ETV Bharat / state

ଦୁର୍ଦ୍ଦଶା ବଢାଉଛି ବଲାଙ୍ଗୀର ବନ୍ୟା

author img

By

Published : Aug 14, 2019, 5:58 PM IST

ବଲାଙ୍ଗୀର ତାଣ୍ଡବ ରଚାଇଛି ବନ୍ଯା । ଅସ୍ତବ୍ୟସ୍ତ କଲାଣି ଧନଜୀବନ । ଏବେ ବି ଅନେକ ସ୍ଥାନରେ ସ୍ଥିତି ଗମ୍ଭୀର ରହିଛି । ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି ଅନେକ ଗ୍ରାମ । ବନ୍ଦ ରହିଛି ଟ୍ରେନ ଚଳାଚଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ପ୍ରଳୟଙ୍କାରୀ ବନ୍ୟା ପରେ ଏବେ ବି ଅନେକ ଜାଗାରେ ସ୍ଥିତି ଗମ୍ଭୀର । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି ଉଦ୍ଧାର ଓ ରିଲିଫ କାର୍ଯ୍ୟ। ସେପଟେ କିଛି ଗାଁ ଏବେବି ପାଣି ଘେରରେ ଥିବା ବେଳେ ପହଁଚିପାରିନି ରିଲିଫ ସାମଗ୍ରୀ । ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି ଅନେକ ଗ୍ରାମ । ଏବେବି ଅନେକ ଜାଗାରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ବର୍ତ୍ତମାନ ସୁଦ୍ଧା ଦେଓଗାଁ ବ୍ଲକ, ଗୁଡ଼ଭେଳା ବ୍ଲକ, ଲୋଇସିଙ୍ଗା ବ୍ଲକ ଓ ପୁଇଁତଲା ବ୍ଲକର ଅନେକ ଗ୍ରାମ ଏବେ ମଧ୍ୟ ପାଣି ଘେରରେ ଅଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏସବୁ ସ୍ଥାନରେ ମୋଟ 50ରୁ ଉର୍ଦ୍ଧ୍ବ ରିଲିଫ କ୍ୟାମ୍ପ ଖୋଲିଛି ପ୍ରଶାସନ। ବଲାଙ୍ଗୀରରେ ଗତ ପ୍ରଥମ ଦୁଇ ଦିନ ମଧ୍ୟରେ 576 ମିମି ବର୍ଷା ହୋଇଥିବା ବେଳେ ଗତ କାଲି 371 ମିମି ବର୍ଷା ରେକର୍ଡ ହୋଇଛି। ବର୍ଷାରେ ବଲାଙ୍ଗୀରର ପ୍ରାୟ ସବୁ ଅଞ୍ଚଳ ଜଳମଗ୍ନ ଥିବା ବେଳେ ବିପୁଳ କ୍ଷୟକ୍ଷତି ହୋଇଛି । ସେହିପରି ବେସରକାରୀ ରିପୋର୍ଟ ମୁତାବକ ଦୁଇ ଜଣଙ୍କ ଏଥିରେ ମୃତ୍ୟୁ ମଧ୍ୟ ହୋଇଥିବାର ଅଭିଯୋଗ ହୋଇଛି । ସହରରେ ବର୍ତ୍ତମାନ ବିଜୁଳି ସରବରାହ ସ୍ବାଭାବିକ ହେବାରେ ଲାଗି ଥିବା ବେଳେ ଗ୍ରାମାଞ୍ଚଳ ଏବେବି ଅନ୍ଧାରରେ ଅଛନ୍ତି । ସେହିପରି ବଲାଙ୍ଗୀରରୁ ଟିଟିଲାଗଡ଼, ପାଟଣା ଗଡ଼, ସମ୍ବଲପୁର ପାଇଁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି ରେଳ ଲାଇନ ଧୋଇ ଯାଇଥିବାରୁ ବଲାଙ୍ଗୀର ପଟୁ ଆସୁଥିବା ସମସ୍ତ ଟ୍ରେନର ଚଳାଚଳ ଆଜି ବି ବନ୍ଦ ରହିଛି ।

ସେପଟେ ଜିଲ୍ଲା ପ୍ରଶାସନ ସବୁ ଠିକ ଠାକ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଜିଲାପାଳ ନିଜେ ଏହାର ସିଧା ସଳଖ ତଦାରଖ କରୁଛନ୍ତି । ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇ ରିଲିଫ କେନ୍ଦ୍ର ମାନଙ୍କରେ ରଖିଥିବାର କହିଛନ୍ତି । ସେହିପରି ଏହି ବନ୍ୟାରେ ଅନେକ ଘରଦ୍ବାର ଭାଙ୍ଗି ଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡିଯାଇଛି । ତେବେ ଏସବୁର ଆକଳନ ପାଇଁ ସମୟ ଲାଗିବ ଓ ଆଙ୍କାଳନ ହେଲେ ପ୍ରକୃତ କ୍ଷୟକ୍ଷତି ଜଣା ପଡିବ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଇଛି ।

ବଲାଙ୍ଗୀରରୁ ଶେଖ ୱାହିଦ ମହମ୍ମଦ, ଇଟିଭି ଭାରତ

Intro:ବଲାଂଗୀର ରେ ଗତକାଲି ପ୍ରଲୟଙ୍କାରୀ ବନ୍ୟା ପରେ ଏବେ ବି ପରିସ୍ଥିତି ଅନେକ ଜାଗାରେ ଗମ୍ଭୀର ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ଉଧାର ଓ ରିଲିଫ କାର୍ଯ୍ୟକ୍ରମ ଜାରି ରହଛି। ସେପଟେ କିଛି ଗାଁ ଏବେବି ପାଣି ଘେରରେ ଥିବା ବେଳେ କିଛି ଗାଁ କୁ ସାହାଯ୍ୟ ପହଂଚି ପାରିନାହିଁ । ସମାନ ଭାବରେ ଆଜିବି ବଲାଂଗୀର ବାହ୍ୟ ଜଗତରୁ ବିଛିନ୍ନ ରହିଛି । ଏବେବି ଟ୍ରେନ ଯୋଗାଯୋଗ ବନ୍ଦ ଥିବା ବେଳେ ବସ ଚଲା ଚଲ ମଧ୍ୟ ବାଣ୍ଡ ରହିଛି ।

Body:ବଲାଂଗୀର ରେ ଗତକାଲି ପ୍ରଲୟଙ୍କାରୀ ବନ୍ୟା ପରେ ଏବେ ବି ପରିସ୍ଥିତି ଅନେକ ଜାଗାରେ ଗମ୍ଭୀର ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ଉଧାର ଓ ରିଲିଫ କାର୍ଯ୍ୟକ୍ରମ ଜାରି ରହଛି। ସେପଟେ କିଛି ଗାଁ ଏବେବି ପାଣି ଘେରରେ ଥିବା ବେଳେ କିଛି ଗାଁ କୁ ସାହାଯ୍ୟ ପହଂଚି ପାରିନାହିଁ । ଏବେବି ଦେଓଗାଁ ବ୍ଲକ, ଗୁଡ଼ଭେଳା ବ୍ଲକ,ଲୋସିଙ୍ଗ ବ୍ଲକ ଓ ପୁଇଁତଲା ବ୍ଲକ ର ଅନେକ ଗ୍ରାମ ଏବେବିବପାଣି ଘେରରେ ଅଛନ୍ତି । ଏସବୁ ସ୍ଥାନରେ ମୋଟ 50 ରୁ ଉର୍ଧ୍ୱ ଟି ରିଲିଫ କେମ୍ପ ଖୋଲା ଯାଇଛି। ବଲାଂଗୀର ରେ ଗତ ପ୍ରଥମ ଦୁଇ ଦିନ ମଧ୍ୟରେ 576 ମିମି ବର୍ଷା ହୋଇଥିବା ବେଳେ ଗତ କାଲି 371 ମିମି ବର୍ଷା ରେକର୍ଡ ହୋଇଛି। ତେବେ ଏତେ ବର୍ଷାରେ ବଲାଂଗୀରର ପ୍ରାୟ ସବୁ ଅଂଚଳ ଜଳମଗ୍ନ ଥିବା ବେଳେ ବିପୁଳ କ୍ଷୟ କ୍ଷତି ହୋଇଛି । ସେହିପରି ବେସରକାରୀ ରିପୋର୍ଟ ମୁତାବକ ଦୁଇ ଜଣଙ୍କ ଏଥିରେ ମୃତ୍ୟୁ ମଧ୍ୟ ହୋଇଥିବାର ଅଭିଯୋଗ ହୋଇଛି । ବଲାଂଗୀର ସହର ରେ ବର୍ତ୍ତମାନ ବିଜୁଳି ସରବରାହ ସ୍ୱାଭାବିକ ହେବାରେ ଲାଗି ଥିବା ବେଳେ ଗାଁ ଗଣ୍ଡା ଏବେବି ଅନ୍ଧାରରେ ଅଛନ୍ତି । ସେହିପରି ବଲାଂଗୀର ରୁ ଟିଟିଲାଗଡ଼, ପାଟଣା ଗଡ଼, ସମ୍ବଲପୁର ପାଇଁ ଯୋଗାଯୋଗ ବିଛିନ୍ନ ହୋଇଛି । ବଲାଂଗୀରରୁ ସବୁ ମୁଖ୍ୟ ରାସ୍ତା ବିଭିନ୍ନ ସ୍ଥାନରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ସମାନ ଭାବରେ ରେଳ ଲାଇନ ଧୋଇ ଯାଇଥିବାରୁ ବଲାଂଗୀର ପଟୁ ସବୁ ଟ୍ରେନ ଚଲା ଚଲ ମଧ୍ୟ ଆଜି ବି ବନ୍ଦ ରହିଛି । ସେପଟେ ଜିଲ୍ଲା ପ୍ରଶାସନ ସବୁ ଠିକ ଠାକ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଜିଲାପାଳ ନିଜେ ଏହାର ସିଧା ସଳଖ ତଦାରଖ କରୁଛନ୍ତି । ଏବଂ ଲୋକଙ୍କୁ ପାଣି ଘେରରୁ ଉଧାର କରାଯାଇ ରିଲିଫ କେନ୍ଦ୍ର ମାନଙ୍କରେ ରଖିଥିବାର କହିଛନ୍ତି । ସେହିପରି ଏହି ବନ୍ୟାରେ ଘର ଦ୍ୱାର ଭାଙ୍ଗି ଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମି ଉପରେ ମଧ୍ୟ ପଣି ମାଡିଛି । ତେବେ ଏସବୁର ଆଂକଲନ ପାଇଁ ସମୟ ଲାଗିବ ଓ ଆଙ୍କାଳନ ହେଲେ ପ୍ରକୃତ କ୍ଷୟ କ୍ଷତି ଜଣା ପଡିବ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଇଛି ।
ବାଇଟ ପୀଡିତ
ବାଇଟ ପୀଡିତ
ବାଇଟ ପି ପ୍ରଧାନ ଜାରୁରୀ କାଳୀନ ଅଧିଅକାରୀ ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.