ETV Bharat / state

ବଲାଙ୍ଗୀର ପୋଲିସକୁ ସଫଳତା, 3 ଲୁଟେରା ଗିରଫ - ରାଜପଥରେ ବଢୁଥିଲା ଲୁଟ

ରାଜପଥରେ ବଢି ଚାଲିଥିଲା ଲୁଟେରାଙ୍କ ଉତ୍ପାତ । ପୋଲିସ ତଦନ୍ତ ତିନି ଲୁଟେରାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ବଲାଙ୍ଗୀର ପୋଲିସକୁ ସଫଳତା,ତିନି ଲୁଟେରା ଗିରଫ
ବଲାଙ୍ଗୀର ପୋଲିସକୁ ସଫଳତା,ତିନି ଲୁଟେରା ଗିରଫ
author img

By

Published : Oct 20, 2020, 7:26 PM IST

ବଲାଙ୍ଗୀର: ରାଜ୍ୟରେ ବଢୁଛି ଲୁଟେରାଙ୍କ ଲୁଟପାଟ । ଲୋକଙ୍କୁ ଭୟଭୀତ କରି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ବଲାଙ୍ଗୀର ପୋଲିସ ହାତରେ ଧରା ପଡିଛନ୍ତି ତିନି ଲୁଟେରା ।

ବଲାଙ୍ଗୀର ପୋଲିସକୁ ସଫଳତା,ତିନି ଲୁଟେରା ଗିରଫ

ବଲାଙ୍ଗୀରର କାମକ୍ଷୀ ନଗରରେ ଆତଙ୍କ ଖେଳାଇ ଥିବା ତିନି ଲୁଟେରା ଗିରଫ ହୋଇଛନ୍ତି । ରାସ୍ତାରେ ଯିବାକୁ ଲୋକଙ୍କ ମନରେ ଭୟ ଆସିବାକୁ ଲାଗିଲାଣି । ଗତ କିଛି ଦିନ ହେବ ରାଜପଥରେ ଲୋକଙ୍କୁ ଆକ୍ରମଣ କରି ଲୁଟ କରିଚାଲିଥିଲେ ଲୁଟେରା । ଏ ନିକଟରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଫୋନ ଲୁଟିଥିଲେ । ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିଲା । ଶେଷରେ ପୋଲିସ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଧରା ପଡିଥିବା ତିନି ଲୁଟେରା ହେଲେ ବଲାଙ୍ଗୀର ବିଜଖମାନ ଗ୍ରାମର ଜ୍ୟେଷ୍ଠ ନାଗ,ସାରଥୀ ଜାଲ ଓ ରୀଙ୍କୁ ଦୀପ । ଗିରଫ ଲୁଟେରାଙ୍କ ଠାରୁ ତିନିଟି ମୋବାଇଲ ଫୋନ ଓ କିଛି ଟଙ୍କା ଜବତ ହୋଇଛି । ଏମାନଙ୍କ ନାଁରେ ଆଗରୁ ଜାତୀୟ ରାଜପଥରେ ଟ୍ରକ ଓ ଲୋକଙ୍କୁ ଲୁଟ କରୁଥିବାର ଅନେକ ମାମଲା ରହିଛି। ମଙ୍ଗଳବାର ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.