ETV Bharat / state

୫ଟି ସଚିବଙ୍କ ଗସ୍ତ ବେଳେ ଅଟୋ ଚାଳକଙ୍କୁ ମାଡ, ଥାନାରେ ଉତ୍ତେଜନା - ୫ଟି ସଚିବଙ୍କ ବଲାଙ୍ଗୀର ଗସ୍ତ

୫ଟି ସଚିବଙ୍କ ଗସ୍ତ ସମୟରେ ପୋଲିସ ଜଣେ ଅଟୋ ଚାଳକଙ୍କୁ ନିସ୍ତୁକ ମାଡ ହୋଇଥିବା ଅଭିଯୋଗ । ସଂପୃକ୍ତ ପୋଲିସ୍ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

auto association protest
auto association protest
author img

By

Published : Aug 7, 2023, 11:50 AM IST

Updated : Aug 7, 2023, 2:28 PM IST

ଅଟୋ ଚାଳକଙ୍କୁ ମାଡ

ବଲାଙ୍ଗୀର: ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ୫ଟି ସଚିବଙ୍କ ଗସ୍ତ ସମୟରେ ପୋଲିସ ଜଣେ ଅଟୋ ଚାଳକଙ୍କୁ ନିସ୍ତୁକ ମାଡ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଅଟୋ ଚାଳକ ସଂଘ ଥାନା ଘେରାଉ କରିବା ସହ ସଂପୃକ୍ତ ପୋଲିସ୍ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନା ମୁତାବକ,ବଲାଙ୍ଗୀର ଜିଲ୍ଲା ଗସ୍ତରେ 5ଟି ସଚିବ ଆସିଥିବା ବେଳେ ସେ ବିଭିନ୍ନ ସ୍ଥାନକୁ ମାରାଥନ ଗସ୍ତ କରିଛନ୍ତି । ଗତକାଲି(ରବିବାର) ତାଙ୍କର ଟିଟିଲାଗଡ ଗସ୍ତ ସମୟରେ ପୋଲିସ ଜଣେ ଅଟୋ ଚାଳକଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଅଟୋ ଡ୍ରାଇଭର ସତ୍ୟ ସାମଲ ମହାନନ୍ଦ କହିଛନ୍ତି ଯେ ତାଙ୍କୁ ବିଜେଡି ଦଳ ପକ୍ଷରୁ ଲୋକଙ୍କୁ ଆଣିବା ପାଇଁ ତାଙ୍କ ଅଟୋକୁ ଭଡା ସୂତ୍ରରେ ନିଆ ଯାଇଥିଲା । ସେ କିଛି ଲୋକଙ୍କୁ ଆଣି ସଭା ସ୍ଥଳରେ ଛାଡ଼ି ଥିଲେ । ତେବେ ସଭା ସରିବା ପରେ ସେହି ଲୋକମାନେ ତାଙ୍କୁ ଫୋନ କରିବାରୁ ସେ ସେମାନଙ୍କୁ ପୁନଃ ଆଣିବାକୁ ଯାଇଥିଲେ । ହେଲେ ବାଟରେ ତାଙ୍କୁ ପୋଲିସ୍ ଅଟକାଇବା ସହ ସେଠିକୁ ଯିବାକୁ ବାରଣ କରିଥିଲା । ସେ ଅଟୋ ଛାଡ଼ି ସେମାନଙ୍କୁ ଡାକି ଆଣିବାକୁ ଯାଉଥିବା ବେଳେ ପୋଲିସ୍ ତାଙ୍କୁ ମାଡ଼ ମାରିଥିବା କହିଛନ୍ତି ।

ସେହିପରି ଅନ୍ୟପଟେ ଟିଟିଲାଗଡ ଅଟୋ ଚାଳକ ସଂଘ ସଭାପତି ପି ସାହୁ କହିଛନ୍ତି, ‘ଏହି ସଭାରେ ନିୟୋଜିତ ଥିବା ଜଣେ ଅଟୋ ଚାଳକକୁ ବିନା କାରଣରେ ଏଭଳି ମାଡ ମାରିବାକୁ ସେମାନେ ବରଦାସ୍ତ କରିବେ ନାହିଁ । ସଂପୃକ୍ତ ପୋଲିସ୍ ଅଧିକାରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନହେଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି ସେ କହିଛନ୍ତି । ସେପଟେ ଏହି ଅଭିଯୋଗକୁ ନେଇ ପୋଲିସ୍ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ଏହା ମଧ୍ୟ ପଢନ୍ତୁ- 5T ସଚିବଙ୍କ ୨ ଦିନିଆ ବଲାଙ୍ଗୀର ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ପ୍ରକାଶ ଥାଉକି, ୫ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ଗତକାଲି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଗସ୍ତ କରିବା ସହ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ । ଏଥିସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ସଂକଳ୍ପ ବଦ୍ଧ ହେବା ଓ କଠିନ ପରିଶ୍ରମ କରିବା ନେଇ ଗୁରୁମନ୍ତ୍ର ଦେଇଥିଲେ । ତେବେ ଏହି ଅବସରରେ ସେ ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜକୁ ୫ଟିରେ ସାମିଲ କରିଥିବାର ଘୋଷଣା କରିଥିଲେ । ଏଣିକି ସବୁ କଲେଜରେ ସ୍ମାର୍ଟ କ୍ଲାସ ରୁମ୍, ଇ ଲାଇବ୍ରେରୀ, ଆଧୁନିକ ଲ୍ୟାବ ସହ ଅନ୍ୟାନ୍ୟ ବ୍ୟବସ୍ଥା ଶୀଘ୍ର କରାଯିବ ବୋଲି ସେ କହିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 7, 2023, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.