ETV Bharat / state

ବଲାଙ୍ଗୀର ସ୍ବାଧୀନତା ସଂଗ୍ରମୀଙ୍କୁ ଅଣଦେଖା, ଇତିହାସରେ ନାହିଁ ନାମ !

ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦିକା ଅମୃତ ମହୋତ୍ସବ । ରାତି ପାହିଲେ ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ । କିନ୍ତୁ ସ୍ବାଧୀନତା ସଂଗ୍ରାମରେ ଝାସ ହୋଇଥିବା ଯୋଦ୍ଧାଙ୍କୁ ଆଜିବି ଅଣଦେଖା । ବଲାଙ୍ଗୀରରେ ଏମିତି ଅନେକ ସଂଗ୍ରାମୀ ରହିଛନ୍ତି ଯେଉଁମାନଙ୍କ ନାମ ନା ଇତିହାସ ପୃଷ୍ଠାରେ ଲିପିବଦ୍ଧ ଅଛି ନା ତାଙ୍କ ବଳିଦାନକୁ କିଏ ମନେ ରଖିଛି । ଅଧିକ ପଢନ୍ତୁ

ବଲାଙ୍ଗୀର ସ୍ବାଧୀନତା ସଂଗ୍ରମୀଙ୍କୁ ଅଣଦେଖା, ଇତିହାସରେ ନାହିଁ ନାମ

author img

By

Published : Aug 14, 2022, 5:55 PM IST

Updated : Aug 14, 2022, 6:51 PM IST

ବଲାଙ୍ଗୀର: ରାତି ପାହିଲେ(ସୋମବାର) ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ । କିନ୍ତୁ ସ୍ବାଧୀନତା ସଂଗ୍ରାମରେ ଝାସ ହୋଇଥିବା ଯୋଦ୍ଧାଙ୍କୁ ଆଜିବି ଅଣଦେଖା । ବଲାଙ୍ଗୀର ଜିଲ୍ଲାର ଅନେକ ସ୍ଵାଧୀନତା ସଂଗ୍ରାମୀ ଦେଶ ସ୍ବାଧୀନତା ପାଇଁ ଅନେକ ଆନ୍ଦୋଳନରେ ସାମିଲ ହୋଇ ଜୀବନକୁ ଝାସ ଦେଇଥିଲେ ମଧ୍ୟ ତଥା ତାଙ୍କର ବଳିଦାନ ଏବେ ବି ଅନାଲୋଚିତ ହୋଇ ରହିଛି । ନା ଇତିହାସରେ ଲେକା ହୋଇଛି ନା କୌଣସି ସମ୍ନାନ ମିଳିଛି । କିଛି ସଂଗ୍ରାମୀଙ୍କ ସଂଗ୍ରାମ କେବଳ କଥା କଥାନିରେ ଥିବା ବେଳେ ତାଙ୍କର ସେହି ଲଢେଇ ଲିପିବଦ୍ଧ ହୋଇ ପାରି ନାହିଁ ।

ବଲାଙ୍ଗୀର ସ୍ବାଧୀନତା ସଂଗ୍ରମୀଙ୍କୁ ଅଣଦେଖା, ଇତିହାସରେ ନାହିଁ ନାମ !

ବଲାଙ୍ଗୀର ପୂର୍ବରୁ ପାଟଣା ରାଜ୍ୟ ଭାବରେ ରାଜାଙ୍କ ଦ୍ଵାରା ଶାସିତ ହୋଇ ଆସୁଥିଲା । ହେଲେ 1803 ମସିହା ପରେ ଏହି ରାଜ୍ୟ ଇଂରେଜ ମାନଙ୍କ ଦ୍ବାରା ପରୋକ୍ଷରେ ଶାସିତ ହେଲା । ଯେଉଁଥିରେ ପାଟଣା ରାଜ୍ୟର ରାଜା ଇଂରେଜ ମାନଙ୍କର ଏଜେଣ୍ଟ ଭାବରେ ଶାସନ କରୁଥିଲେ । ତେଣୁ ଏଠିକାର ସଂଗ୍ରାମୀ ମାନେ ସେ ସମୟରେ ରାଜତନ୍ତ୍ର ଓ ଇଂରେଜ ଦୁହିଁଙ୍କ ବିରୋଧରେ ଲଢେ଼ଇ କରୁଥିଲେ । ଯାହାର ଆରମ୍ଭ 1800 ମସିହାରେ ଆରମ୍ଭ ହୋଇ ସାରିଥିଲା ।

ଧରମ ସିଂହ ମାନ୍ଧାତା

ବଲାଙ୍ଗୀର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ଆଠ ଗାଁ ଜମିଦାର ଧରମ ସିଂହ ମାନ୍ଧାତା । ଯିଏ କି ସିପାହୀ ବିଦ୍ରୋହ ପୂର୍ବରୁ କନ୍ଧ ସଂଗ୍ରାମୀ ଚକ୍ର ବିଶୋଇ ସହିତ ମିଶି କନ୍ଧ ମେଳିରେ ସାମିଲ ହୋଇଥିଲେ ତଥା ସିଧା ସଳଖ ଇଂରେଜ ସହିତ ଲଢେଇ କରିଥିଲେ । ଇଂରେଜ ଅଧିକାରୀ ଆର ଏ ମେକ୍ ଦୋନାଲ୍ଡ ଙ୍କ ଦ୍ଵାରା 1853 ଗିରଫ ହୋଇ ଜେଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ହେଲେ ତାଙ୍କ ନାଁ ସତେ ଯେମିତି ଲୋକେ ଭୁଲି ଯାଇଛନ୍ତି ।

କୁଞ୍ଜ ବିହାରୀ ନାୟକ

ପ୍ରଥମ କରି ବଲାଙ୍ଗୀର ଆଠ ଗାଁ ଜମିଦାର ଧରମ ସିଂହ ମାନ୍ଧାତାଙ୍କ ନେତୃତ୍ୱରେ ଏଠିକାର କନ୍ଧ ମାନେ ଲଢେଇ ଆରମ୍ଭ କରିଥିଲେ । ସେହିପରି ପରବର୍ତ୍ତୀ ସମୟରେ ଅନେକ ଆନ୍ଦୋଳନ ମୁଣ୍ଡା ଟେକିଥିଲା ଏବଂ ଏଥିରେ ଶତାଧିକ ସଂଗ୍ରାମୀ ସାମିଲ ହୋଇ ଲଢେଇ କରିଥିଲେ । ଏହିଭଳି 1900 ମସିହାରେ ଜନ୍ମ ଗ୍ରହଣ କରିଥିବା ବଲାଙ୍ଗୀର ପାଟଣାଗଡ଼ର କୁଞ୍ଜ ବିହାରୀ ନାୟକ ସଂଗ୍ରାମୀ ଭାଗିରଥି ପଟ୍ଟନାୟକଙ୍କ ସହ ମିଶି ଲଢେଇ କରିଥିଲେ । ପାଟଣା ମହାରାଜା ପୃଥ୍ବୀ ରାଜଙ୍କ ନିର୍ଦ୍ଦେଶରେ 6ମାସ ଜେଲ ସଜା ଭୋଗିଥିଲେ । ସେହିପରି ପରବର୍ତ୍ତୀ ସମୟରେ ତାଙ୍କୁ ପାଟଣା ରାଜ୍ୟରୁ ନିର୍ବାସିତ ମଧ୍ୟ କରାଯାଇଥିଲା । ଯାହାପରେ ସେ ସମ୍ବଲପୁର ଯାଇ ମହାତ୍ମା ଗାନ୍ଧୀଙ୍କ ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ ତାଙ୍କ ସହ 1928ରେ ପଦଯାତ୍ରା ମଧ୍ୟ କରିଥିଲେ । ସେହିପରି ସେ ସୁବାସ ବୋଷ ଭଳି ନେତାଙ୍କ ସହ ସ୍ଵାଧୀନତା ସଂଗ୍ରାମରେ ସିଧା ସଳଖ ସାମିଲ ହୋଇଥିଲେ । ତେବେ ତାଙ୍କୁ ପରବର୍ତ୍ତୀ ସମୟରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ତାମ୍ର ଫଳକ ଦେଇ ସମ୍ମାନିତ କରିଥିଲେ । ଏବଂ ସେ ରାଜ୍ୟ ସରକାରଙ୍କ ଠାରୁ ସ୍ଵାଧୀନତା ସଂଗ୍ରାମୀ ଭାବରେ 40 ଟଙ୍କା ଓ ଭାରତ ସରକାରଙ୍କ ଠାରୁ 200 ଟଙ୍କା ଭତ୍ତା ମଧ୍ୟ ପାଉଥିଲେ । ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କୁ ସମସ୍ତେ ଭୁଲି ଯିବା ସହ ତାଙ୍କ ସମ୍ମାନାର୍ଥେ ଆଜି ଯାଏଁ କୌଣସି ସରକାରୀ କାର୍ଯ୍ୟକ୍ରମ କରାଯାଇ ନାହିଁ ।

କପୂର୍ ଚନ୍ଦ ନାଏକ

ସେହିଭଳି ବଲାଙ୍ଗୀର ଲୋଇସିଂହାର କପୂର୍ ଚନ୍ଦ ନାଏକ ପାଟଣା ରାଜ୍ୟ ସମୟରେ ସେ କୋର୍ଟରେ ମୁନସୀ ଭାବରେ କାର୍ଯ୍ୟ କରିଥିଲେ, ଏବଂ ରାଜା ବିରୋଧୀ ପ୍ରଜା ମେଳି କରି ଲଢେଇ ଆରମ୍ଭ କରିଥିଲେ । ତଥା ଗାନ୍ଧୀଙ୍କ ବିଚାର ଧାରା ଗାଁ ଗଣ୍ଡା ସବୁଠି ପହଞ୍ଚାଇ ଥିଲେ । ଯାହା ପାଇଁ ତାଙ୍କୁ ସେ ସମୟରେ 6 ମାସ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିଥିଲା ।

ସତ୍ୟାନନ୍ଦ ମିଶ୍ର

ସେହିପରି ଛତାମାଖନା ଗ୍ରାମରେ 1903ରେ ଜନ୍ମିତ ସତ୍ୟାନନ୍ଦ ମିଶ୍ର ପାଠ ପଢା ସାରି ପୋଲିସରେ ଯୋଗ ଦେଇ ପୋଲିସ ମୁହୁରି ବା କନଷ୍ଟେବଳ ଭାବରେ କାର୍ଯ୍ୟ କରିଥିଲେ । ତେବେ 1924 ରୁ 1932 ବଲାଙ୍ଗୀର ସିଧା ସଳଖ ଇଂରେଜ ଶାସନକୁ ଆସିଥିବା ବେଳେ ସେ ଏହାକୁ ବିରୋଧ କରି ସେ ସମୟରେ ଏଠି ନିଯୁକ୍ତ ଥିବା ଏସ ପି ବିସନ୍ ସିଂ କୁ ମାଡ଼ ମାରି ଚର୍ଚ୍ଚାରେ ଆସିଥିଲେ । ପରେ ସେ ବଲାଙ୍ଗୀରର କୃଷକ ଆନ୍ଦୋଳନ ର ପୁରୁଧା ହୋଇଥିଲେ । ଏବଂ ଜାତୀୟ କଂଗ୍ରେସରେ ଯୋଗ ଦେଇ ସ୍ଵାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ସେହିପରି ଭାରତ ସ୍ୱାଧୀନ ହେବା ପରେ ସେ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାକୁ ମଧ୍ୟ ମନୋନୀତ ହୋଇଥିଲେ । ତେବେ ତାଙ୍କର ଏସବୁ ବଳିଦାନ ସତ୍ବେ ତାଙ୍କୁ ଆଜି ବି ସ୍ଵାଧୀନତା ସଂଗ୍ରାମୀର ଆକ୍ଷ୍ୟା ମିଳି ପାରି ନାହିଁ ।

ଦିବାକର ବହିଦାର

ସେହିପରି ବଲାଙ୍ଗୀର ସଇଁତଳାରେ 1902ରେ ଜନ୍ମିତ ଦିବାକର ବହିଦାର ରାଜ ତନ୍ତ୍ର ବିରୋଧୀ ଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ସହ ମିଶି ସ୍ଵାଧୀନତା ସଂଗ୍ରାମ ରେ ସାମିଲ ହୋଇଥିଲେ । ଏବଂ ପରବର୍ତ୍ତୀ ସମୟରେ ଭାରତ ସ୍ଵାଧୀନ ହେବ ପରେ 1947ରେ ସେ ସଇଁତଳା ବିଧାୟକ ଭାବରେ ନିର୍ବାଚିତ ହୋଇ ଥିଲେ । ତେବେ ତାଙ୍କୁ ମଧ୍ୟ ତାଙ୍କର ସେହି ବଳିଦାନ ପାଇଁ ଏଠି ଲୋକେ ଜାଣି ଥିବା ବେଳେ ଏଯାଏଁ ସେ ଉଚିତ୍ ସମ୍ମାନ ପାଇ ପାରି ନାହାଁନ୍ତି ।

ଯୋଗେଶ୍ୱର କୁମୂରା

ବଲାଙ୍ଗୀର ଚୁଡ଼ାପାଲି ଗଉନ୍ତିଆ ବା ଜମିଦାର ଯୋଗେଶ୍ୱର କୁମୂରା ମଧ୍ୟ ଜଣେ ଗାନ୍ଧୀ ବାଦି ନେତା ଥିବା ବେଳେ ଗାଁ ଗଣ୍ଡା ରେ ଗାନ୍ଧୀ ବାର୍ତ୍ତା ବାଣ୍ଟିବା, ଚର୍ଖା ଚଲେଇବା ଓ ଖଦି ବସ୍ତ୍ର ପରିଧାନ କରିବା ପାଇଁ ପ୍ରବର୍ତ୍ତାଇବା କାର୍ଯ୍ୟ କରୁଥିଲେ । ଏହାସହ ନିଶା ନିବାରଣ ଆନ୍ଦୋଳନ ଏବଂ କୃଷକ ଆନ୍ଦୋଳନ କରି ସେ ସ୍ଵାଧୀନ ଭାରତ ପାଇଁ ଲଢେଇ କରିଥିଲେ । ହେଲେ ସେ ମଧ୍ୟ ଏବେ ଅନାଲୋଚିତ ହୋଇ ରହିଛନ୍ତି ।

ଯୁଧିଷ୍ଟିର ମିଶ୍ର

ବଲାଙ୍ଗୀରର ଯୁଧିଷ୍ଟିର ମିଶ୍ର ତଥା ବର୍ତ୍ତମାନ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ବାପା ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ଜଣାଶୁଣା । ବିଶେଷ କରି ସେ ରାଜତନ୍ତ୍ର ବିରୋଧୀ ଆନ୍ଦୋଳନରୁ ଲଢେଇ ଆରମ୍ଭ କରିଥିଲେ । ସମାନ ଭାବରେ ସେ ପାଠ ପଢ଼ିବା ସମୟରେ କଟକ ରେଭେନ୍ସା କଲେଜରେ ଜାତୀୟ ପତାକା ଉଡ଼ାଇ ଦଣ୍ଡିତ ମଧ୍ୟ ହୋଇଥିଲେ । ଏବଂ ପରବର୍ତ୍ତୀ ସମୟରେ ସେ କୃଷକ ଆନ୍ଦୋଳନ କରିବା ସହ କୃଷକ ଦଳରେ ସାମିଲ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଜାତୀୟ କଂଗ୍ରେସରେ ବିଲୀନ ହୋଇଥିଲା । ଏବଂ ଯୁଧିଷ୍ଟିର ମିଶ୍ର ଆମ୍ବେଦକରଙ୍କ ସମ୍ବିଧାନ ପ୍ରଣୟନ ସଭାକୁ ମଧ୍ୟ 1946 ରେ ମନୋନୀତ ହୋଇଥିଲେ । ହେଲେ ତାଙ୍କର ସେହି ବଳିଦାନ ଓ ଉପଲବ୍ଧି ମଧ୍ୟ ଏବେ ଲୋକେ ଭୁଲି ଯାଇଛନ୍ତି ।

ସମାନ ଭାବରେ ତାଙ୍କ ଭଳି ରାଜ ତନ୍ତ୍ର ଓ ଇଂରେଜଙ୍କ ଅତ୍ୟାଚାରକୁ ବିରୋଧ କରି ବଲାଙ୍ଗୀର ଲୋଇସିଂହାର କପୂରଚନ୍ଦ ନାଏକ, ତୁଷୁରାର ସୁରେନ୍ଦ୍ର ଠାକୁର, ପାଟଣାଗଡ଼ର କୁଞ୍ଜ ବିହାରୀ ମେହେର, ସକମାର କପିଳେଶ୍ୱର ପ୍ରସାଦ ନନ୍ଦ, ଛତା ମଖନା ଗ୍ରାମର ସତ୍ୟାନନ୍ଦ ମିଶ୍ର, ସଇଁତଳାର ଦିବାକର ବହିଦାର, ଚୁଡ଼ାପାଲିର ଯୋଗେଶ୍ୱର କୁମୁରା, ଚାଣ୍ଟିମୁଣ୍ଡାର ପୁରୁଷୋତ୍ତମ ନାଥ, ଖୁଣ୍ଟପାଲିର ଚିନ୍ତାମଣି ମିଶ୍ର, ସିଂହାଣୀ ମୁଣ୍ଡାର ଭାଗର୍ବି ଗୁରୁ, ଋଷି ଗଡତିୟା, କୁଡା ସିଂହାର ଦଶରଥ ସାହୁ, ବଲାଙ୍ଗୀରର ଯୁଧିଷ୍ଟିର ମିଶ୍ର , ଚିନ୍ତାମଣି ରଥ, ଶଙ୍କର୍ଷଣ ପାଣିଗ୍ରାହୀ, ନିମାଇ ଚରଣ ପାଣିଗ୍ରାହୀଙ୍କ ସମେତ ଅନେକ ସଂଗ୍ରାମୀ ଦେଶ ପାଇଁ ବଳିଦାନ ଦେଇଥିଲେ । ହେଲେ ଏମାନେ ଏବେ ବି ଅନାଲୋଚିତ ହୋଇ ରହିଛନ୍ତି ।

ବଲାଙ୍ଗୀରରେ 1938 ମସିହାରେ ବିରାଟ କୃଷକ ଆନ୍ଦୋଳନ ହୋଇଥିଲା । ଏହି ଆନ୍ଦୋଳନରେ ଲକ୍ଷାଧିକ ଲୋକ ସାମିଲ ହୋଇଥିଲେ । ଯାହା ସେ ସମୟରେ ଏଠିକାର ଇଂରେଜ ବିରୋଧରେ ଏକ ବଡ଼ ଆନ୍ଦୋଳନ ହୋଇଥିବାର କୁହାଯାଏ । ଏବଂ ସେଥିରେ ଜଡ଼ିତ ଶତାଧିକ ସଂଗ୍ରାମୀ ପରେ କୃଷକ ଦଳ ଗଠନ କରି ଜାତୀୟ କଂଗ୍ରେସ ସହ ମିଶି ସିଧାସଳଖ ସ୍ଵାଧୀନତା ସଂଗ୍ରାମ ରେ ସାମିଲ ହୋଇଥିଲେ । ହେଲେ ସେହି ସଂଗ୍ରାମୀ ମାନଙ୍କ ବଳିଦାନର କ୍ଵଚିତ ପ୍ରମାଣ ରହିଛି । ଏପରିକି କିଛି ସଂଗ୍ରାମୀଙ୍କ ଫଟୋ କିମ୍ବା କୌଣସି ରେକର୍ଡ ମଧ୍ୟ ଆଉ ଏବେ ଉପଲବ୍ଧ ନାହିଁ । ଯାହାଫଳରେ ତାଙ୍କର ସେହି ସଂଗ୍ରାମ କିମ୍ବା ତାଙ୍କୁ ଲୋକଲୋଚନକୁ ଆଣିବା ସେତେ ସମ୍ଭବ ହେଉନାହିଁ । ତେବେ ଏହା ଉପରେ ଅଧିକ ଗବେଷଣା କରାଗଲେ ସେହି ଅନାଲୋଚିତ ଅଧ୍ୟାୟ ଖୋଲି ପାରିବ ବୋଲି କୁହାଯାଇଛି । ତେବେ ବଲାଙ୍ଗୀର ଜିଲ୍ଲାରୁ ମଧ୍ୟ ଶତାଧିକ ସଂଗ୍ରାମୀ ସ୍ଵାଧୀନତା ପାଇଁ ଝାସ ଦେଇଥିଲେ । ହେଲେ ସେମାନଙ୍କୁ ଇତିହାସରେ ସ୍ଥାନ ମିଳି ପାରିନାହିଁ । ଏହ ଉପରେ ଅଧିକ ଗବେଷଣା କରାଯିବା ସହ ସ୍ବାଧୀନତା ସଂଗ୍ରାମୀ ଭାବେ ସେମାନଙ୍କୁ ପରିଚିତ କରାଯାଇ ଉପଯୁକ୍ତ ସମ୍ମାନ ଦେବାକୁ ସାଧାରଣରେ ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2022, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.