ବଲାଙ୍ଗୀର: ବଲାଙ୍ଗୀରରେ ଆଜି(ଗୁରୁବାର) ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯେଉଁଥିରେ ଜିଲ୍ଲାର ୧୪ଟି ବ୍ଲକରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡ଼ି କର୍ମୀ ମାନେ ସାମିଲ ହୋଇଥିଲେ । ସେମାନେ ୧୪ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୀର୍ଘ ସମୟ ଧରି ଘେରାଉ କରିଥିଲେ ।
ତେବେ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା, ଦରମା ବୃଦ୍ଧି ଓ ସରକାରୀ ଚାକିରିର ସବୁ ସୁବିଧା ସୁଯୋଗ ଦେବା ଦାବିରେ ଏମାନେ ଏହି ଆନ୍ଦୋଳନ କରିଥିଲେ । ଆଗକୁ ଦାବି ପୂରଣ ନହେଲେ ଏମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ରାଜରାସ୍ତାରେ ପୁଣି ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ