ETV Bharat / state

କୃଷକ ସମାବେଶ, ଟ୍ରାକ୍ଟର ରାଲିରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

author img

By ETV Bharat Odisha Team

Published : Nov 14, 2023, 4:28 PM IST

ବଲାଙ୍ଗୀରରେ ରାଜରାସ୍ତାକୁ ଓହ୍ଲାଇରେ ଚାଷୀ । ଟ୍ରାକ୍ଟର ରାଲିରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରିଲେ । ଅଧିକ ପଢନ୍ତୁ tractor rally in Balangir farmers protest in Balangir

farmers protest in Balangir
farmers protest in Balangir

ଟ୍ରାକ୍ଟର ରାଲିରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

ବଲାଙ୍ଗୀର: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । ଜିଲ୍ଲାରେ ୧୨ ଦଫା ଦାବି ନେଇ ଦୁଇ ଜିଲ୍ଲାର ଚାଷୀ ବିରାଟ ସମାବେଶ କରିଛନ୍ତି । ଟ୍ରାକ୍ଟର ରାଲିରେ ଆସି ହଜାର ହଜାର କୃଷକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଥିବା ବେଳେ ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ଦୀର୍ଘ ଦିନରୁ ଏହି ଦାବି ହୋଇଆସୁଥିଲା । ହେଲେ ସରକାର କର୍ଣ୍ଣପାତ ନକରିବା ପରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ଚାଷୀ ନେତା ସୌମ୍ୟ ରଞ୍ଜନ ପରିଛା ।

ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ହଜାର ହଜାର ଚାଷୀ ଏଥିରେ ସାମିଲ ହୋଇଛନ୍ତି । ଯେଉଁଥିରେ ଚାଷୀମାନେ ସହର ଉପକଣ୍ଠ ମାଧ୍ୟଆପାଲିଠାରୁ ଶତାଧିକ ଟ୍ରାକ୍ଟରରେ ଏକ ବିରାଟ ଶୋଭାଯାତ୍ରାରେ ସହର ପ୍ରବେଶ କରିଥିଲେ । ସେହିପରି ସହରରେ ଏମାନେ ଶୋଭଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ ଏମାନେ ୧୨ ଦଫା ଦାବି ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି ।

ଏହା ବି ପଢନ୍ତୁ- ଆସନ୍ତା 14 ନଭେମ୍ବର ହେବ ବିରାଟ କୃଷକ ସମାବେଶ

ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୫ ହଜାର, କପାର ସହାୟକ ମୂଲ୍ୟ ୧୦ ହଜାର ଟଙ୍କା ଏହି ଖରିଫ ଋତୁରୁ ଲାଗୁ କରିବାକୁ ଏମାନେ ଦାବି କରିଛନ୍ତି । ସେହିପରି ଚାଷରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ରିହାତି ଦରରେ ଯୋଗାଇ ଦେବା, ମାଗଣା ବିଦ୍ୟୁତ ଯୋଗାଇବା ଓ ଧନ କ୍ରୟ ସମୟରେ କଟଣି ଛଟନୀ ବନ୍ଦ କରିବା ଭଳି ମୁଖ୍ୟ ଦାବି ଏମାନେ ଉପସ୍ଥାପିତ କରିଛନ୍ତି । ଚାଷୀ ନେତା ସୌମ୍ୟ ରଞ୍ଜନ ପରିଛା କହିଛନ୍ତି, "ଦୀର୍ଘ ଦିନରୁ ଏହି ସବୁ ଦାବି ନେଇ ଆନ୍ଦୋଳନ କରି ଆସୁଛୁ । ହେଲେ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏଣୁ ବାଧ୍ୟ ହୋଇ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।"

ସେହିପରି କୃଷକ ମିଳିତ ମଞ୍ଚର ଆବାହକ ଆକାଶ ମିଶ୍ର କହିଛନ୍ତି, "ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଚାଷୀ ଏଥିରେ ସାମିଲ ହୋଇଛନ୍ତି । ରାଜ୍ୟ କିମ୍ବା କେନ୍ଦ୍ର ସରକାର ତାଙ୍କର ଦାବି ନଶୁଣିବାରୁ ଏଭଳି ଆନ୍ଦୋଳନ କରାଯାଉଛି । ତେବେ ଧାନ ଓ ଅନ୍ୟାନ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବା, କୃଷି ସାମଗ୍ରୀରେ ରିହାତି ଦେବା ଚାଷୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇବା ଭଳି ଦାବି ରହିଛି । ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.