ETV Bharat / state

ସୀମାବର୍ତ୍ତୀ ଅଞ୍ଚଳରେ ହାତୀ ଆତଙ୍କ, ଘଉଡାଉବା ପାଇଁ ସାଧାରଣରେ ଦାବି - ବଲାଙ୍ଗୀରରେ ହାତୀ ଉପଦ୍ରବ

ସୁବର୍ଣ୍ଣପୁର-ବରଗଡ-ବଲାଙ୍ଗୀର ସୀମାବର୍ତ୍ତି ଅଞ୍ଚଳରେ ଆତଙ୍କ ମଚାଇଛି ଏକ ପାଗଳ ହାତୀ । ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ଥାନୀୟ ଲୋକଙ୍କ ଦାବି । ଅଧିକ ପଢନ୍ତୁ...

ସୀମାବର୍ତ୍ତି ଅଞ୍ଚଳରେ ଆତଙ୍କ ମଚାଇଛି ହାତୀ, ଘଉଡାଉବା ପାଇଁ ସାଧାରଣରେ ଦାବି

author img

By

Published : May 9, 2021, 4:12 PM IST

ବଲାଙ୍ଗୀର: ସୁବର୍ଣ୍ଣପୁର-ବରଗଡ-ବଲାଙ୍ଗୀର ସୀମାବର୍ତ୍ତି ଅଞ୍ଚଳରେ ଆତଙ୍କ ମଚାଇଛି ଏକ ପାଗଳ ହାତୀ । ଲୋକଙ୍କୁ ଭୟଭୀତ କରିବା ସହ ବହୁ ଧନ ଜୀବନ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଫଳରେ ତୁରନ୍ତ ହାତୀକୁ ଘଉଡାଇବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ସୀମାବର୍ତ୍ତି ଅଞ୍ଚଳରେ ଆତଙ୍କ ମଚାଇଛି ହାତୀ, ଘଉଡାଉବା ପାଇଁ ସାଧାରଣରେ ଦାବି

ସୂଚନା ଅନୁଯାୟୀ ହାତୀଟି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଦର୍ଲୀପାଲି ଠାରେ ଜଣେ ଲୋକଙ୍କୁ ଦଳି ମାରିଦେଇ ଥିବାବେଳେ ଲୋକଙ୍କ ଫସଲ ମଧ୍ୟ ନଷ୍ଟ କରିଛି । ସମାନ ଭାବରେ ବରଗଡ ଗାଇସିଲଟ ଅଞ୍ଚଳରେ ମଧ୍ୟ ତିନି ଜଣଙ୍କୁ ମାରି ସାରିଲାଣି ହାତୀ । ତେବେ ଦଶ ଦିନ ମଧ୍ୟରେ ଏହି ହାତୀ 8 ଜଣଙ୍କ ଜୀବନ ନେବା ସହ ବ୍ୟାପକ ଫସଲ ନଷ୍ଟ କରିସାରିଛି । ଯାହାକୁ ନେଇ ସୀମାବର୍ତ୍ତି ଅଞ୍ଚଲରେ ଥିବା ଗ୍ରାମବାସୀ ଭୟବିତ ଥିବା କହିଛି ବଲାଙ୍ଗୀର କେଶରିଆ ହିନ୍ଦୁ ସଙ୍ଗଠନ । ଫଳରେ ସଙ୍ଗଠନ ତୁରନ୍ତ ହାତୀକୁ ଅନ୍ୟତ୍ର କରିବା ପାଇଁ ବଲାଙ୍ଗୀର ବନ ଅଧିକାରୀଙ୍କ ନିକଟରେ ଦାବି କରିଛି । ଏନେଇ ବନ ବିଭାଗ ଉପରସ୍ତ ଅଧିକାରୀଙ୍କୁ ଜଣାଇବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.