୟ ସରକାର ଏହି ଦାବିକୁ ପୂରଣ କରି ବଲାଙ୍ଗୀର ଆରଟିଓ କାର୍ଯ୍ୟଳୟ ପାଖରେ ଏକ ନୂତନ ବସ ଷ୍ଟାଣ୍ଡ ନିର୍ମାଣ କାମ ଆରମ୍ଭ କରିଥିଲେ ।

ଶେଷରେ ସରକାର, OSRTC ଓ ଜିଲ୍ଲା ପ୍ରଶାସନ ମିଳିତ ଭାବରେ ବଲାଙ୍ଗୀର ଘରୋଇ ବସ ମାଲିକଙ୍କ ସହ ଆଲୋଚନା ପରେ ସମାଧାନର ବାଟ ଫିଟିଥିଲା । ଯାହା ପରେ ଆଜି ପ୍ରଥମ କରି ସରକାରୀ ବସ ଏଠାରୁ ଗଡିବା ଆରମ୍ଭ କରିଛି । ତେବେ ଯାତ୍ରୀଙ୍କ ପାଇଁ ଆନୁସଙ୍ଗିକ ସୁବିଧା କରାନଗଲେ ଆଗକୁ ଆନ୍ଦୋଳନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ଘରୋଇ ବସ୍‌ ମାଲିକ ସଂଘ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.