ETV Bharat / state

ବିଜେପିର ମିଶନ 2024, ବଲାଙ୍ଗୀରରେ ବିହାରୀ ନେତାଙ୍କୁ ନେଇ ଜୋର ଧରିଲା ଚର୍ଚ୍ଚା

author img

By

Published : Jul 24, 2023, 2:00 PM IST

ବଲାଙ୍ଗୀରରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲା ବିଜେପି । ସଂଯୁକ୍ତ ମୋର୍ଚ୍ଚା ବୈଠକ । ନୂଆ ବିହାରୀ ନେତାଙ୍କୁ ନେଇ ବଲାଙ୍ଗୀରରେ ଜୋରଧରିଲା ଚର୍ଚ୍ଚା । ଅଧିକ ପଢନ୍ତୁ

ବଲାଙ୍ଗୀରରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲା ବିଜେପି

ବଲାଙ୍ଗୀର: 2024ରେ ରାଜ୍ୟରେ ସାଧାରଣ ନିର୍ବାଚନ । ପ୍ରାକ ନିର୍ଵାଚନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ବଲାଙ୍ଗୀରରେ କ୍ଷେତ୍ର ପ୍ରସ୍ତୁତ ପାଇଁ ବିଜେପି ଆରମ୍ଭ କରିଛି ପଦକ୍ଷେପ । ବଲାଙ୍ଗୀରରେ ବିଜେପି ରାଜ ପରିବାର କେନ୍ଦ୍ରିତ ହୋଇଥିବା ବେଳେ ପ୍ରଥମ କରି ଜଣେ ଅଣ ଓଡିଆ ନେତା ଏବେ ସାମ୍ନା ଆସିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେହିପରି ଏହି ନେତା ଏବେ ଜିଲ୍ଲାରେ ପୁରୁଣା ବିଜେପି କର୍ମୀଙ୍କୁ ଏକାଠି କରିବାର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ବସିଥିବା ସଂଯୁକ୍ତ ମୋର୍ଚ୍ଚା ବୈଠକକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ତେବେ ବଲାଙ୍ଗୀର ଶାନ୍ତିପଡା କଲ୍ୟାଣ ମଣ୍ଡପ ଠାରେ ଗତକାଲି(ରବିବାର) ସଂଯୁକ୍ତ ମୋର୍ଚ୍ଚା ବୈଠକ ଆୟୋଜନ କରାଯାଇଥିଲା । ଯେଉଁଥିରେ ଜିଲ୍ଲାର ସବୁ ବିଜେପି ମୋର୍ଚ୍ଚାର କର୍ମକର୍ତ୍ତା ଓ ବିଜେପି କର୍ମୀ ସାମିଲ ହୋଇଥିଲେ । ତେବେ କିଛି ବର୍ଷ ହେବ ଜିଲ୍ଲାରେ ସକ୍ରିୟ ଥିବା ଜଣେ ଅଣ ଓଡିଆ ବିଜେପି ନେତା ବଳରାମ ସିଂହ ଯାଦବ ଏହାର ନେତୃତ୍ୱ ନେଇଥିଲେ । ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଥିବା ବେଳେ ବଲାଙ୍ଗୀରରେ ବିଜେପି ସମୀକରଣ ବଦଳିବ କି ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବହୁ ପ୍ରତୀକ୍ଷିତ ବଲାଙ୍ଗୀର ବାଇପାସ କାମ ଆରମ୍ଭ, ତେଜିଲା ଶ୍ରେୟ ରାଜନୀତି

ଏଠିକାର ବିଜେପି ଦଳ ରାଜାଘର କେନ୍ଦ୍ରିତ ହୋଇଥିବା ବେଳେ ବର୍ତ୍ତମାନର ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହ ଦେଓ ଓ ପୂର୍ବତନ ବିଧାୟକ ମନ୍ତ୍ରୀ କନକ ସିଂହ ଦେଓ ବିଜେପିର ମଙ୍ଗ ଧରି ଆସିଛନ୍ତି । ଜିଲ୍ଲା ବିଜେପି ଟିକଟଠୁ ନେଇ ବିଭିନ୍ନ ପଡା ପଦବୀ ସେମାନଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଆସିଛି । ହେଲେ କିଛି ବର୍ଷ ହେବ ଅଣ ଓଡିଆ ନେତା ବଳରାମ ସିଂହ ଯାଦବ ବଲାଙ୍ଗୀର ବିଜେପିରେ ଏଣ୍ଟ୍ରି କରି ନିଜ ପାଦ୍ରୁଭାବ ବିସ୍ତାର କରିବାରେ ଲାଗିଛନ୍ତି ।

ସେପଟେ ବଳରାମ ସିଂହ ଯାଦବ କହିଛନ୍ତି, ‘ରାଜ୍ୟ ବିଜେପିର ନିର୍ଦ୍ଦେଶ କ୍ରମେ ଏହି ସଂଯୁକ୍ତ ମୋର୍ଚ୍ଚା ବୈଠକ ଆୟୋଜିତ କରିଛନ୍ତି । ତେବେ ରାଜ୍ୟର ସବୁଠି ଏହାର ଆୟୋଜନ ହୋଇ ସାରିଥିବା ବେଳେ ବଲାଙ୍ଗୀରରେ ଏହାର ଆୟୋଜନ ହୋଇନଥିଲା । ତେଣୁ ରାଜ୍ୟ ବିଜେପିର ନିର୍ଦ୍ଦେଶ ଅନୁସାରେ ବଲାଙ୍ଗୀର ପୂର୍ବତନ ବିଧାୟକ ପାର୍ଥୀ ଅନନ୍ତ ଦାସଙ୍କ ସହ ସେ ଏହାର ଆୟୋଜନ କରିଛନ୍ତି ।’

ସେପଟେ କିନ୍ତୁ ବଲାଙ୍ଗୀର ରାଜନୀତିରେ ଜଣେ ଅଣ ଓଡିଆ ନେତାଙ୍କ ଏଣ୍ଟ୍ରି ପରେ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଯେଉଁଥିରେ ବିଜେପିର ରାଜ ଘର ଦବଦବାକୁ ଚେକ ଦେବା ପାଇଁ ଏହା ରଣନୀତି ନା ଆଉ କିଛି ତାହା ସମୟ କହିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.