ETV Bharat / state

ଜେଲର-ସାମ୍ବାଦିକ ବିବାଦ, ଉଭୟ ପକ୍ଷରୁ ଥାନାରେ ଏତଲା

author img

By ETV Bharat Odisha Team

Published : Aug 24, 2023, 9:02 PM IST

ଚର୍ଚ୍ଚାରେ ବଲାଙ୍ଗୀର ଜେଳର ଓ ସାମ୍ବାଦିକ ବିବାଦ । ଉଭୟ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

ବଲାଙ୍ଗୀର: ଜିଲ୍ଲାରେ ଜଣେ ଜେଲର ଓ ସାମ୍ବାଦିକଙ୍କ ମଧ୍ୟରେ ବିବାଦ ଘଟଣା ଏବେ ଥାନାରେ ପହଞ୍ଚିଛି । ଗୋଟିଏ ପଟେ ଜେଲର ଜଣକ ସାମ୍ବାଦିକଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହେଉଥିବା ବେଳେ ଅନ୍ୟପଟେ ସାମ୍ବାଦିକ ଜଣକ ଜେଲରଙ୍କୁ ବଟି ମାଗିବା ଓ ଧମକ ଚମକ ଦେଇଥିବା ଅଭିଯୋଗ ଆସିଛି । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ସତ କଣ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ବଲାଙ୍ଗୀର କଣ୍ଟାବାଞ୍ଜିରୁ ଏଭଳି ଅଭିଯୋଗ ଆସିଛି । ଯେଉଁଥିରେ ଏଠିକାର ଉପକାରାଗାରର ଜେଲର ଓ ଜଣେ ୱେବ୍‌ ସାମ୍ବାଦିକଙ୍କ ଫୋନ୍‌ରେ କଥାବାର୍ତ୍ତା ଅଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜେଲର ଜଣକ ମୁଣ୍ଡ ଦରକାର ବୋଲି ସମ୍ପୃକ୍ତ ୱେବ୍‌ ସାମ୍ବାଦିକଙ୍କୁ କହିଛନ୍ତି । ସେହିପରି ଆଉ ଗୋଟିଏ ଭାଇରାଲ୍ ଅଡିଓରେ ସାମ୍ବାଦିକ ଜଣକ ଜେଳରଙ୍କୁ 2 ଲକ୍ଷ ଟଙ୍କା ମାଗିଛନ୍ତି । ତେବେ ଏହା ଭାଇରାଲ ହେବା ପରେ ଏବେ ୨ ପକ୍ଷରୁ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରାଯାଇଛି । କଣ୍ଟାବାଞ୍ଜିର ସାମ୍ବାଦିକ ରୋହନ ମହତଙ୍କୁ ସ୍ଥାନୀୟ ଉପକାରାଗାରର ଜେଲର ବିକାଶ ଲତା ବାରୁ ହତ୍ୟା ଧମକ ଦେଇଥିବାର ସାମ୍ବାଦିକ ଜଣକ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏହା ବି ପଢନ୍ତୁ- ଚର୍ଚ୍ଚାରେ ଜେଲରଙ୍କ ଉତ୍ପାତ ଭିଡିଓ, ନିଲମ୍ବନ ସହ କୋରାପୁଟ ସର୍କଲ ଜେଲ୍‌କୁ ବଦଳି

ସାମ୍ବାଦିକ ଜଣକ ଦର୍ଶାଇଛନ୍ତି ଯେ ତାଙ୍କୁ ହତ୍ୟା କରିବା ଓ ତାଙ୍କ ମୁଣ୍ଡ ଦରକାର ବୋଲି ଜେଲର ତାଙ୍କୁ କହିଛନ୍ତି । ସେପଟେ ପାଲଟା ଜେଲର ବିକାଶ ଲତା ବାରୁ ମଧ୍ୟ ସମ୍ପୃକ୍ତ ସାମ୍ବାଦିକଙ୍କ ବିରୋଧରେ ୨ ଲକ୍ଷ ଟଙ୍କା ବଟି ମାଗିବା ଓ ତାଙ୍କୁ ଧମକ ଚମକ ସହ ଦୁର୍ବ୍ୟବହାର ଦେଇଥିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏହି ବିଷୟ ଚର୍ଚ୍ଚାକୁ ଆସିବା ଓ ଥାନାକୁ ଯିବା ଘଟଣା ମଧ୍ୟରେ ବିଷୟ କଣ ରହିଛି ? କାହିଁକି ଏହାକୁ ନେଇ ଏବେ ଚର୍ଚ୍ଚା ? ଏ ନେଇ ପ୍ରଶ୍ନ ଉଠିଛି ।

କଣ ଘଟଣା ? :- ମିଳିଥିବା ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ସାମ୍ବାଦିକ ରୋହନ ମହତ ସମ୍ପୃକ୍ତ ଜେଲରଙ୍କ ବିରୋଧରେ ଏକ ସମ୍ବାଦ ଲେଖିଥିଲେ । ଯେଉଁଥିରେ ଜେଲ ମଧ୍ୟକୁ ବାହାରରୁ ଖାଦ୍ୟ ଯାଉଥିବାର ବିଷୟ ଲେଖିଥିଲେ । ଏହାପରେ ଏହି ସବୁ ମୋବାଇଲ କଥାବାର୍ତ୍ତା ଅଡିଓ ଭାଇରାଲ ହେବାରେ ଲାଗିଥିଲା । ସାମ୍ବାଦିକ ଜଣକ ଜୀବନକୁ ବିପଦ ଥିବା ଅଭିଯୋଗ ଆଣି କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ସେପଟେ ସାମ୍ବାଦିକଙ୍କୁ ଜେଲରଙ୍କ ହତ୍ୟା ଧମକ ଅଭିଯୋଗ ଓ ବାହାରୁ ଜେଲକୁ ଖାଦ୍ୟ ଯାଇଥିବାର ଅଭିଯୋଗ ଆସିବା ପରେ ସମ୍ବଲପୁର ଜେଲ ବିଭାଗ ଡିଆଜି ସମ୍ପୃକ୍ତ ଜେଲକୁ ଆସି ସବୁ ଯାଞ୍ଚ କରିଥିଲେ ଏବଂ ଏଥିରେ ସାମ୍ବାଦିକ, ଜେଲର ଓ ଅନ୍ୟ ଜଣଙ୍କର ବୟାନ ରେକର୍ଡ କରିଥିଲେ ।

ସେହିପରି ଜେଲ୍‌ର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଜେଲରେ ଏଭଳି ବାହାରୁ ଖାଦ୍ୟ ଆସୁ ନଥିବାର ସେ କହିଥିଲେ । ଅନ୍ୟ ଅଭିଯୋଗର ପୋଲିସ ତଦନ୍ତ କରିବ ବୋଲି ସେ କହିଥିଲେ । ସେପଟେ ଏବେ ଜେଲର ଜଣକ ମଧ୍ୟ ସମ୍ପୃକ୍ତ ସାମ୍ବାଦିକ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ଯେଉଁଥିରେ ସେ ଅଭିଯୋଗ ଆଣିଛନ୍ତି ଯେ ସମ୍ପୃକ୍ତ ସାମ୍ବାଦିକ ତାଙ୍କୁ ୨ ଲକ୍ଷ ଟଙ୍କା ବା ବଟି ମାଗିଥିଲେ । ଯଦି ଟଙ୍କା ନ ମିଳେ ତେବେ ତାଙ୍କୁ ବଦନାମ କରିବା ସହ ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ସମ୍ବାଦ ପରିବେଷଣ କରିବେ ବୋଲି ସେ ଧମକ ଦେଇଥିଲେ ।

ସାମ୍ବାଦିକ ଜଣକ ବାରମ୍ବାର ତାଙ୍କୁ ଟଙ୍କା ମାଗିବା ସହ ଧମକ ଚମକ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ସମ୍ପୃକ୍ତ ଅଡିଓରେ ସେ ମାଛ ମୁଣ୍ଡ ଆଣିବା ପାଇଁ ତାଙ୍କ ଭାଇକୁ କହୁଥିବାର ସେ କହିଛନ୍ତି । ସେପଟେ କଣ୍ଟାବାଞ୍ଜି ପୋଲିସ ଏହି ମାମାଲରେ ଦୁଇଟି ଅଭିଯୋଗ ପାଇଛି ଏବଂ ଏହାର ତଦନ୍ତ ଜାରି ରହିଥିବାର କହିଛନ୍ତି କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ସାହୁ । ତେବେ ତଦନ୍ତ ସରିଲେ ସବୁ କଥା ସାମ୍ନାକୁ ଆସିବା ବୋଲି ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.